ବୁଦ୍ଧି ଖଟାଇ ଯାତ୍ରୀଙ୍କୁ ଲୁଟୁଥିଲା ଲୁଟେରା ବୁଦ୍ଧିଆ, ଏବେ ପୋଲିସ କବ୍‌ଜାରେ

ଭୁବନେଶ୍ୱର ୩୧।୦୩ : ସହିଦନଗର ପୋଲିସକୁ ସଫଳତା । ଦୀର୍ଘ ଦିନ ଧରି ଫେରାର ଥିବା ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ନିଶା ସାମଗ୍ରୀ ଜବତ ହୋଇଛି । ତେବେ ଗିରଫ ହୋଇଥିବା ଲୁଟେରାଙ୍କ ମଧ୍ୟରେ ରହିଛି ଅପରାଧୀ ବୁଦ୍ଧିଆ । ଖବର ଅନୁଯାୟୀ, ଦୀର୍ଘ ଧରି ଫେରାର ଥିଲା ଲୁଟେରା ବୁଦ୍ଧିଆ । ବସ୍‌ ଷ୍ଟାଣ୍ଡ, ରେଳ ଷ୍ଟେସନ, ଆଚାର୍ଯ୍ୟ ବିହାର, କ୍ୟାପିଟାଲ ହସ୍ପିଟାଲର ଲୋକଙ୍କୁ ନେଇ ଅଟୋର ନେଇଥାଏ । ରାସ୍ତାରେ ଚା କିମ୍ବା ଥଣ୍ଡା ପାନୀୟ ଦେଇଥାଏ ପିଇବାକୁ । ଆଉ ପାନୀୟ ସାମଗ୍ରୀରେ ନିଶା ଦ୍ରବ୍ୟ ମିଶାଇ ଦେଇଥାଏ ଲୁଟେରା ବୁଦ୍ଧିଆ । ଏହି ପାନୀୟ ପିଇବା ଦ୍ୱାରା ଅଟୋରେ ଯାଉଥିବା ସମୟରେ ଯାତ୍ରୀମାନେ ବେହୋସ ହୋଇଯାଆନ୍ତି । ଯାହାଫଳରେ ଯାତ୍ରୀମାନଙ୍କୁ କଟକ ଯୋବ୍ରା କିମ୍ବା ଜଗତସିଂହପୁର ନିକଟରେ ଫିଙ୍ଗି ଦେଇଥିାଏ । ଏବଂ ସେମାନଙ୍କ ଠାରୁ ସୁନା ଓ ଟଙ୍କା ଲୁଟି ନେଇଥାଏ । ହେଲେ କୌଣସି ବି ଯାତ୍ରୀଙ୍କ ଠାରୁ ମୋବାଇଲ୍‌ ଲୁଟ୍‌ କରିନଥାଏ ବୁଦ୍ଧିଆ । କାହିଁକି ନା ପୋଲିସ ତଦନ୍ତରେ ମୋବାଇଲ୍‌କୁ ଟ୍ରାକ କରିପାରନ୍ତି ପୋଲିସ । ଏହି ଭୟରେ ସେ ମୋବାଇଲ୍‌ ଚୋରି କରିନଥାଏ । ତେବେ ପୂର୍ବରୁ ୧୨-୧୫ ଥର ଜେଲ୍‌ ଯାଇସାରିଛି ବୁଦ୍ଧିଆ । ଲୁଟେରା ବୁଦ୍ଧିଆର ଘର ଯାଜପୁରରେ ଏକ ଗାଁ । ଏହି ସବୁ ଲୁଟ୍‌ କାରନାମା କରିବା ପରେ ନିଜ ଗାଁ ଯାଜପୁରରେ ଯାଇ ଲୁଚି ରହିଥାଏ । 

ବୁଦ୍ଧି ଖଟାଇ ଯାତ୍ରୀଙ୍କୁ ଲୁଟୁଥିଲା ଲୁଟେରା ବୁଦ୍ଧିଆ, ଏବେ ପୋଲିସ କବ୍‌ଜାରେ

ଭୁବନେଶ୍ୱର ୩୧।୦୩ : ସହିଦନଗର ପୋଲିସକୁ ସଫଳତା । ଦୀର୍ଘ ଦିନ ଧରି ଫେରାର ଥିବା ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ନିଶା ସାମଗ୍ରୀ ଜବତ ହୋଇଛି । ତେବେ ଗିରଫ ହୋଇଥିବା ଲୁଟେରାଙ୍କ ମଧ୍ୟରେ ରହିଛି ଅପରାଧୀ ବୁଦ୍ଧିଆ । 

ଖବର ଅନୁଯାୟୀ, ଦୀର୍ଘ ଧରି ଫେରାର ଥିଲା ଲୁଟେରା ବୁଦ୍ଧିଆ । ବସ୍‌ ଷ୍ଟାଣ୍ଡ, ରେଳ ଷ୍ଟେସନ, ଆଚାର୍ଯ୍ୟ ବିହାର, କ୍ୟାପିଟାଲ ହସ୍ପିଟାଲର ଲୋକଙ୍କୁ ନେଇ ଅଟୋର ନେଇଥାଏ । ରାସ୍ତାରେ ଚା କିମ୍ବା ଥଣ୍ଡା ପାନୀୟ ଦେଇଥାଏ ପିଇବାକୁ । ଆଉ ପାନୀୟ ସାମଗ୍ରୀରେ ନିଶା ଦ୍ରବ୍ୟ ମିଶାଇ ଦେଇଥାଏ ଲୁଟେରା ବୁଦ୍ଧିଆ । ଏହି ପାନୀୟ ପିଇବା ଦ୍ୱାରା ଅଟୋରେ ଯାଉଥିବା ସମୟରେ ଯାତ୍ରୀମାନେ ବେହୋସ ହୋଇଯାଆନ୍ତି । ଯାହାଫଳରେ ଯାତ୍ରୀମାନଙ୍କୁ କଟକ ଯୋବ୍ରା କିମ୍ବା ଜଗତସିଂହପୁର ନିକଟରେ ଫିଙ୍ଗି ଦେଇଥିାଏ । ଏବଂ ସେମାନଙ୍କ ଠାରୁ ସୁନା ଓ ଟଙ୍କା ଲୁଟି ନେଇଥାଏ । ହେଲେ କୌଣସି ବି ଯାତ୍ରୀଙ୍କ ଠାରୁ ମୋବାଇଲ୍‌ ଲୁଟ୍‌ କରିନଥାଏ ବୁଦ୍ଧିଆ । କାହିଁକି ନା ପୋଲିସ ତଦନ୍ତରେ ମୋବାଇଲ୍‌କୁ ଟ୍ରାକ କରିପାରନ୍ତି ପୋଲିସ । ଏହି ଭୟରେ ସେ ମୋବାଇଲ୍‌ ଚୋରି କରିନଥାଏ । 

ତେବେ ପୂର୍ବରୁ ୧୨-୧୫ ଥର ଜେଲ୍‌ ଯାଇସାରିଛି ବୁଦ୍ଧିଆ । ଲୁଟେରା ବୁଦ୍ଧିଆର ଘର ଯାଜପୁରରେ ଏକ ଗାଁ । ଏହି ସବୁ ଲୁଟ୍‌ କାରନାମା କରିବା ପରେ ନିଜ ଗାଁ ଯାଜପୁରରେ ଯାଇ ଲୁଚି ରହିଥାଏ ।