କାଠଯୋଡି ପଠାରେ ମହିଳାଙ୍କୁ ହତ୍ୟା ଘଟଣା: ପରକୀୟା ପ୍ରୀତି ସଂନ୍ଦେହରୁ ହତ୍ୟା

କଟକ:କାଠଯୋଡ଼ି ନଦୀପଠାରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ଖୋଲିଛି ଗୁମର। ପରକୀୟା ପ୍ରୀତି ସନ୍ଦେହ ଯୋଗୁଁ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ବୋଲି କଟକ ଡିସିପି କହିଛନ୍ତି। ସ୍ତ୍ରୀଙ୍କୁ ନେଇ ସଂନ୍ଦେହେ ଉପୁଜିଥିଲା ସ୍ୱାମୀ ଜଗନ୍ନାଥଙ୍କ ମନରେ। ତେଣୁ ସୁଚିନ୍ତିତ ଭାବେ ସ୍ତ୍ରୀଙ୍କୁ ମାରିବା ପାଇଁ ପ୍ଲାନ କରିଥିଲା ସ୍ୱାମୀ ଜଗନ୍ନାଥ। ଏଥିରେ ତାଙ୍କୁ ସହଯୋଗ କରିଥିଲେ ଭାଇ ବଳରାମ ଓ ସାଙ୍ଗ ହାପି। ମାତ୍ର ଦୁଇ ଦିନରେ ଏହି ହତ୍ୟାକାଣ୍ଡର ପର୍ଦ୍ଧାଫାସ ହୋଇଛି। […]

କାଠଯୋଡି ପଠାରେ ମହିଳାଙ୍କୁ ହତ୍ୟା ଘଟଣା: ପରକୀୟା ପ୍ରୀତି ସଂନ୍ଦେହରୁ ହତ୍ୟା

କଟକ:କାଠଯୋଡ଼ି ନଦୀପଠାରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ଖୋଲିଛି ଗୁମର। ପରକୀୟା ପ୍ରୀତି ସନ୍ଦେହ ଯୋଗୁଁ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ବୋଲି କଟକ ଡିସିପି କହିଛନ୍ତି। ସ୍ତ୍ରୀଙ୍କୁ ନେଇ ସଂନ୍ଦେହେ ଉପୁଜିଥିଲା ସ୍ୱାମୀ ଜଗନ୍ନାଥଙ୍କ ମନରେ। ତେଣୁ ସୁଚିନ୍ତିତ ଭାବେ ସ୍ତ୍ରୀଙ୍କୁ ମାରିବା ପାଇଁ ପ୍ଲାନ କରିଥିଲା ସ୍ୱାମୀ ଜଗନ୍ନାଥ। ଏଥିରେ ତାଙ୍କୁ ସହଯୋଗ କରିଥିଲେ ଭାଇ ବଳରାମ ଓ ସାଙ୍ଗ ହାପି। ମାତ୍ର ଦୁଇ ଦିନରେ ଏହି ହତ୍ୟାକାଣ୍ଡର ପର୍ଦ୍ଧାଫାସ ହୋଇଛି। ଅଭିଯୁକ୍ତଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି ପୋଲିସ

ବହୁ ତନାଘନା ପରେ ସ୍ୱାମୀ ଜଗନ୍ନାଥ ଦେହୁରୀ, ଭାଇ ବଳରାମ ଦେହୁରୀ ଓ ସାଙ୍ଗ ହାପି ଦେହୁରୀଙ୍କୁ ପୋଲିସ ଏ ଘଟଣାରେ ଗିରଫ କରିଛି। ଆଗକୁ ଏ ଦିଗରେ ପୋଲିସର ଛାନଭିନ ଜାରି ରହିବ ବୋଲି କଟକ ଡିସିପି କହିଛନ୍ତି।