କାଗଜପତ୍ରରେ ଗାଁକୁ ପାଣି ମିଳୁଛି, ସୁଧା ଯୋଜନାର ଜଳ ଅମଳ ପ୍ରକଳ୍ପକୁ ନେଇ ଦେଖା ଯାଇଛି ଅସନ୍ତୋଷ

ଫୁଲବାଣୀ : କନ୍ଧମାଳ ଜିଲା କାଶିନୀ ପଦର ପଞ୍ଚାୟତର ବରେବାଟା ନାଳରେ ଜଳ ଓ ପରିମଳ ବିଭାଗ ଦ୍ୱାରା ନିର୍ମାଣ କରା ଯାଇଥିବା ବସୁଧା ଯୋଜନାର ଜଳ ଅମଳ ପ୍ରକଳ୍ପକୁ ନେଇ ଦେଖା ଯାଇଛି ଅସନ୍ତୋଷ ଦୀର୍ଘ ୪ ବର୍ଷ ବର୍ଷ ହେଲା ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ କାମରେ ନ ଲାଗି ଖତ ହେବାକୁ ବସିଛି। କେଉଁ ସାହିକୁ ଆଜି ପର୍ଯ୍ୟନ୍ତ ପାଇପ ସଂଯୋଗ ହୋଇଛିତ କେଉଁ ସାହିକୁ ଆଜି ପର୍ଯ୍ୟନ୍ତ […]

କାଗଜପତ୍ରରେ ଗାଁକୁ ପାଣି ମିଳୁଛି, ସୁଧା ଯୋଜନାର ଜଳ ଅମଳ ପ୍ରକଳ୍ପକୁ ନେଇ ଦେଖା ଯାଇଛି ଅସନ୍ତୋଷ

ଫୁଲବାଣୀ : କନ୍ଧମାଳ ଜିଲା କାଶିନୀ ପଦର ପଞ୍ଚାୟତର ବରେବାଟା ନାଳରେ ଜଳ ଓ ପରିମଳ ବିଭାଗ ଦ୍ୱାରା ନିର୍ମାଣ କରା ଯାଇଥିବା ବସୁଧା ଯୋଜନାର ଜଳ ଅମଳ ପ୍ରକଳ୍ପକୁ ନେଇ ଦେଖା ଯାଇଛି ଅସନ୍ତୋଷ ଦୀର୍ଘ ୪ ବର୍ଷ ବର୍ଷ ହେଲା ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ କାମରେ ନ ଲାଗି ଖତ ହେବାକୁ ବସିଛି। କେଉଁ ସାହିକୁ ଆଜି ପର୍ଯ୍ୟନ୍ତ ପାଇପ ସଂଯୋଗ ହୋଇଛିତ କେଉଁ ସାହିକୁ ଆଜି ପର୍ଯ୍ୟନ୍ତ ପାଇପ ମଧ୍ୟ ସଂଯୋଗ ହୋଇ ପାରିନାହିଁ।

ଏହି ଘଟଣାରେ ବରେବାଟା ଉପର ସାହିକୁ ଆରମ୍ଭ ର ଆଜି ପର୍ଯ୍ୟନ୍ତ ଜମାରୁ ପାଣି ଯାଇନଥିବା ବେଳେ ଶାସିପଦର ସ୍କୁଲ ସାହି ରାଜେନିପୀଡ଼ିଆ ସାହିକୁ ମଧ୍ୟ ଆଜି ପର୍ଯ୍ୟନ୍ତ ପାଣି ଯାଇ ପାରିନାହିଁ। ଶୁଣ୍ଡିସାହିକୁ ମାତ୍ର ପ୍ରକଳ୍ପ ଆରମ୍ଭରୁ ଗୋଟିଏ ଦିନ ମାତ୍ର ପାଣି କେବଳ ପରୀକ୍ଷା ମୂଳକ ଭାବରେ ଛଡାଯିବା ପରେ ତାପରେ ଆଜି ପର୍ଯ୍ୟନ୍ତ ପାଣି ଟୋପାଏ ମିଳି ପାରିନାହିଁ। ବିନ୍ଧାଣିସାହିକୁ ପାଣି ଯିବା ଦୂରର କଥା ଆଜି ପର୍ଯ୍ୟନ୍ତ ପାଇପ ମଧ୍ୟ ସଂଯୋଗ ହୋଇ ପାରିନାହିଁ । ଏହି ପାଣି ସମସ୍ୟା କୁ ନେଇଁ ବାରମ୍ବାର ଅଞ୍ଚଳ ବାସୀ ଫିରିଙ୍ଗିଆ ବ୍ଲକଠାରୁ ଜିଲାପାଳଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ହେବା ଘଟଣା ରେ ବିଭିନ୍ନ ଗଣ ମାଧ୍ୟମରେ ବାହାରିଥିବା ଖବରକୁ ଜଣେ ସାମାଜିକ କର୍ମୀ ଟୁଇଟ କରିବା ପରେ ପ୍ରକୃତ ଘଟଣାର ଅନୁଧ୍ୟାନ ନକରି ଜଳ ଓ ପରିମଳ ବିଭାଗ ସମ୍ପୂର୍ଣ ଭାବରେ ଗାଁକୁ ପାଣି ଚାଲୁଥିବା ଓ ଲୋକ ପାଣି ପାଉଥିବା ଉତ୍ତର ଦେବା ସହ ଦୁଇଟି ପାଣି ଆସୁଥିବ ଫଟୋ ମଧ୍ୟ ଛାଡିଛନ୍ତି।

ଏବେ ମାତ୍ର ଗୋଟିଏ ସାହିରେ ଅଳ୍ପ ପାଣି ଆସୁଛି କିନ୍ତୁ ସବୁ ସାହିରେ ପାଣି ଆସୁନଥିବାରୁ ଏହି ଟୁଇଟକୁ ନେଇ ଲୋକେ ବାରମ୍ବାର ଲୋକଙ୍କୁ ଏଭଳି ମିଛ ତଥ୍ୟ ଦେଇ ବିଭାଗ ଭୁଆଁ ବୁଲାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି। କନିଷ୍ଠ ଯନ୍ତ୍ରୀ ସମ୍ବାରିୟା ବେହେରାଙ୍କୁ ପଚାରିବାରୁ ସମୂହ ଗ୍ରାମରେ ପାଣି ଚାଲିଥିବା କହିଛନ୍ତି। ଗ୍ରାମର କୃଷ୍ଣ କହଁର, କିନେଶ୍ୱର କହଁର, ମାୟାଧର ଦିଗାଲ, ବିନୋଦ ଦିଗାଲ, ଜାନାସ ଦିଗାଲ, ସନ୍ତୋଷ ପ୍ରଧାନ, ବିପ୍ର ଚରଣ ପ୍ରଧାନ, ରାଘବ ବିନ୍ଧାଣି, ସୁନାସିର ଦିଗାଲ ସମୂହ ଗ୍ରାମରେ ପାଣି ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟ ଠାରୁ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ ହେଉ ନ ଥିବାରୁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କୁ ଯାଇ ଲିଖିତ ଅଭିଯୋଗ କରିବୁ ବୋଲି କହିଛନ୍ତି।