ମୁଁ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ନାହିଁ, ମହାରାଷ୍ଟ୍ର ଭୋଟିଂ ପୂର୍ବରୁ ଏକନାଥ ସିନ୍ଧେଙ୍କ ବଡ଼ ବୟାନ
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୦ରେ ହେବାକୁ ଥିବା ମତଦାନର ଠିକ୍ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ନାହିଁ। ଆଜତକ ସହ ଆଲୋଚନା ବେଳେ ସିନ୍ଧେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ପଦରେ ନାହିଁ, କିନ୍ତୁ ମହାୟୁତିରୁ ଜଣେ ନିଶ୍ଚୟ ମୁଖ୍ୟମନ୍ତ୍ରୀ ହେବ। ଗତ ଦିନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ କହିଥିଲେ, ବିଧାନସଭା ନିର୍ବାଚନ ପରେ ମହାୟୁତିର ସହଯୋଗୀ ଦଳ ସ୍ଥିର କରିବେ ଯେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ। ଏକନାଥ ସିନ୍ଧେ ପାଖାପାଖି ଅଢେଇ ବର୍ଷ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ବେଳେ ଦେବେନ୍ଦ୍ର ପଡ଼ଣବିସ ଓ ଅଜିତ ପାଓ୍ଵାର ଉପମୁଖ୍ୟମନ୍ତ୍ରୀ ପଦରେ କାର୍ଯ୍ୟରତ ଅଛନ୍ତି।ସାକ୍ଷାତକାର ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ବାଲା ସାହେବ ଠାକରେଙ୍କୁ ରାହୁଲ ଗାନ୍ଧୀ ହିନ୍ଦୁଙ୍କ ସମ୍ରାଟ କେବେ କହିବେ ? ଉଦ୍ଧବଙ୍କ ଉପରେ ଟାର୍ଗେଟ କରି ସିନ୍ଧେ କହିଛନ୍ତି ସେ ନିଜର ସ୍ଵାର୍ଥ ପାଇଁ କଂଗ୍ରେସ ସହିତ ହାତ ମିଳାଇଲେ। ସେ ବିଜେପି ପିଠିରେ ଛୁରି ଭୁସିଲେ। ଯଦି ଆଜି ବାଲା ସାହେବ ଠାକରେ ଜୀବିତ ଥାନ୍ତେ ତେବେ ସେ ନିଜ ପୁଅକୁ ଜଙ୍ଗଲ ଯାଇ ଓ୍ଵାଇଲ୍ଡ ଲାଇଫ ଫଟୋ ଟାଣିବାକୁ କହିଥାନ୍ତେ। ମହାରାଷ୍ଟ୍ରରେ ଏଥର ମହାୟୁତି
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୦ରେ ହେବାକୁ ଥିବା ମତଦାନର ଠିକ୍ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ନାହିଁ। ଆଜତକ ସହ ଆଲୋଚନା ବେଳେ ସିନ୍ଧେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ପଦରେ ନାହିଁ, କିନ୍ତୁ ମହାୟୁତିରୁ ଜଣେ ନିଶ୍ଚୟ ମୁଖ୍ୟମନ୍ତ୍ରୀ ହେବ। ଗତ ଦିନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ କହିଥିଲେ, ବିଧାନସଭା ନିର୍ବାଚନ ପରେ ମହାୟୁତିର ସହଯୋଗୀ ଦଳ ସ୍ଥିର କରିବେ ଯେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ। ଏକନାଥ ସିନ୍ଧେ ପାଖାପାଖି ଅଢେଇ ବର୍ଷ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ବେଳେ ଦେବେନ୍ଦ୍ର ପଡ଼ଣବିସ ଓ ଅଜିତ ପାଓ୍ଵାର ଉପମୁଖ୍ୟମନ୍ତ୍ରୀ ପଦରେ କାର୍ଯ୍ୟରତ ଅଛନ୍ତି।
ସାକ୍ଷାତକାର ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ବାଲା ସାହେବ ଠାକରେଙ୍କୁ ରାହୁଲ ଗାନ୍ଧୀ ହିନ୍ଦୁଙ୍କ ସମ୍ରାଟ କେବେ କହିବେ ? ଉଦ୍ଧବଙ୍କ ଉପରେ ଟାର୍ଗେଟ କରି ସିନ୍ଧେ କହିଛନ୍ତି ସେ ନିଜର ସ୍ଵାର୍ଥ ପାଇଁ କଂଗ୍ରେସ ସହିତ ହାତ ମିଳାଇଲେ। ସେ ବିଜେପି ପିଠିରେ ଛୁରି ଭୁସିଲେ। ଯଦି ଆଜି ବାଲା ସାହେବ ଠାକରେ ଜୀବିତ ଥାନ୍ତେ ତେବେ ସେ ନିଜ ପୁଅକୁ ଜଙ୍ଗଲ ଯାଇ ଓ୍ଵାଇଲ୍ଡ ଲାଇଫ ଫଟୋ ଟାଣିବାକୁ କହିଥାନ୍ତେ।
ମହାରାଷ୍ଟ୍ରରେ ଏଥର ମହାୟୁତି ଓ ମହାବିକାଶ ଅଘାଡ଼ି ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି। ମହାୟୁତିରେ ବିଜେପି, ଏକନାଥ ସିନ୍ଧେଙ୍କ ଶିବସେନା, ଅଜିତ ପାଓ୍ଵାରଙ୍କ ଏନସିପି ରହିଥିବା ବେଳେ ମହାବିକାଶ ଅଘାଡ଼ିରେ କଂଗ୍ରେସ, ଶରଦ ପାଓ୍ଵାରଙ୍କ ଏନସିପି ଓ ଉଦ୍ଧବ ଠାକରେଙ୍କ ଶିବସେନା ସାମିଲ। ଗତ ଅଢେଇ ବର୍ଷରେ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆସିଛି।