ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଚାଣକ୍ୟ ଏପରି କିଛି କହିଛନ୍ତି, ଯାହା ସାଧାରଣ ଚିନ୍ତାଧାରାରୁ ଅଲଗା ଅଟେ। ଆସନ୍ତୁ ଜାଣିବା ପ୍ରେମକୁ ନେଇ କ’ଣ କହିଛନ୍ତି ଚାଣକ୍ୟ… -ଚାଣକ୍ୟଙ୍କ ଅନୁସାରେ, ଯାହାକୁ ଆମେ ପ୍ରେମ କରୁ, ତାକୁ ଭୟ କରୁ। ଏଣୁ ପ୍ରେମ ସବୁ ଦୁଃଖର କାରଣ ପାଲଟେ। ଏଣୁ ପ୍ରେମର ବନ୍ଧନରୁ ମୁକୁଳି ସୁଖୀ […] The post ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ… appeared first on Dharitri Odia News.

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଚାଣକ୍ୟ ଏପରି କିଛି କହିଛନ୍ତି, ଯାହା ସାଧାରଣ ଚିନ୍ତାଧାରାରୁ ଅଲଗା ଅଟେ। ଆସନ୍ତୁ ଜାଣିବା ପ୍ରେମକୁ ନେଇ କ’ଣ କହିଛନ୍ତି ଚାଣକ୍ୟ…

-ଚାଣକ୍ୟଙ୍କ ଅନୁସାରେ, ଯାହାକୁ ଆମେ ପ୍ରେମ କରୁ, ତାକୁ ଭୟ କରୁ। ଏଣୁ ପ୍ରେମ ସବୁ ଦୁଃଖର କାରଣ ପାଲଟେ। ଏଣୁ ପ୍ରେମର ବନ୍ଧନରୁ ମୁକୁଳି ସୁଖୀ ଜୀବନ ବିତାଇବା ଉଚିତ। ଯିଏ ପ୍ରେମ କରନ୍ତି ସେମାନେ ହିଁ ଡରିଥାନ୍ତି। କାରଣ ତାଙ୍କୁ ସର୍ବଦା ହରାଇଦେବାର ଭୟ ଥାଏ।
-ଚାଣକ୍ୟ କୁହନ୍ତି, ଯଦି କୌଣସି ପୁରୁଷକୁ ଲାଗେ କି ତାଙ୍କ ସ୍ତ୍ରୀ ସୁନ୍ଦର ନୁହନ୍ତି। ସେ ସର୍ବଦା ତାଙ୍କ ସମ୍ମାନ ହାନୀ କରୁଛନ୍ତି। ତେବେ ତାଙ୍କୁ ପ୍ରଥମେ ନିଜକୁ ଦର୍ପଣରେ ଦେଖି ନେବା ଉଚିତ। ନାରୀ ମଧ୍ୟରେ ଶାରିରିକ ସୁନ୍ଦରତାକୁ ଖୋଜୁଥିବା ଲୋକ ବୁଝିବା ଉଚିତ ଯେ, ସୁନ୍ଦରତା ଶାରିରୀକ ଗଠନରୁ ନୁହେଁ ବରଂ ହୃଦୟରୁ ହେବା ଆବଶ୍ୟକ। ସମସ୍ତଙ୍କ ନିକଟରେ କିଛି ନା କିଛିର ଅଭାବ ରହିଥାଏ। କାରଣ ସଂସାରରେ କୌଣସି ବ୍ୟକ୍ତି ପୂର୍ଣ୍ଣ ନୁହନ୍ତି। ଏଣୁ ବ୍ୟକ୍ତିକୁ ଏହା ବୁଝିବା ଆବଶ୍ୟକ ବୋଲି ସେ କହିଛନ୍ତି।

 

The post ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ… appeared first on Dharitri Odia News.