କାନାଡ଼ା-ମେକ୍ସିକୋକୁ ଟ୍ରମ୍ପଙ୍କ ଝଟ୍କା : ମହଲତ ଦେବାକୁ ମନା, ଏବେଠୁ ନୂଆ ନିୟମ ଲାଗୁ
ନୂଆଦିଲ୍ଲୀ ୦୪।୦୪ : ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଝଟ୍କା । କାନାଡ଼ା ଏବଂ ମେକ୍ସିକୋ ପାଇଁ ଏହି ଘୋଷଣା କରିଛନ୍ତି ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି । ମଙ୍ଗଳବାର ଠାରୁ ଏହି ଦୁଇ ଦେଶ ଉପରେ ୨୫ ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ଫ । ଏହାସହିତ ଆଉ ମହଲତ ଦେବାକୁ ମନା କରି ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ମଙ୍ଗଳବାର (ମାର୍ଚ୍ଚ ୪)ଠୁ ଏହି ନିୟମକୁ ଲାଗୁ କରାଯିବ । ଆମେରିକାର ନୂଆ ଟାରିଫ୍ରୁ ବଞ୍ଚିବା ପାଇଁ କାନାଡ଼ା କିମ୍ବା ମେକ୍ସିକୋ ନିକଟରେ ଆଉ କୌଣସି ଉପାୟ ନାହିଁ । ଯେଉଁଭଳି ଭାବରେ ଯୋଜନା କରାଯାଇଛି, ସେହିପରି ଭାବରେ ଏହାକୁ ଲାଗୁ କରାଯିବ । ଏହି ପ୍ରସଙ୍ଗରେ ଆମେ ଉଭୟ ଦେଶର ପ୍ରତିପକ୍ଷଙ୍କ ସହ କଥା ହୋଇଥିଲୁ । ପରେ ଏହି ଶୁଳ୍କ ଧାର୍ଯ୍ୟ କରାଯାଇଥିଲା । ଏହାଦ୍ୱାରା ଦୁଇ ଦେଶଙ୍କ ସହ ବ୍ୟାପାର ଅସନ୍ତୁଳନକୁ ସନ୍ତୁଳିତ କରିବ। ଅଧିକ କାରଖାନାକୁ ଆମେରିକାରେ ସ୍ଥାନାନ୍ତରିତ କରିବାକୁ ପ୍ରେରିତ କରିବ ବୋଲି ଟ୍ରମ୍ପ ଆଶା କରିଛନ୍ତି । ଏଣିକି ଆମେରିକାର ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ଦେଶ ମଧ୍ୟରେ ବିକ୍ରି କରିବାକୁ ପ୍ରସ୍ତୁତ ରୁହନ୍ତୁ । ଅପ୍ରେଲ୍ ୨ ଠାରୁ ବାହାରୁ ଆସୁଥିବା ସାମଗ୍ରୀ ଉପରେ ନୂଆ କଟକଣା ଲାଗିବାକୁ ଯାଉଛି। ସେହିପରି ଗତ ମାସରେ ଟ୍ରମ୍ପ କାନାଡ଼ା ଓ ମେକ୍ସିକୋ ସୀମାରେ ଚାଲିଥିବା ଡ୍ରଗ୍ସ କାରବାରକୁ ନେ
ନୂଆଦିଲ୍ଲୀ ୦୪।୦୪ : ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଝଟ୍କା । କାନାଡ଼ା ଏବଂ ମେକ୍ସିକୋ ପାଇଁ ଏହି ଘୋଷଣା କରିଛନ୍ତି ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି । ମଙ୍ଗଳବାର ଠାରୁ ଏହି ଦୁଇ ଦେଶ ଉପରେ ୨୫ ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ଫ । ଏହାସହିତ ଆଉ ମହଲତ ଦେବାକୁ ମନା କରି ଦେଇଛନ୍ତି ।
ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ମଙ୍ଗଳବାର (ମାର୍ଚ୍ଚ ୪)ଠୁ ଏହି ନିୟମକୁ ଲାଗୁ କରାଯିବ । ଆମେରିକାର ନୂଆ ଟାରିଫ୍ରୁ ବଞ୍ଚିବା ପାଇଁ କାନାଡ଼ା କିମ୍ବା ମେକ୍ସିକୋ ନିକଟରେ ଆଉ କୌଣସି ଉପାୟ ନାହିଁ । ଯେଉଁଭଳି ଭାବରେ ଯୋଜନା କରାଯାଇଛି, ସେହିପରି ଭାବରେ ଏହାକୁ ଲାଗୁ କରାଯିବ । ଏହି ପ୍ରସଙ୍ଗରେ ଆମେ ଉଭୟ ଦେଶର ପ୍ରତିପକ୍ଷଙ୍କ ସହ କଥା ହୋଇଥିଲୁ । ପରେ ଏହି ଶୁଳ୍କ ଧାର୍ଯ୍ୟ କରାଯାଇଥିଲା । ଏହାଦ୍ୱାରା ଦୁଇ ଦେଶଙ୍କ ସହ ବ୍ୟାପାର ଅସନ୍ତୁଳନକୁ ସନ୍ତୁଳିତ କରିବ। ଅଧିକ କାରଖାନାକୁ ଆମେରିକାରେ ସ୍ଥାନାନ୍ତରିତ କରିବାକୁ ପ୍ରେରିତ କରିବ ବୋଲି ଟ୍ରମ୍ପ ଆଶା କରିଛନ୍ତି । ଏଣିକି ଆମେରିକାର ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ଦେଶ ମଧ୍ୟରେ ବିକ୍ରି କରିବାକୁ ପ୍ରସ୍ତୁତ ରୁହନ୍ତୁ । ଅପ୍ରେଲ୍ ୨ ଠାରୁ ବାହାରୁ ଆସୁଥିବା ସାମଗ୍ରୀ ଉପରେ ନୂଆ କଟକଣା ଲାଗିବାକୁ ଯାଉଛି।
ସେହିପରି ଗତ ମାସରେ ଟ୍ରମ୍ପ କାନାଡ଼ା ଓ ମେକ୍ସିକୋ ସୀମାରେ ଚାଲିଥିବା ଡ୍ରଗ୍ସ କାରବାରକୁ ନେଇ ନିନ୍ଦା କରିଥିଲେ । ପୁରା ସ୍ଥିତିର ସମୀକ୍ଷା କରି ମାର୍ଚ୍ଚ ୪ରୁ ନୂଆ ଟାରିଫ ପ୍ଲାନ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ଫେବୃଆରୀ ମାସରେ ଟ୍ରମ୍ପ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ଏହି ଦୁଇ ସୀମାରେ ଡ୍ରଗ୍ସ କାରବାର ନେଇ ଚିନ୍ତା ପ୍ରକଟ କରିଥିଲେ । ଏପିରିକି ଜବତ ହେଉଥିବା ଡ୍ରଗ୍ସର ଲିଙ୍କ ଚୀନ୍କୁ ଲମ୍ବିଥିଲା ବୋଲି ତଥ୍ୟ ବି ମିଳିଥିଲା । ଯାହାକୁ ନେଇ ଚୀନ୍ ଉପରେ ନୂଆ କଟକଣା ଲଗାଇଛନ୍ତି ଟ୍ରମ୍ପ ସରକାର। ୪ ମାର୍ଚ୍ଚ ମାନେ ମଙ୍ଗଳବାର ଠାରୁ ଚୀନ୍ ଉପରେ ୧୦ ପ୍ରତିଶତର ଅତିରିକ୍ତ ଟାରିଫ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପଟେ ଟ୍ରମ୍ପ ସରକାରଙ୍କ ଏହି ଘୋଷଣା ପରେ ସେୟାର ବଜାରରେ ମାନ୍ଦା ପରିସ୍ଥିତି ଦେଖିବାକୁ ମିଲିଛି । ଆମେରିକା ସମେତ ଏସୀୟ ବଜାରରେ ଗ୍ରାଫ୍ ତଳକୁ ଖସୁଥିବାର ଦେଖିବାକୁ ମିଲିଛି । ଡାଉ ଜୋନ୍ସ ଠାରୁ ଆରମ୍ଭ କରି ଏସଏଣ୍ଡପି-୫୦୦ ପର୍ଯ୍ୟନ୍ତ ହ୍ରାସ ପାଇଛି । ଏସୀୟ ବଜାରରେ ମଧ୍ୟ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି । ଗିଫ୍ଟ ନିଫ୍ଟୀ ମଧ୍ୟ ରେଡ୍ ମାର୍କରେ କାରବାର କରୁଛି ।