କଶ୍ମୀରୀ ପଣ୍ଡିତଙ୍କ ପ୍ରତ୍ୟାବର୍ତ୍ତନ, ଥଇଥାନ ପାଇଁ ମେହବୁବାଙ୍କ ଦାବି
ଶ୍ରୀନଗର,୩ା୬: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍ତି ସୋମବାର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟି ବିସ୍ଥାପିତ କଶ୍ମୀରୀ ପଣ୍ଡିତମାନଙ୍କୁ ମର୍ଯ୍ୟାଦାର ସହ ଫେରାଇଆଣିବା ଏବଂ ଥଇଥାନ ପାଇଁ ଦାବି କରିଛନ୍ତି। ସିହ୍ନା ୨୦୨୦ରେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ନିଯୁକ୍ତ ହେବା ପରେ ମେହବୁବା ତାଙ୍କୁ ପ୍ରଥମ ଥର ସାକ୍ଷାତ୍ କରିଛନ୍ତି। ଏହି ଅବସରରେ ସେ ସୀମାପାର ମୋର୍ଟାର ଶେଲ୍ ମାଡ଼ରେ ୧୮ ସାଧାରଣ ନାଗରିକଙ୍କ ମୃତ୍ୟୁ ସମେତ ଜମ୍ମୁ-କଶ୍ମୀରର ବିଭିନ୍ନ ପ୍ରସଙ୍ଗ ଉପରେ […] The post କଶ୍ମୀରୀ ପଣ୍ଡିତଙ୍କ ପ୍ରତ୍ୟାବର୍ତ୍ତନ, ଥଇଥାନ ପାଇଁ ମେହବୁବାଙ୍କ ଦାବି appeared first on Dharitri Odia News.
ଶ୍ରୀନଗର,୩ା୬: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍ତି ସୋମବାର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟି ବିସ୍ଥାପିତ କଶ୍ମୀରୀ ପଣ୍ଡିତମାନଙ୍କୁ ମର୍ଯ୍ୟାଦାର ସହ ଫେରାଇଆଣିବା ଏବଂ ଥଇଥାନ ପାଇଁ ଦାବି କରିଛନ୍ତି। ସିହ୍ନା ୨୦୨୦ରେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ନିଯୁକ୍ତ ହେବା ପରେ ମେହବୁବା ତାଙ୍କୁ ପ୍ରଥମ ଥର ସାକ୍ଷାତ୍ କରିଛନ୍ତି। ଏହି ଅବସରରେ ସେ ସୀମାପାର ମୋର୍ଟାର ଶେଲ୍ ମାଡ଼ରେ ୧୮ ସାଧାରଣ ନାଗରିକଙ୍କ ମୃତ୍ୟୁ ସମେତ ଜମ୍ମୁ-କଶ୍ମୀରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। କଶ୍ମୀରୀ ପଣ୍ଡିତଙ୍କ ପ୍ରତ୍ୟାବର୍ତ୍ତନ ଓ ପୁନର୍ବାସ ପାଇଁ ଏକ ଲିଖିତ ପ୍ରସ୍ତାବ ସେ ଉପରାଜ୍ୟପାଳଙ୍କୁ ଦେବା ସହ ଏହାର ନକଲ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ପାଖକୁ ପଠାଇଛନ୍ତି।
୧୯୯୦ରେ ଉଗ୍ରବାଦ ବଢ଼ିବାରୁ ଉପତ୍ୟକା ଛାଡ଼ି ପଳାଇଥିବା କଶ୍ମୀରୀ ପଣ୍ଡିତମାନେ ଏବେ ଜମ୍ମୁ, ଦିଲ୍ଲୀ ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ରହୁଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ୨୦୨୦ ରିପୋର୍ଟ ଅନୁଯାୟୀ ବିସ୍ଥାପିତ କଶ୍ମୀରୀ ପଣ୍ଡିତ ପରିବାର ସଂଖ୍ୟା ୬୪,୯୫୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୪୩,୬୧୮ ପରିବାର ଜମ୍ମୁରେ, ୧୯,୩୩୮ ପରିବାର ଦିଲ୍ଲୀରେ ଏବଂ ୧,୯୯୫ ପରିବାର ଅନ୍ୟ ରାଜ୍ୟରେ ବସବାସ କରୁଛନ୍ତି।
The post କଶ୍ମୀରୀ ପଣ୍ଡିତଙ୍କ ପ୍ରତ୍ୟାବର୍ତ୍ତନ, ଥଇଥାନ ପାଇଁ ମେହବୁବାଙ୍କ ଦାବି appeared first on Dharitri Odia News.