କାଉନ୍ସେଲିଂ ନାଁରେ ୧୫ ବର୍ଷରେ ୫୦ ଯୁବତୀଙ୍କୁ ବଳାତ୍କାର, ମନସ୍ତତ୍ତ୍ୱବିତ୍ ଗିରଫ
ନାଗପୁର,୧୪।୧: ୧୫ ବର୍ଷରେ ଅନୂ୍ୟନ ୫୦ ଜଣ ନାବାଳିକା ଓ ଯୁବତୀଙ୍କୁ ବଳାତ୍କାର ଏବଂ ବ୍ଲାକ୍ମେଲିଂ କରିଥିବା ଅଭିଯୋଗରେ ଜଣେ ୪୭ ବର୍ଷୀୟ ମନସ୍ତତ୍ତ୍ୱବିତ୍ଙ୍କୁ ନାଗପୁରରୁ ଗିରଫ କରାଯାଇଛି। ରାଜେଶ ଧୋକେ ନାମକ ଏହି ମନସ୍ତତ୍ତ୍ୱବିତ୍ ୨ ପିଲାଙ୍କ ବାପା। ସେ କାଉନ୍ସେଲିଂ ଦେବା ବାହାନାରେ ଯୁବତୀମାନଙ୍କୁ ପ୍ରଲୋଭିତ କରାଇ ନିଜ କ୍ୟାମ୍ପ୍ରେ ବଳାତ୍କାର କରୁଥିଲେ। ରାଜେଶଙ୍କ ବିରୋଧରେ ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ଆଇନ ଏବଂ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ପ୍ରତିକାର) […] The post କାଉନ୍ସେଲିଂ ନାଁରେ ୧୫ ବର୍ଷରେ ୫୦ ଯୁବତୀଙ୍କୁ ବଳାତ୍କାର, ମନସ୍ତତ୍ତ୍ୱବିତ୍ ଗିରଫ appeared first on Dharitri Odia News.
ନାଗପୁର,୧୪।୧: ୧୫ ବର୍ଷରେ ଅନୂ୍ୟନ ୫୦ ଜଣ ନାବାଳିକା ଓ ଯୁବତୀଙ୍କୁ ବଳାତ୍କାର ଏବଂ ବ୍ଲାକ୍ମେଲିଂ କରିଥିବା ଅଭିଯୋଗରେ ଜଣେ ୪୭ ବର୍ଷୀୟ ମନସ୍ତତ୍ତ୍ୱବିତ୍ଙ୍କୁ ନାଗପୁରରୁ ଗିରଫ କରାଯାଇଛି। ରାଜେଶ ଧୋକେ ନାମକ ଏହି ମନସ୍ତତ୍ତ୍ୱବିତ୍ ୨ ପିଲାଙ୍କ ବାପା। ସେ କାଉନ୍ସେଲିଂ ଦେବା ବାହାନାରେ ଯୁବତୀମାନଙ୍କୁ ପ୍ରଲୋଭିତ କରାଇ ନିଜ କ୍ୟାମ୍ପ୍ରେ ବଳାତ୍କାର କରୁଥିଲେ। ରାଜେଶଙ୍କ ବିରୋଧରେ ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ଆଇନ ଏବଂ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ପ୍ରତିକାର) ଆଇନ ଅନୁଯାୟୀ ୩ଟି ମାମଲା ରୁଜୁ ହୋଇଛି।
ପୋଲିସ କହିବା ଅନୁଯାୟୀ, ଭଣ୍ଡାରା ଏବଂ ଗୋଣ୍ଡିଆ ଭଳି ଗ୍ରାମାଞ୍ଚଳରେ ରାଜେଶ ବ୍ୟକ୍ତିତ୍ୱ ବିକାଶ କ୍ୟାମ୍ପ୍ ଆୟୋଜନ କରୁଥିଲେ। ସେହି କ୍ୟାମ୍ପ୍ରେ ଯୁବତୀଙ୍କୁ ବଳାତ୍କାର କରିବା ସହ ଯୌନ ନିର୍ଯାତନା ଦେଉଥିଲେ। ପୀଡ଼ିତା ଯେପରି ଘଟଣା ସମ୍ପର୍କରେ ପୋଲିସକୁ ନ ଜଣାଇବେ, ସେଥିପାଇଁ ସେ ସେମାନଙ୍କ ଫଟୋ ରଖି ବ୍ଲାକ୍ମେଲ୍ କରୁଥିଲେ।
ଏପରିକି ପୀଡ଼ିତା ବିବାହ କରିବା ପରେ ମଧ୍ୟ ରାଜେଶ ସେମାନଙ୍କୁ ଧମକ ଦେଇ ବଳାତ୍କାର କରିଆସୁଥିଲେ ବୋଲି ପୋଲିସ କହିଛି। ସେ ସ୍ଥାନୀୟ ଅଞ୍ଚଳର କେତେଜଣ ମହିଳାଙ୍କୁ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ମହିଳାମାନଙ୍କ ପ୍ରତି ତାଙ୍କ ଅନୁପଯୁକ୍ତ ଆଚରଣର ଚିତ୍ର ସିସିଟିଭି ଫୁଟେଜ୍ରୁ ଦେଖିବାକୁ ମିଳିଛି। ଏହି କାରଣରୁ ସେ ଅନେକ ସମୟରେ ମାଡ଼ ଖାଇଥିଲେ ମଧ୍ୟ ତାଙ୍କ ସ୍ବଭାବରେ କୌଣସି ପରିବର୍ତ୍ତନ ଘଟି ନ ଥିଲା।
The post କାଉନ୍ସେଲିଂ ନାଁରେ ୧୫ ବର୍ଷରେ ୫୦ ଯୁବତୀଙ୍କୁ ବଳାତ୍କାର, ମନସ୍ତତ୍ତ୍ୱବିତ୍ ଗିରଫ appeared first on Dharitri Odia News.