କାଉ ମିଳନ ଦେଖି ପ୍ରତିକାତ୍ମକ ଶବ ସତ୍କାର ଘଟଣା, ଅନ୍ଧବିଶ୍ବାସ ଦୂର କରିବାକୁ ଶିଶୁ ବିକାଶ ଅଧିକାରୀଙ୍କ ଉଦ୍ୟମ
ଜୟପୁର: ଆମେ କେତେ ଉନ୍ନତ ? ଏ ପ୍ରଶ୍ନ ଏଇଥିପାଇଁ ଯେ, ଆଜି ବି ଅନେକ ଘଟଣା ବିଷୟରେ ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ। ଭାବିବାକୁ ବାଧ୍ୟ କରାଏ, ଏବେ ବି କଣ ବଞ୍ଚିଛି ଅନ୍ଧ ବିଶ୍ୱାସ ? କାରଣ ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଯାହା ଆପଣକୁ ନିଶ୍ଚୟ ଚକିିତ କରିବ। କାଉ ମିଳନ ଦେଖିଲେ ବୋଲି ଗାଁର ୨ ଯୁବକଙ୍କ ପ୍ରତୀକାତ୍ମକ ଶବ ସତ୍କାର କରିଛନ୍ତି । ଘଟଣା ଜୟପୁର ପାତ୍ରଗୁଡ଼ା ଗାଁରେ। ୩ ଦିନ ତଳେ ଜୟପୁର ବ୍ଳକ ରଣ୍ଡାପାଲ୍ଲୀ ପଂଚାୟତର ପାତ୍ରପୁଟ ଗାଁର ମୀନା ଜାନୀ ଓ ଧବଳୁ ଜାନି କାଉ ମିଳନ ଦେଖି ଦେଇଥିଲେ। ତେଣୁ ଗାଁକୁ ଅଶୁଭ ହେବ ବୋଲି ଆଶଙ୍କା କରି ଏହା ସେମାନେ ଗାଁରେ ଜଣାଇଥିଲେ। ପରେ ଏମାନଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଗାଁରେ ପ୍ରଚାର କରାଯିବା ସହ ଏମାନଙ୍କର ପ୍ରତିକାତ୍ମକ ଭାବେ ଶବ ସତ୍କାର କରାଯାଇଥିଲା। ପରେ ଏହି ୨ ଯୁବକ ଗାଁକୁ ଫେରିଥିଲେ । ତେବେ ଘଟଣା ସାମ୍ନାକୁ ଆସିବା ପରେ ଏହି ଅନ୍ଧବିଶ୍ୱାସର ଯେପରି ଆଉ କେହି ଶିକାର ନହୁଅନ୍ତି ସେନେଇ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ଏହି ଅନ୍ଧବିଶ୍ୱାସକୁ ଦୂର କରିବାକୁ ପାତ୍ରଗୁଡ଼ା ଗାଁରେ ପହଞ୍ଚିଛନ୍ତି ଜୟପୁର ସମନ୍ବିତ ଶିଶୁ ବିକାଶ ଅଧିକାରୀ ଓ ତାଙ୍କ ଟିମ୍ । ଆଉ ଏନେଇ ସଚେତନ କରାଇଛନ୍ତି।
ଜୟପୁର: ଆମେ କେତେ ଉନ୍ନତ ? ଏ ପ୍ରଶ୍ନ ଏଇଥିପାଇଁ ଯେ, ଆଜି ବି ଅନେକ ଘଟଣା ବିଷୟରେ ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ। ଭାବିବାକୁ ବାଧ୍ୟ କରାଏ, ଏବେ ବି କଣ ବଞ୍ଚିଛି ଅନ୍ଧ ବିଶ୍ୱାସ ? କାରଣ ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଯାହା ଆପଣକୁ ନିଶ୍ଚୟ ଚକିିତ କରିବ। କାଉ ମିଳନ ଦେଖିଲେ ବୋଲି ଗାଁର ୨ ଯୁବକଙ୍କ ପ୍ରତୀକାତ୍ମକ ଶବ ସତ୍କାର କରିଛନ୍ତି । ଘଟଣା ଜୟପୁର ପାତ୍ରଗୁଡ଼ା ଗାଁରେ।
୩ ଦିନ ତଳେ ଜୟପୁର ବ୍ଳକ ରଣ୍ଡାପାଲ୍ଲୀ ପଂଚାୟତର ପାତ୍ରପୁଟ ଗାଁର ମୀନା ଜାନୀ ଓ ଧବଳୁ ଜାନି କାଉ ମିଳନ ଦେଖି ଦେଇଥିଲେ। ତେଣୁ ଗାଁକୁ ଅଶୁଭ ହେବ ବୋଲି ଆଶଙ୍କା କରି ଏହା ସେମାନେ ଗାଁରେ ଜଣାଇଥିଲେ। ପରେ ଏମାନଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଗାଁରେ ପ୍ରଚାର କରାଯିବା ସହ ଏମାନଙ୍କର ପ୍ରତିକାତ୍ମକ ଭାବେ ଶବ ସତ୍କାର କରାଯାଇଥିଲା। ପରେ ଏହି ୨ ଯୁବକ ଗାଁକୁ ଫେରିଥିଲେ ।
ତେବେ ଘଟଣା ସାମ୍ନାକୁ ଆସିବା ପରେ ଏହି ଅନ୍ଧବିଶ୍ୱାସର ଯେପରି ଆଉ କେହି ଶିକାର ନହୁଅନ୍ତି ସେନେଇ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ଏହି ଅନ୍ଧବିଶ୍ୱାସକୁ ଦୂର କରିବାକୁ ପାତ୍ରଗୁଡ଼ା ଗାଁରେ ପହଞ୍ଚିଛନ୍ତି ଜୟପୁର ସମନ୍ବିତ ଶିଶୁ ବିକାଶ ଅଧିକାରୀ ଓ ତାଙ୍କ ଟିମ୍ । ଆଉ ଏନେଇ ସଚେତନ କରାଇଛନ୍ତି।