କାଜୁ ତୋଳାକୁ ନେଇ ମହାଭାରତ
ଦେବୀ ନଦୀ ମଝି ଟାପୁ ଜଙ୍ଗଲରେ କାଜୁ ତୋଳାକୁ ନେଇ ମହାଭାରତ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ବାଲିଡିହା ଓ ଜଗତସିଂହପୁର ବାଲିକୁଦା ବ୍ଲକ୍ ତରାସାହି ଗାଁ ଲୋକଙ୍କ ମଧ୍ୟରେ ହୋଇଛି ଖଣ୍ଡଯୁଦ୍ଧ। ଏ ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ୩୦ରୁ ଅଧିକ ଲୋକ ଆହତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ପରେ ନିମାପଡ଼ା ଏସଡିପିଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ତେବେ ସୀମା ବିବାଦକୁ ନେଇ ପୂର୍ବରୁ ଥିବା ବିବାଦ ଯୋଗୁଁ ଆଜି ଏଭଳି ରକ୍ତାକ୍ତ ସଂଘର୍ଷ ଘଟିଥିବାରୁ ଏହାର ତୁରନ୍ତ ସମାଧାନ ଚାହିଁଛନ୍ତି ଉଭୟ ପକ୍ଷ।