ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ କୋକୁଆ ଭୟ, ଗାଁରେ ଡାକ୍ତରୀ ଟିମ୍
ରାୟଗଡା ୧୦/୬: ରାୟଗଡା ବିଷମକଟକ ବ୍ଲକ ଡାଲିଆକୁଜି ପଞ୍ଚାୟତ ଗଇଲକଣା ଗାଁରେ ବ୍ୟାପୁଛି ଝାଡାବାନ୍ତି । ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ମୃତକ ସ୍ଥାନୀୟ ଅଞ୍ଚଳର ଗୋପାଳ କାଣ୍ଡାମାକା । ୩ ଦିନ ତଳେ ବିବାହ ଭୋଜି ଖାଇ ଫେରିବା ପରେ ଝାଡାବାନ୍ତି ହୋଇଥିଲା ।ପରିବାର ଲୋକେ ତାଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ରାୟଗଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ଗାଁରେ ଡାକ୍ତର ଟିମ୍ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ସେପଟେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ନବ ନିର୍ବାଚିତ କଂଗ୍ରେସ ବିଧାୟକ ନୀଳମାଧବ ହିକ୍କା
ରାୟଗଡା ୧୦/୬: ରାୟଗଡା ବିଷମକଟକ ବ୍ଲକ ଡାଲିଆକୁଜି ପଞ୍ଚାୟତ ଗଇଲକଣା ଗାଁରେ ବ୍ୟାପୁଛି ଝାଡାବାନ୍ତି । ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ମୃତକ ସ୍ଥାନୀୟ ଅଞ୍ଚଳର ଗୋପାଳ କାଣ୍ଡାମାକା । ୩ ଦିନ ତଳେ ବିବାହ ଭୋଜି ଖାଇ ଫେରିବା ପରେ ଝାଡାବାନ୍ତି ହୋଇଥିଲା ।
ପରିବାର ଲୋକେ ତାଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ରାୟଗଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ଗାଁରେ ଡାକ୍ତର ଟିମ୍ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ସେପଟେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ନବ ନିର୍ବାଚିତ କଂଗ୍ରେସ ବିଧାୟକ ନୀଳମାଧବ ହିକ୍କା