କାଠ କିଣିବା କୁ ଆସି ବ୍ୟବସାଇ ଙ୍କ ନିଖୋଜ ଚିନ୍ତାରେପରିବାର ସଦସ୍ୟ
ପଟ୍ଟାଙ୍ଗି୧୩/୧୧କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ଅଞ୍ଚଳକୁ ଜୟପୁର ଅଞ୍ଚଳର ଜଣେ କାଠ ବ୍ୟବସାଇ କାଠ କିଣିବା କୁ ଆଶି ନିଖୋଜ ହୋଇଥିବା ନେଇ ପରିବାର ସଦସ୍ୟ ଚିନ୍ତିତ ରହିଥିବା ସହ ଜୟପୁର ପୋଲିସ ନିକଟରେ ନିଖୋଜ କୁ ନେଇ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଦେଓପଟ୍ଟାଙ୍ଗି ଅଞ୍ଚଳ ଟି ପଟ୍ଟାଙ୍ଗି ଥାନା ଅଧିନରେ ଯାଉଥିବା ବେଳେ ପରିବାର ସଦସ୍ୟ ଉକ୍ତ ଥାନାର ଦ୍ୱାରସ୍ଥ ହୋଇ ସହାୟତା ମାଗିଥିବା ବେଳେ ଜୟପୁର ଓ ପଟ୍ଟାଙ୍ଗି […] The post କାଠ କିଣିବା କୁ ଆସି ବ୍ୟବସାଇ ଙ୍କ ନିଖୋଜ ଚିନ୍ତାରେପରିବାର ସଦସ୍ୟ appeared first on Odisha.News.

ପଟ୍ଟାଙ୍ଗି୧୩/୧୧କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ଅଞ୍ଚଳକୁ ଜୟପୁର ଅଞ୍ଚଳର ଜଣେ କାଠ ବ୍ୟବସାଇ କାଠ କିଣିବା କୁ ଆଶି ନିଖୋଜ ହୋଇଥିବା ନେଇ ପରିବାର ସଦସ୍ୟ ଚିନ୍ତିତ ରହିଥିବା ସହ ଜୟପୁର ପୋଲିସ ନିକଟରେ ନିଖୋଜ କୁ ନେଇ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଦେଓପଟ୍ଟାଙ୍ଗି ଅଞ୍ଚଳ ଟି ପଟ୍ଟାଙ୍ଗି ଥାନା ଅଧିନରେ ଯାଉଥିବା ବେଳେ ପରିବାର ସଦସ୍ୟ ଉକ୍ତ ଥାନାର ଦ୍ୱାରସ୍ଥ ହୋଇ ସହାୟତା ମାଗିଥିବା ବେଳେ ଜୟପୁର ଓ ପଟ୍ଟାଙ୍ଗି ପୋଲିସ ମିଳିତ ସହଯୋଗରେ ନିଖୋଜ କାଠ ବ୍ୟବସାଇ ଙ୍କୁ ଠାବ କରିବା ରେ ପ୍ରୟାସ ଆରମ୍ଭ କରିଛନ୍ତି । ସୂଚନା ମୁତାବକ ଜୟପୁର ଅଞ୍ଚଳର ମାଦଳାସାହି ନିବାସୀ ରାଧାକୃଷ୍ଣ ମହାପାତ୍ର ରବିବାର ଦିନ ନିଜ ମୋଟର ସାଇକେଲ ନଂ OD10 q 8622 ଯୋଗେ ନିଜ ଘରୁ ବାହାରି ଦେଓପଟ୍ଟାଙ୍ଗି ଅଞ୍ଚଳରେ ପହଞ୍ଚି କିଛି ଗଛ ବିକ୍ରି କରିବା ଲୋକଙ୍କ ସହ ସାକ୍ଷାତ କରି ଗଛ କାଠ କିଣିବା ପାଇଁ ଆଲୋଚନା କରିଥିଲେ । ଏହି ସମୟରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଉକ୍ତ ବ୍ୟବସାଇ ମହାପାତ୍ର ଙ୍କ ସହ ପରିବାର ବର୍ଗ ତାଙ୍କ ମୋବାଇଲ ନଂ କୁ ଯୋଗାଯୋଗ ରେ ରହି କଥାବାର୍ତ୍ତା ହୋଇଥିଲେ କିନ୍ତୁ ଉପରୋକ୍ତ ସମୟ ପରେ ପୁଣିଥରେ ମୋବାଇଲ ନଂ କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ମୋବାଇଲ୍ ସୁଇଚ୍ ଅପ୍ ହିଁ ଦେଖାଉଛି । ଯାହା ଫଳରେ ପରିବାର ସଦସ୍ୟ ଭୟଭୀତ ହୋଇ ରହିଥିବା ବେଳେ ଚିନ୍ତାରେ ରହିଥିବା ସହ ମହାପାତ୍ର ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ଏନେଇ ପଟ୍ଟାଙ୍ଗି ଥାନ ଅଧିକାରୀ ଚତୁର୍ଭୁଜ ନାୟକ ଙ୍କୁ ଯୋଗାଯୋଗ କରିବା ରୁ ଦେଓପଟ୍ଟାଙ୍ଗି ଅଞ୍ଚଳର ଯେଉଁ ଲୋକ ମାନଙ୍କ ପାଖକୁ ଗଛ କାଠ କିଣିବା ପାଇଁ ଆସିଥିଲେ ସେହି ଲୋକ ମାନଙ୍କୁ ଡାକି ପଚରାଉଚରା କରାଯିବା ରୁ ଉକ୍ତ ବ୍ୟବସାଇ ମହାପାତ୍ର ଆସିଥିଲେ ସତ କିନ୍ତୁ ଆଲୋଚନା କରି ଫେରି ଯାଇଥିବା ନେଇ ଲୋକମାନେ ପ୍ରକାଶ କରି ଥିବା ପ୍ରକାଶ କରିଛନ୍ତି ବୋଲି ଉକ୍ତ ଅଧିକାରୀ ପ୍ରକାଶ କରିଥିଲେ । ଏଠାରେ ସୂଚନା ଥାଉକି କାଠ ବ୍ୟବସାଇ ମହାପାତ୍ର ନିଖୋଜ ହେବାର ୦୪ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୋଲିସ ହାତରେ କୈଣସି ସୁରାକ ମିଳି ନଥିବା ବେଳେ ସେପଟେ ନିଖୋଜ କାଠ ବ୍ୟବସାଇ ଙ୍କ ପରିବାର ଚିନ୍ତାରେ ଦିନ କାଟୁଛନ୍ତି ।
The post କାଠ କିଣିବା କୁ ଆସି ବ୍ୟବସାଇ ଙ୍କ ନିଖୋଜ ଚିନ୍ତାରେପରିବାର ସଦସ୍ୟ appeared first on Odisha.News.