କାଠଯୋଡିରେ ଯୁଵ ଇଞ୍ଜିନିୟର ଵୁଡିଯିଵା ଘଟଣା, ନଦୀରୁ ଉଦ୍ଧାର ହେଲା ଆଉଜଣଙ୍କ ମୃତଦେହ
କଟକ ୧୯/୦୫: କାଠଯୋଡିରେ ଦୁଇ ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା । ନଦୀରୁ ଉଦ୍ଧାର ହେଲା ଦ୍ୱିତୀୟ ମୃତଦେହ । ଏନଡିଆରଏଫ ଟିମ୍ର ସର୍ଚ୍ଚ ଅପରେସନ ବେଳେ ଦ୍ୱିତୀୟ ମୃତଦେହ ଉଦ୍ଧାର ହୋଇଛି । ରବିବାର ଜଣେ ଯୁବ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଉଭୟ ଯୁବ ଇଞ୍ଜିନିୟର ମହାରାଷ୍ଟ୍ରର ହୋଇଥିବା ସୂଚନା ମିଳିଛି । କଟକ SCB ନିର୍ମାଣାଧୀନ କାର୍ଯ୍ୟରେ ମୁତୟନ ଥିଲେ। ଉଭୟ ଇଂଜିନିୟର ମହାରାଷ୍ଟ୍ରର ହୋଇଥିବା ସୂଚନା। ଗାଧୋଇବା ବେଳେ ପାଣିର ଗଭୀରତା ନେଇ ଅବଗତ ନ ଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।ସୂଚନାଥାଉକି, ରବିବାର କଟକ ସିଡିଏ ସେକ୍ଟର ୧୧ ନିକଟ ବିରେନ ମିତ୍ର ପାର୍କ ପାଖରେ ଦୁଇ ଜଣ ଯୁବକ କାଠଯୋଡି ନଦୀକୁ ଗାଧୋଇବାକୁ ଯାଇ ବୁଡିଯାଇଥିଲେ । ଘଟଣାରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଥିଲେ । ମୃତ ଇଂଜିନିୟର ହେଲେ ଋଷିକେଶ ମାତାଲ । ରବିବାର ଋଷିକେଶ ମାତାଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । କହି ରଖୁ , ତେବେ ଦୁଇ ଯୁବକ ଏଲ୍ ଏଣ୍ଡ ଟି(L&T)କମ୍ପାନୀରେ ଇଞ୍ଜିନିୟରିଂ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ଶନିବାର ଦିନ ପ୍ରାୟ ସାଢେ ୩ଟା ବେଳେ ଗାଧୋଇବା ପାଇଁ ଦୁହେଁ ସେଠାକୁ ଯାଇଥିଲେ । ଏକ ପଥର ବୁରୁଜ ତଳେ ପାଣିର ଗଣ୍ଡ ପାଖରେ ଗାଧୋଇବା ବେଳେ ବୁଡି ଯାଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି । ସିଡିଏ ଫେଜ୍ ୨ ପୋଲିସ ଘଟଣା ସ୍ଥଳରେ
କଟକ ୧୯/୦୫: କାଠଯୋଡିରେ ଦୁଇ ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା । ନଦୀରୁ ଉଦ୍ଧାର ହେଲା ଦ୍ୱିତୀୟ ମୃତଦେହ । ଏନଡିଆରଏଫ ଟିମ୍ର ସର୍ଚ୍ଚ ଅପରେସନ ବେଳେ ଦ୍ୱିତୀୟ ମୃତଦେହ ଉଦ୍ଧାର ହୋଇଛି । ରବିବାର ଜଣେ ଯୁବ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଉଭୟ ଯୁବ ଇଞ୍ଜିନିୟର ମହାରାଷ୍ଟ୍ରର ହୋଇଥିବା ସୂଚନା ମିଳିଛି ।
କଟକ SCB ନିର୍ମାଣାଧୀନ କାର୍ଯ୍ୟରେ ମୁତୟନ ଥିଲେ। ଉଭୟ ଇଂଜିନିୟର ମହାରାଷ୍ଟ୍ରର ହୋଇଥିବା ସୂଚନା। ଗାଧୋଇବା ବେଳେ ପାଣିର ଗଭୀରତା ନେଇ ଅବଗତ ନ ଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।
ସୂଚନାଥାଉକି, ରବିବାର କଟକ ସିଡିଏ ସେକ୍ଟର ୧୧ ନିକଟ ବିରେନ ମିତ୍ର ପାର୍କ ପାଖରେ ଦୁଇ ଜଣ ଯୁବକ କାଠଯୋଡି ନଦୀକୁ ଗାଧୋଇବାକୁ ଯାଇ ବୁଡିଯାଇଥିଲେ । ଘଟଣାରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଥିଲେ । ମୃତ ଇଂଜିନିୟର ହେଲେ ଋଷିକେଶ ମାତାଲ । ରବିବାର ଋଷିକେଶ ମାତାଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।
କହି ରଖୁ , ତେବେ ଦୁଇ ଯୁବକ ଏଲ୍ ଏଣ୍ଡ ଟି(L&T)କମ୍ପାନୀରେ ଇଞ୍ଜିନିୟରିଂ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ଶନିବାର ଦିନ ପ୍ରାୟ ସାଢେ ୩ଟା ବେଳେ ଗାଧୋଇବା ପାଇଁ ଦୁହେଁ ସେଠାକୁ ଯାଇଥିଲେ । ଏକ ପଥର ବୁରୁଜ ତଳେ ପାଣିର ଗଣ୍ଡ ପାଖରେ ଗାଧୋଇବା ବେଳେ ବୁଡି ଯାଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି । ସିଡିଏ ଫେଜ୍ ୨ ପୋଲିସ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା।