କାନାଡାରେ ଭାରତୀୟ ବଂଶୋଦ୍ଭବ ଛାତ୍ରୀଙ୍କୁ ହତ୍ୟା, ବସ୍ ଷ୍ଟପରେ ଗୁଳି ଚଳାଇଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ ୧୯/୦୪: କାନାଡାରେ ଭାରତୀୟ ଲୋକଙ୍କ ହତ୍ୟା ଜାରି ରହିଛି। ନିକଟରେ ଜଣେ ଯୁବକଙ୍କ ହତ୍ୟା ପରେ, ଏବେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଛାତ୍ରୀ ଜଣକ କାମକୁ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳି ଚଳାଯାଇଥିଲା। ସେହି ସମୟରେ ସେ ବସ୍ ପାଇଁ ଅପେକ୍ଷା କରିଥିଲେ। ଏକ କାରରେ ଯାଉଥିବା ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ, ଯାହା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।କାନାଡାର ହାମିଲଟନ୍ ସହରରେ ହରସିମରତ ରନ୍ଧାୱା ନାମକ ଜଣେ ଭାରତୀୟ ଛାତ୍ରୀଙ୍କୁ ହତ୍ୟା କରାଯାଇଥିଲା। ଯିଏ ସେଠାରେ ମୋହାକ୍ କଲେଜରେ ପାଠ ପଢୁଥିଲେ। ଏହି ଘଟଣା ପରେ, ଭାରତୀୟ ଦୂତାବାସ ଏହି ମାମଲାରେ ପୂର୍ଣ୍ଣ ସହାୟତାର ପ୍ରତିଶ୍ରୁତି ଦେଇଛି।ସୂଚନା ଥାଉକି,  ହାମିଲଟନ୍ ପୋଲିସ କହିଛି ଯେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଛି । ଯେଉଁଥିରୁ ଜଣାପଡିଥିଲା ଯେ ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଝଗଡ଼ାରୁ ଏସବୁ ଘଟିଥିଲା । କାରଣ କାରରେ ଥିବା ଜଣେ ଯୁବକ ଏକ ଧଳା ସେଡାନ୍ ଉପରକୁ ଗୁଳି ଚଳାଇଥିଲେ। ତେବେ ବସ୍ ଷ୍ଟପରେ ଛିଡା ହୋଇଥିବା ଛାତ୍ରୀଙ୍କ ଛାତିରେ ଏକ ଗୁଳି ବାଜିଥିଲା ।  ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଗୁଳି ଚଳାଇଥିବା ଅଭିଯୁକ୍ତଙ୍କୁ ଖୋଜୁଛି।

କାନାଡାରେ ଭାରତୀୟ ବଂଶୋଦ୍ଭବ ଛାତ୍ରୀଙ୍କୁ ହତ୍ୟା, ବସ୍ ଷ୍ଟପରେ ଗୁଳି ଚଳାଇଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ ୧୯/୦୪: କାନାଡାରେ ଭାରତୀୟ ଲୋକଙ୍କ ହତ୍ୟା ଜାରି ରହିଛି। ନିକଟରେ ଜଣେ ଯୁବକଙ୍କ ହତ୍ୟା ପରେ, ଏବେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଛାତ୍ରୀ ଜଣକ କାମକୁ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳି ଚଳାଯାଇଥିଲା। ସେହି ସମୟରେ ସେ ବସ୍ ପାଇଁ ଅପେକ୍ଷା କରିଥିଲେ। ଏକ କାରରେ ଯାଉଥିବା ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ, ଯାହା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

କାନାଡାର ହାମିଲଟନ୍ ସହରରେ ହରସିମରତ ରନ୍ଧାୱା ନାମକ ଜଣେ ଭାରତୀୟ ଛାତ୍ରୀଙ୍କୁ ହତ୍ୟା କରାଯାଇଥିଲା। ଯିଏ ସେଠାରେ ମୋହାକ୍ କଲେଜରେ ପାଠ ପଢୁଥିଲେ। ଏହି ଘଟଣା ପରେ, ଭାରତୀୟ ଦୂତାବାସ ଏହି ମାମଲାରେ ପୂର୍ଣ୍ଣ ସହାୟତାର ପ୍ରତିଶ୍ରୁତି ଦେଇଛି।

ସୂଚନା ଥାଉକି,  ହାମିଲଟନ୍ ପୋଲିସ କହିଛି ଯେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଛି । ଯେଉଁଥିରୁ ଜଣାପଡିଥିଲା ଯେ ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଝଗଡ଼ାରୁ ଏସବୁ ଘଟିଥିଲା । କାରଣ କାରରେ ଥିବା ଜଣେ ଯୁବକ ଏକ ଧଳା ସେଡାନ୍ ଉପରକୁ ଗୁଳି ଚଳାଇଥିଲେ। ତେବେ ବସ୍ ଷ୍ଟପରେ ଛିଡା ହୋଇଥିବା ଛାତ୍ରୀଙ୍କ ଛାତିରେ ଏକ ଗୁଳି ବାଜିଥିଲା ।  ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଗୁଳି ଚଳାଇଥିବା ଅଭିଯୁକ୍ତଙ୍କୁ ଖୋଜୁଛି।