କାନାଡା: ମେଣ୍ଟରୁ NDP ଓହରି ଯିବା ପରେ ଅବିଶ୍ୱାସ ପ୍ରସ୍ତାବରୁ ବର୍ତ୍ତିଗଲା ଟ୍ରୁଡୋ ସରକାର,ହେଲେ ଟଳିନି ସଂକଟ
ଓଟାୱା ୨୬।୯: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଘରେ ହିଁ ଘେରି ଯାଇଛନ୍ତି। ସଂସଦରେ ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିଲା। ତେବେ ଅବିଶ୍ୱାସ ପ୍ରସ୍ତାବରୁ ଟ୍ରୁଡୋଙ୍କ ସରକାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ୨୧୧ ଭୋଟ ମୁକାବିଲାରେ ୧୨୦ଟି ଭୋଟ ପଡିଥିବାରୁ ଅବିଶ୍ୱାସ ପ୍ରସ୍ତାବ କାଟ ଖାଇଯାଇଛି। ତେବେ ଟ୍ରୁଡୋଙ୍କ ଲାଗି ଆଗାମୀ ରାସ୍ତା ଏତେ ସହଜ ନୁହେଁ । ନ୍ୟୁ ଡେମୋକ୍ରାଟିକ ପାର୍ଟି (ଏନଡିପି) ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ଟ୍ରୁଡୋଙ୍କ ଲିବରାଲ ପାର୍ଟି ସଂସଦରେ ସଂଖ୍ୟାମତ ହରାଇଛି। ୯ ବର୍ଷର ସରକାରରେ ଟ୍ରୁଡୋ ତାଙ୍କ ଲୋକପ୍ରିୟତା ହରାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟ୍ରୁଡୋ ସଂଖ୍ୟାଗରିଷ୍ଠତା ହରାଇଥିବାରୁ ଆଗାମୀ ଦିନରେ ସରକାରଙ୍କୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। କାରଣ ମୁଖ୍ୟ ବିରୋଧୀ ଦଳ କଞ୍ଜରଭେଟିଭ ପାର୍ଟି ସରକାର ଭାଙ୍ଗିବା ପାଇଁ ପୁଣି ଉଦ୍ୟମ କରିବ ବୋଲି ସଂକଳ୍ପ କରିଛି। ବିରୋଧୀ ଯେବେଠୁ ସେମାନଙ୍କ ଉଗ୍ର ରୂପ ଦେଖାଉଛନ୍ତି ସେବେଠୁ ଟ୍ରୁଡୋଙ୍କ ସରକାର ବ୍ୟାକଫୁଟରେ ଦେଖାଯାଉଛନ୍ତି। ଜନମତ ସର୍ଭେକ୍ଷଣରେ ଆଗରେ ଥିବା ଟୋରୀ ନେତା ପିୟରେ ପୋୟଲିଭର ଅଚାନକ ନିର୍ବାଚନ ଲାଗି ଉତ୍ସାହିତ ହୋଇଉଠିଛନ୍ତି। କାରଣ ବାମପନ୍ଥୀ ଏନଡିପି ଚଳିତମାସ ପ୍ରାରମ୍ଭରେ ମେଣ୍ଟ ଭାଙ୍ଗି ଦେଇଛି, ଏଣୁ ଟ୍ରୁଡୋଙ୍କ ସରକାର ଭାଙ୍ଗିଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏଥିରେ ବି
ଓଟାୱା ୨୬।୯: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଘରେ ହିଁ ଘେରି ଯାଇଛନ୍ତି। ସଂସଦରେ ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିଲା। ତେବେ ଅବିଶ୍ୱାସ ପ୍ରସ୍ତାବରୁ ଟ୍ରୁଡୋଙ୍କ ସରକାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ୨୧୧ ଭୋଟ ମୁକାବିଲାରେ ୧୨୦ଟି ଭୋଟ ପଡିଥିବାରୁ ଅବିଶ୍ୱାସ ପ୍ରସ୍ତାବ କାଟ ଖାଇଯାଇଛି। ତେବେ ଟ୍ରୁଡୋଙ୍କ ଲାଗି ଆଗାମୀ ରାସ୍ତା ଏତେ ସହଜ ନୁହେଁ । ନ୍ୟୁ ଡେମୋକ୍ରାଟିକ ପାର୍ଟି (ଏନଡିପି) ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ଟ୍ରୁଡୋଙ୍କ ଲିବରାଲ ପାର୍ଟି ସଂସଦରେ ସଂଖ୍ୟାମତ ହରାଇଛି।
୯ ବର୍ଷର ସରକାରରେ ଟ୍ରୁଡୋ ତାଙ୍କ ଲୋକପ୍ରିୟତା ହରାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟ୍ରୁଡୋ ସଂଖ୍ୟାଗରିଷ୍ଠତା ହରାଇଥିବାରୁ ଆଗାମୀ ଦିନରେ ସରକାରଙ୍କୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। କାରଣ ମୁଖ୍ୟ ବିରୋଧୀ ଦଳ କଞ୍ଜରଭେଟିଭ ପାର୍ଟି ସରକାର ଭାଙ୍ଗିବା ପାଇଁ ପୁଣି ଉଦ୍ୟମ କରିବ ବୋଲି ସଂକଳ୍ପ କରିଛି। ବିରୋଧୀ ଯେବେଠୁ ସେମାନଙ୍କ ଉଗ୍ର ରୂପ ଦେଖାଉଛନ୍ତି ସେବେଠୁ ଟ୍ରୁଡୋଙ୍କ ସରକାର ବ୍ୟାକଫୁଟରେ ଦେଖାଯାଉଛନ୍ତି।
ଜନମତ ସର୍ଭେକ୍ଷଣରେ ଆଗରେ ଥିବା ଟୋରୀ ନେତା ପିୟରେ ପୋୟଲିଭର ଅଚାନକ ନିର୍ବାଚନ ଲାଗି ଉତ୍ସାହିତ ହୋଇଉଠିଛନ୍ତି। କାରଣ ବାମପନ୍ଥୀ ଏନଡିପି ଚଳିତମାସ ପ୍ରାରମ୍ଭରେ ମେଣ୍ଟ ଭାଙ୍ଗି ଦେଇଛି, ଏଣୁ ଟ୍ରୁଡୋଙ୍କ ସରକାର ଭାଙ୍ଗିଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏଥିରେ ବିପକ୍ଷ କଞ୍ଜରଭେଟିଭ ପାର୍ଟିର ଆକ୍ରମଣ ପୋୟଲିଭର ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ସେ ଟ୍ରୁଡୋଙ୍କୁ ସବୁକ୍ଷେତ୍ରରେ ବିଫଳ ବୋଲି କହିଛନ୍ତି।
ପୋୟଲିଭରଙ୍କ ଅନୁସାରେ ଟ୍ରୁଡୋ ବୃଦ୍ଧି ପାଉଥିବା ମୁଦ୍ରାସ୍ପିତି, ଆବାସୀୟ ସଂକଟ ଓ ଅପରାଧ ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି। ଅନ୍ୟପଟେ ଦେଶର ଜାତୀୟ ଋଣ ଦୁଇଗୁଣା ହୋଇଯାଇଛି। ଏଣୁ ପୋୟଲିଭର ଟ୍ରୁଡୋଙ୍କ ସରକାର ଭାଙ୍ଗିବାକୁ ସଂକଳ୍ପ ନେଇଛନ୍ତି। ସରକାର ଭାଙ୍ଗିବା ପାଇଁ ଆଗାମୀ ଅବସର ଆଗାମୀ ସପ୍ତାହରେ ଉପସ୍ଥାପନ କରିବେ। ଯଦି ଏହା ବି ବିଫଳ ହୁଏ ତେବେ ବର୍ଷ ସରିବା ପୂର୍ବରୁ ତାଙ୍କ ହାତରେ ଆଉ କିଛି ସୁଯୋଗ ଥିବ।
ଜଷ୍ଟିନ ଟ୍ରୁଡୋ ୨୦୧୫ ମସିହାରେ କ୍ଷମତାକୁ ଆସିଥିଲେ। ୨୦୧୯ ଓ ୨୦୨୧ ଭୋଟରେ ପୋୟଲିଭରଙ୍କ ଦୁଇ ପୂର୍ବବର୍ତ୍ତିଙ୍କୁ ହରାଇ କ୍ଷମତାରେ ରହିବାକୁ ସଫଳ ହୋଇଛନ୍ତି। ଏନଡିପି ସହିତ ହୋଇଥିବା ବୁଝାମଣା ଯୋଗୁ ଟ୍ରୁଡୋଙ୍କ ସରକାର ୨୦୨୫ ପର୍ଯ୍ୟନ୍ତ କ୍ଷମତାରେ ରହି ପାରିଥାନ୍ତା। ତେବେ ଏନଡିପି ଏବେ ମେଣ୍ଟକୁ ଉଚିତ ମନେ କରୁ ନାହିଁ। ଏନଡିପି ଅନୁସାରେ ମେଣ୍ଟ ଯୋଗୁ ଦଳର ଲୋକପ୍ରିୟତା ହ୍ରାସ ହେଉଛି। ଏଣୁ ମେଣ୍ଟରୁ ଓହରିଯିବାକୁ ଉଚିତ ମନେ କରିଛି।
କାନାଡର ୱେଷ୍ଟମିନେଷ୍ଟର ସଂସଦୀୟ ପ୍ରଣାଳୀରେ ଏକ କ୍ଷମତାସୀନ ପାର୍ଟିକୁ ହାଉସ୍ ଅଫ କମନସର ବିଶ୍ୱାସ ହାସଲ କରିବାକୁ ପଡିଥାଏ। ଯାହାର ଅର୍ଥ କ୍ଷମତାସୀନ ପାର୍ଟିକୁ ଅଧିକାଂଶ ସଦସ୍ୟଙ୍କ ସମର୍ଥନ ହାସଲ କରିବାକୁ ପଡିଥାଏ। ଲିବରାଲଙ୍କ ହାତରେ ଏବେ ୧୫୩ଟି ଆସନ ରହିଛି। ବିରୋଧୀ କଞ୍ଜରଭେଟିଭ ପାର୍ଟିର ୧୧୯ଟି ରହିଛି। ବ୍ଲକ କ୍ୟୁବେକାଇସର ୩୩ଟି ଆସନ ଥିବା ବେଳେ ଏନଡିପି ନିକଟରେ ୨୫ଟି ଆସନ ରହିଛି।