କଳାହାଣ୍ଡିରେ ସ୍ଥିତି ଜାହିର କଲେ ମାଓବାଦୀ, ରାସ୍ତା କଡ଼ରେ ଲାଗିଲା ମାଓ ପୋଷ୍ଟର
କଳାହାଣ୍ଡି ୨୮।୭: କଳାହାଣ୍ଡିରେ ପୁଣି ନିଜ ସ୍ଥିତି ଜାହିର କଲେ ମାଓବାଦୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପୋଖରୀଘାଟ ଗାଁରେ ଲାଗିଛି ମାଓ ପୋଷ୍ଟର । ଏହି ଗାଁର ମୁଖ୍ୟ ରାସ୍ତା କଡ଼ରେ ମାଓ ପୋଷ୍ଟର ଲାଗିଛି । ପୋଷ୍ଟରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ଯାଏଁ ସହିଦ ସପ୍ତାହ ପାଳନ କରିବା ପାଇଁ ଲୋକଙ୍କୁ ଚେତାବନୀ ଦିଆଯାଇଛି । ପୋଲିସ ଗୁଳିରେ ମୃତ୍ୟୁ ହୋଇଥିବା ମାଓବାଦୀ ମାନଙ୍କୁ ନ୍ୟାୟ ଦାବିରେ ଏହି ସହିଦ ସପ୍ତାହ ପାଳନ କରାଯାଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।ସେପଟେ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଜଗଦଲପୁର ଫାଣ୍ଡି ଅନ୍ତର୍ଗତ ଗୁଣ୍ଡିରୀଗୁଡା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର ଓ ପୋଷ୍ଟର । ସହିଦ ସପ୍ତାହ ପାଳନ ନେଇ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ସିପିଆଇ ମାଓବାଦୀ ତରଫରୁ ଉକ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ଓ ଶୋଷଣ ମୁକ୍ତ ସମାଜ ଗଠନ ପାଇଁ ଜନ ଯୁଦ୍ଧରେ ସାମିଲ ହେବାକୁ ଏଥିରେ ଆହ୍ୱାନ ଦିଆଯାଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ବଂଶଧାରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଏହା ଲାଗିଥିବା ବେଳେ ପୋଲିସ ପହଞ୍ଚି ପୋଷ୍ଟର ବ୍ୟାନର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।You Can Read:ପାଣି ଉଠାଇବା ବେଳେ ଅଘଟଣ : ବୈତରଣୀରେ ବୁଡି ଚାଲିଗଲା କାଉଡିଆଙ୍କ ଜୀବନ
କଳାହାଣ୍ଡି ୨୮।୭: କଳାହାଣ୍ଡିରେ ପୁଣି ନିଜ ସ୍ଥିତି ଜାହିର କଲେ ମାଓବାଦୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପୋଖରୀଘାଟ ଗାଁରେ ଲାଗିଛି ମାଓ ପୋଷ୍ଟର । ଏହି ଗାଁର ମୁଖ୍ୟ ରାସ୍ତା କଡ଼ରେ ମାଓ ପୋଷ୍ଟର ଲାଗିଛି । ପୋଷ୍ଟରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ଯାଏଁ ସହିଦ ସପ୍ତାହ ପାଳନ କରିବା ପାଇଁ ଲୋକଙ୍କୁ ଚେତାବନୀ ଦିଆଯାଇଛି । ପୋଲିସ ଗୁଳିରେ ମୃତ୍ୟୁ ହୋଇଥିବା ମାଓବାଦୀ ମାନଙ୍କୁ ନ୍ୟାୟ ଦାବିରେ ଏହି ସହିଦ ସପ୍ତାହ ପାଳନ କରାଯାଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।
ସେପଟେ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଜଗଦଲପୁର ଫାଣ୍ଡି ଅନ୍ତର୍ଗତ ଗୁଣ୍ଡିରୀଗୁଡା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର ଓ ପୋଷ୍ଟର । ସହିଦ ସପ୍ତାହ ପାଳନ ନେଇ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ସିପିଆଇ ମାଓବାଦୀ ତରଫରୁ ଉକ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ଓ ଶୋଷଣ ମୁକ୍ତ ସମାଜ ଗଠନ ପାଇଁ ଜନ ଯୁଦ୍ଧରେ ସାମିଲ ହେବାକୁ ଏଥିରେ ଆହ୍ୱାନ ଦିଆଯାଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ବଂଶଧାରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଏହା ଲାଗିଥିବା ବେଳେ ପୋଲିସ ପହଞ୍ଚି ପୋଷ୍ଟର ବ୍ୟାନର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
You Can Read:
ପାଣି ଉଠାଇବା ବେଳେ ଅଘଟଣ : ବୈତରଣୀରେ ବୁଡି ଚାଲିଗଲା କାଉଡିଆଙ୍କ ଜୀବନ