ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ ପାଳନ କରାଯିବ। ଏହାକୁ ନେଇ ଶ୍ରଦ୍ଧାଳୁ ଓ ଆୟୋଜକଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖାଦେଇଥିଲେ ମଧ୍ୟ ନିଜ ନିଜ ଅଞ୍ଚଳରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ଜୟନ୍ତୀ ପାଳନ ପାଇଁ ଲାଗିପଡିଛନ୍ତି। ପୂର୍ବବର୍ଷ ଭଳି ସମଗ୍ର ସହର ହନୁମାନ ଝଣ୍ଡାରେ ଗୈରିକମୟ ହୋଇଉଠିଛି। ଲୋକମାନେ ମଧ୍ୟ ନିଜନିଜ ଘର […] The post ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ appeared first on Dharitri Odia News.

ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ ପାଳନ କରାଯିବ। ଏହାକୁ ନେଇ ଶ୍ରଦ୍ଧାଳୁ ଓ ଆୟୋଜକଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖାଦେଇଥିଲେ ମଧ୍ୟ ନିଜ ନିଜ ଅଞ୍ଚଳରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ଜୟନ୍ତୀ ପାଳନ ପାଇଁ ଲାଗିପଡିଛନ୍ତି। ପୂର୍ବବର୍ଷ ଭଳି ସମଗ୍ର ସହର ହନୁମାନ ଝଣ୍ଡାରେ ଗୈରିକମୟ ହୋଇଉଠିଛି। ଲୋକମାନେ ମଧ୍ୟ ନିଜନିଜ ଘର ଉପରେ ବା ଯାନବାହନରେ ଛୋଟ ଛୋଟ ଗୈରିକ ଝଣ୍ଡା ଲଗାଇ ଭ୍ରମଣ କରୁଥିବା ଦେଖିବାକୁ ମିଳିଛି।
ଜୟନ୍ତୀ ପାଇଁ ବିଭିନ୍ନ ହନୁମାନ ମନ୍ଦିରକୁ ଉଜ୍ଜ୍ୱଳ ଆଲୋକମାଳାରେ ସଜ୍ଜିତ କରାଯିବା ସହ ଭକ୍ତଙ୍କ ଦର୍ଶନାର୍ଥେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ବ୍ରୁକ୍ସହିଲରେ ଥିବା ରାମମନ୍ଦିରକୁ ରଙ୍ଗିନ ତୋରଣ ଓ ଆଲୋକମାଳାରେ ସଜ୍ଜିତ କରାଯାଇଛି। ହନୁମାନ ଜୟନ୍ତୀରେ ସଂଘଟିତ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଚଳିତବର୍ଷ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ପ୍ରଶାସନ ପକ୍ଷରୁ ରୋକ ଲଗାଯାଇଛି। ହେଲେ ବିଭିନ୍ନ ପଡ଼ା ଓ ହନୁମାନ ମନ୍ଦିର କମିଟି ପକ୍ଷରୁ ନିଜ ଅଞ୍ଚଳରେ ହନୁମାନ ଜୟନ୍ତୀ ପାଳନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଗତବର୍ଷର ହିଂସାକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଗୁଆ ପଦକ୍ଷେପ ସ୍ବରୂପ ଦିନକ ପୂର୍ବରୁ ସହରର ପ୍ରମୁଖ ଛକମାନଙ୍କରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏପରି କି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଇଛି। ସେହିପରି ପୀରବାବା ଛକ, ଜିଲାସ୍କୁଲ ଛକ, ଭୁତାପଡ଼ା ଛକ, ଗୋଲବଜାର ଛକ, ଲକ୍ଷ୍ମୀଟକିଜ୍‌ ଛକ ଆଦି ସମ୍ବେଦନଶୀଳ ସ୍ଥାନରେ ପୋଲିସ ସୁରକ୍ଷା ବାହିନୀ ତମ୍ବୁ ପକାଇ ଅହୋରାତ୍ର ପହରା ଦେଉଛନ୍ତି। ସମଗ୍ର ସହରରେ ସିଆର୍‌ପିଏଫ୍‌ ଯବାନଙ୍କ ସହିତ ୧୫ ପ୍ଲାଟୁନ୍‌ ପୋଲିସ ବାହିନୀଙ୍କୁ ମୁତୟନ କରାଯାଇଛି। ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ୮ ଜଣ ଡିଏସ୍‌ପି ପାହ୍ୟା ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ପରିଚାଳନା ଦାୟିତ୍ୱରେ ରହିଛନ୍ତି।

The post ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ appeared first on Dharitri Odia News.