କାନାଡ଼ା ସରକାରଙ୍କ ନୂଆ ଘୋଷଣା: ଭାରତୀୟ ଯାତ୍ରୀଙ୍କ ହେବ ବିଶେଷ ଯାଞ୍ଚ୍
ଓଟଓ୍ବା,୨୧।୧୧: ଭାରତ ଏବଂ କାନାଡା ମଧ୍ୟରେ ଗତବର୍ଷଠାରୁ ସମ୍ପର୍କ ତିକ୍ତ ହୋଇ ରହିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଯାହାକୁ ନେଇ ଭାରତ ପକ୍ଷରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦିଆଯାଇଥିଲା। ଏଥିସହିତ ବର୍ତ୍ତମାନ କାନାଡା ଏକ ନୂଆ ଘୋଷଣା କରିଛି। କାନାଡା ସରକାରଙ୍କ ପରିବହନ ମନ୍ତ୍ରୀ ଅନୀତା ଆନନ୍ଦ ଏକ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତିରେ ସେ କହିଛନ୍ତି, ତାଙ୍କ ମନ୍ତ୍ରଣାଳୟ ଭାରତ ଯାତ୍ରା କରୁଥିବା ଲୋକଙ୍କ ପାଇଁ ସୁରକ୍ଷା […] The post କାନାଡ଼ା ସରକାରଙ୍କ ନୂଆ ଘୋଷଣା: ଭାରତୀୟ ଯାତ୍ରୀଙ୍କ ହେବ ବିଶେଷ ଯାଞ୍ଚ୍ appeared first on Dharitri Odia News.
ଓଟଓ୍ବା,୨୧।୧୧: ଭାରତ ଏବଂ କାନାଡା ମଧ୍ୟରେ ଗତବର୍ଷଠାରୁ ସମ୍ପର୍କ ତିକ୍ତ ହୋଇ ରହିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଯାହାକୁ ନେଇ ଭାରତ ପକ୍ଷରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦିଆଯାଇଥିଲା। ଏଥିସହିତ ବର୍ତ୍ତମାନ କାନାଡା ଏକ ନୂଆ ଘୋଷଣା କରିଛି। କାନାଡା ସରକାରଙ୍କ ପରିବହନ ମନ୍ତ୍ରୀ ଅନୀତା ଆନନ୍ଦ ଏକ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତିରେ ସେ କହିଛନ୍ତି, ତାଙ୍କ ମନ୍ତ୍ରଣାଳୟ ଭାରତ ଯାତ୍ରା କରୁଥିବା ଲୋକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବ। ସେ ଭାରତ ଯାତ୍ରା କରୁଥିବା ଲୋକଙ୍କୁ ଯାଞ୍ଚ କରିବାରେ ‘ଅତ୍ୟଧିକ ସତର୍କତା’ ବିଷୟରେ କହିଛନ୍ତି।
ସେ କହିଛନ୍ତି, ପରିବହନ କାନାଡା ସାମୟିକ ଭାବେ ଭାରତ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ ସୁରକ୍ଷା ସ୍କ୍ରିନିଂ ପଦକ୍ଷେପ କାର୍ଯ୍ୟକାରୀ କରିଛି। କାନାଡା ସରକାରଙ୍କ ଏହି ନୂତନ ସୁରକ୍ଷା ସମ୍ବନ୍ଧୀୟ ନିୟମ କାର୍ଯ୍ୟକାରୀ ହେବାପରେ ଭାରତୀୟ ଯାତ୍ରୀମାନେ ସ୍କ୍ରିନିଂରେ ସାମାନ୍ୟ ବିଳମ୍ବର ସମ୍ମୁଖୀନ ହୋଇପାରନ୍ତି। ଏହି ପଦକ୍ଷେପ କାନାଡାର ବିମାନ ପରିବହନ ସୁରକ୍ଷା ପ୍ରାଧିକରଣ (ସିଏଟିଏସ୍ଏ) ଦ୍ୱାରା ନିଆଯାଉଛି।
The post କାନାଡ଼ା ସରକାରଙ୍କ ନୂଆ ଘୋଷଣା: ଭାରତୀୟ ଯାତ୍ରୀଙ୍କ ହେବ ବିଶେଷ ଯାଞ୍ଚ୍ appeared first on Dharitri Odia News.