ଦେଶରେ କାୟା ମେଲାଇଲାଣି କରୋନା

ନୂଆଦିଲ୍ଲୀ: ଫେରିଲା କରୋନା । ଆଣିଲା କଟକଣା । ପୁଣି ସବୁଠି ମାସ୍କ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ... The post ଦେଶରେ କାୟା ମେଲାଇଲାଣି କରୋନା appeared first on .

ଦେଶରେ କାୟା ମେଲାଇଲାଣି କରୋନା

ନୂଆଦିଲ୍ଲୀ: ଫେରିଲା କରୋନା । ଆଣିଲା କଟକଣା । ପୁଣି ସବୁଠି ମାସ୍କ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଗଲା ପରାମର୍ଶ । କିଛି ଦିନର ବିରତି ପରେ ଏବେ ପୁଣି ଦେଶରେ କୋଭିଡ୍-୧୯ ସଂକ୍ରମଣ ଦେଖିବାକୁ ମିଳିଛି । ଏନେଇ ସଜାଗ ହୋଇଛନ୍ତି ଦିଲ୍ଲୀ ସରକାର। ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଜାରି କରାଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏହି ବିଜ୍ଞପ୍ତିରେ ସମସ୍ତ ହସ୍ପିଟାଲକୁ ସତର୍କ ରହିବାକୁ ଏବଂ କୋଭିଡ୍ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲଗୁଡ଼ିକୁ ଶଯ୍ୟା, ଅକ୍ସିଜେନ, ଔଷଧ ଏବଂ ଟୀକାର ଉପଲବ୍ଧତା ସୁନିଶ୍ଚିତ କରିବାକୁ ପଡିବ। ଏହା ବ୍ୟତୀତ, ଭେଣ୍ଟିଲେଟର, BiPAP ମେସିନ୍, ଅମ୍ଳଜାନ ଏବଂ PSA ୟୁନିଟ୍ ଭଳି ସମସ୍ତ ଆବଶ୍ୟକୀୟ ଉପକରଣ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଜିନୋମ୍ ସିକ୍ଵେନ୍ସିଂ ପାଇଁ ସମସ୍ତ କୋଭିଡ୍-୧୯ ପଜିଟିଭ୍ ନମୁନା ହସ୍ପିଟାଲକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ଦିଲ୍ଲୀ ରାଜ୍ୟ ସ୍ୱାସ୍ଥ୍ୟ ଡାଟା ପରିଚାଳନା ପୋର୍ଟାଲରେ ସମସ୍ତ ମାନଦଣ୍ଡ ଏବଂ ଦୈନିକ ରିପୋର୍ଟିଂ ବାଧ୍ୟତାମୂଳକ କରାଯାଇଛି

ସେହିଭଳି ଆନ୍ଧ୍ର ପ୍ରଦେଶ ସରକାର ଜାରି କରିଛନ୍ତି କୋଭିଡ୍ ନିର୍ଦ୍ଦେଶାବଳୀ। ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଘରେ ରହିବା ପାଇଁ ବୟସ୍କ ଓ ଗର୍ଭବତୀଙ୍କୁ ପରାମର୍ଶ ଦିଆଯାଇଛି । ଆନ୍ଧ୍ରପ୍ରଦେଶର ପଡ଼ୋଶୀ ରାଜ୍ୟଗୁଡ଼ିକରେ କୋଭିଡ୍ ମାମଲା ସାମ୍ନାକୁ ଆସିବା ପରେ, ସ୍ୱାସ୍ଥ୍ୟ, ଚିକିତ୍ସା ଶିକ୍ଷା ଏବଂ ପରିବାର କଲ୍ୟାଣ ବିଭାଗ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଜନସାଧାରଣଙ୍କୁ ଭିଡ଼ ସ୍ଥାନରେ ଏବଂ ଯାତ୍ରା ସମୟରେ ‘ଅବଶ୍ୟକୀୟ ଭାବରେ’ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

The post ଦେଶରେ କାୟା ମେଲାଇଲାଣି କରୋନା appeared first on .