କାନାଡାରେ କମେଡିଆନ କପିଲ ଶର୍ମାଙ୍କ କାପସ୍ କାଫେ ଉପରକୁ ଗୁଳିମାଡ
ନନ୍ଦିଘୋଷ ବ୍ୟୁରୋ : କାନାଡାରେ କମେଡିଆନ କପିଲ ଶର୍ମାଙ୍କ କାପସ୍ କାଫେ ଉପରେ ଗୁଳିମାଡ। ବ୍ରିଟିଶ କଲମ୍ବିଆ ଅନ୍ତର୍ଗତ ସୁରେରେ... The post କାନାଡାରେ କମେଡିଆନ କପିଲ ଶର୍ମାଙ୍କ କାପସ୍ କାଫେ ଉପରକୁ ଗୁଳିମାଡ appeared first on .
ନନ୍ଦିଘୋଷ ବ୍ୟୁରୋ : କାନାଡାରେ କମେଡିଆନ କପିଲ ଶର୍ମାଙ୍କ କାପସ୍ କାଫେ ଉପରେ ଗୁଳିମାଡ। ବ୍ରିଟିଶ କଲମ୍ବିଆ ଅନ୍ତର୍ଗତ ସୁରେରେ ଚାଲିଥିବା କାଫେ ଉପରେ ଦୁର୍ବୃତ୍ତ କରିଛନ୍ତି ଗୁଳିମାଡ। ଗୁଳିକାଣ୍ଡ ଲାଗି ନିଜକୁ ଦାୟୀ କରିଛନ୍ତି ଖଲିସ୍ତାନୀ ଆତଙ୍କବାଦୀ ହରଜିତ ସିଂ ଲାଡି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା NIA ତାଲିକାରେ ମୋଷ୍ଟ ୱାଣ୍ଟେଡ ଅଛନ୍ତି ହରଜିତ ସିଂ ଲାଡି। ସେ ନିଷିଦ୍ଧ ଘୋଷିତ ବାବର ଖାଲସା ଇଣ୍ଟରନ୍ୟାସନାଲ ସହ ଜଡ଼ିତ ଅଛନ୍ତି। କପିଲ ଶର୍ମାଙ୍କ ଏକ ମନ୍ତବ୍ୟକୁ ନେଇ ଏହି ଗୁଳିମାଡ କରିଥିବା କହିଛନ୍ତି ଲାଡି। ଦୁର୍ବୃତ୍ତମାନେ ଏକ କାରରେ ଆସି ଗୁଳିମାଡ଼ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ। କାଫେ ଉପରକୁ ୧୨ଟି ବୁଲେଟ ଫାୟାରିଂ ହୋଇଥିବା କୁହାଯାଇଛି।
The post କାନାଡାରେ କମେଡିଆନ କପିଲ ଶର୍ମାଙ୍କ କାପସ୍ କାଫେ ଉପରକୁ ଗୁଳିମାଡ appeared first on .