କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିଶ୍ବବ୍ୟାପୀ ନିନ୍ଦା, ଗଭୀର ଦୁଃଖପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି

କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିଶ୍ବବ୍ୟାପୀ ନିନ୍ଦା ।  ଘଟଣାରେ ଗଭୀର ଦୁଃଖପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଛନ୍ତି ଆତଙ୍କବାଦ ବିରୋଧରେ ଆମେରିକା ଭାରତ ସହ ଠିଆ ହୋଇଛି । ଏଭଳି ଘଟଣାରେ ଆମେରିକା ଗଭୀର ସମବେଦନା ଜଣାଉଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଡ଼ା ଶବ୍ଦରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି ।  ଏଭଳି ବର୍ବରକାଣ୍ଡ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ସେହିପରି ଆତଙ୍କବାଦୀ ଆକ୍ରମଣକୁ […] The post କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିଶ୍ବବ୍ୟାପୀ ନିନ୍ଦା, ଗଭୀର ଦୁଃଖପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି appeared first on KNews Odisha.

କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିଶ୍ବବ୍ୟାପୀ ନିନ୍ଦା, ଗଭୀର ଦୁଃଖପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି
terrorist attack

କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିଶ୍ବବ୍ୟାପୀ ନିନ୍ଦା ।  ଘଟଣାରେ ଗଭୀର ଦୁଃଖପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଛନ୍ତି ଆତଙ୍କବାଦ ବିରୋଧରେ ଆମେରିକା ଭାରତ ସହ ଠିଆ ହୋଇଛି । ଏଭଳି ଘଟଣାରେ ଆମେରିକା ଗଭୀର ସମବେଦନା ଜଣାଉଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଡ଼ା ଶବ୍ଦରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି ।  ଏଭଳି ବର୍ବରକାଣ୍ଡ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ସେହିପରି ଆତଙ୍କବାଦୀ ଆକ୍ରମଣକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ତୀବ୍ର ନିନ୍ଦା କରିଛନ୍ତି ।  ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ପାଇଁ ଭାରତ ସହ ଇସ୍ରାଏଲ ରହିଛି ବୋଲି ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ।  ଜର୍ମାନ ଚାନସେଲର ଓଲଫ ସ୍କୋଲାଜ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି । ମୃତକଙ୍କ ଉଦ୍ଦେଶ୍ୟରେ ଗଭୀର ଶୋକ ପ୍ରକାଶ ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟର୍ମର ମଧ୍ୟ ଘୋର ନିନ୍ଦା କରିଛନ୍ତି । ଏପରି ଘଟଣାରେ ଭାରତ ସହ ବ୍ରିଟେନ ରହିଛି ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ଗତକାଲି କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ୨୭ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ।  ଆକ୍ରମଣରେ ୨ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରେ ବାଲେଶ୍ବର ଜିଲ୍ଲାର ଜଣେ ପର୍ଯ୍ୟଟକ ରହିଛନ୍ତି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାଁଓ ଅଞ୍ଚଳରେ ହୋଇଛି ଆତଙ୍କବାଦୀ ଆକ୍ରମଣ ।  ପର୍ଯ୍ୟଟକ ମାନେ ଏକ ବଜାରରେ ଥିବା ବେଳେ ହଠାତ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ ।  ପୋଲିସ ଓ ସେନା ୟୁନିଫର୍ମରେ ଆସି ଗୁଳିବର୍ଷା କରିଥିଲେ ।  ବର୍ବର ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।

 

ଆହୁରି ପଢ଼ନ୍ତୁ :  ଜମ୍ମୁ କଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୬ ଟୁରିଷ୍ଟ ଗୁରୁତର, ସର୍ଚ୍ଚ ଅପରେସନ ଜାରି

The post କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିଶ୍ବବ୍ୟାପୀ ନିନ୍ଦା, ଗଭୀର ଦୁଃଖପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି appeared first on KNews Odisha.