କାନାର ବ୍ୟାଙ୍କର କର୍ପୋରେଟ ମିଟ୍
ଭୁବନେଶ୍ୱର,୧୪ା୬: କାନାରା ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ବ୍ୟାଙ୍କର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ବଳିଷ୍ଠ ମାର୍ଗଦର୍ଶନରେ ଏକ କର୍ପୋରେଟ୍ ମିଟ୍ ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ କ୍ରାଉନ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୭୦ରୁ ଉର୍ଦ୍ଧ୍ୱ କର୍ପୋରେଟ୍ ଓ ଏମ୍ଏସ୍ଏମ୍ଇ ଗ୍ରାହକ ଭାଗ ନେଇଥିଲେ। କାନାରା ବ୍ୟାଙ୍କର ପ୍ରତିଷ୍ଠାତା ଏ. ସୁବାରାଓ ପାଇଙ୍କୁ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା। କାନାରା ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ଉପ-ମହାପ୍ରବନ୍ଧକ […] The post କାନାର ବ୍ୟାଙ୍କର କର୍ପୋରେଟ ମିଟ୍ appeared first on Dharitri Odia News.
ଭୁବନେଶ୍ୱର,୧୪ା୬: କାନାରା ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ବ୍ୟାଙ୍କର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ବଳିଷ୍ଠ ମାର୍ଗଦର୍ଶନରେ ଏକ କର୍ପୋରେଟ୍ ମିଟ୍ ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ କ୍ରାଉନ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୭୦ରୁ ଉର୍ଦ୍ଧ୍ୱ କର୍ପୋରେଟ୍ ଓ ଏମ୍ଏସ୍ଏମ୍ଇ ଗ୍ରାହକ ଭାଗ ନେଇଥିଲେ। କାନାରା ବ୍ୟାଙ୍କର ପ୍ରତିଷ୍ଠାତା ଏ. ସୁବାରାଓ ପାଇଙ୍କୁ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା।
କାନାରା ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ଉପ-ମହାପ୍ରବନ୍ଧକ ପି.ଠାକୁର ନାଏକ ସମସ୍ତ ଗ୍ରାହକଙ୍କୁ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ଗ୍ଲୋବାଲ ଟ୍ରେଡ୍ ପ୍ରୋସେସିଂ ସେଣ୍ଟର (ମଣିପାଲ)ର ହରିଶଙ୍କର ସିଂ ‘ଫରେକ୍ସ ଫର୍ ୟୁ’ ଉପରେ ଉପସ୍ଥାପନା ଦେଇଥିବା ସହ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ବାଲ୍ସୁବ୍ରମନ୍ୟନ୍ ପି ‘ଏପିଆଇ ବ୍ୟାଙ୍କିଙ୍ଗ୍ ଆଣ୍ଡ କର୍ପୋରେଟ୍ ଏଆଇଏଲ୍ ଆପ୍’ଉପରେ ଉପସ୍ଥାପନା ଦେଇଥିଲେ। କେୟାର ରେଟିଂ ଏଜେନ୍ସିର ବରିଷ୍ଠ ନିର୍ଦ୍ଦେଶକ ପ୍ରିତି ଅଗ୍ରୱାଲ ‘ମେଜର ସେକ୍ଟର ରିଲେଭାଣ୍ଟ ଫର ଓଡିଶା ଇକୋନୋମି’ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।
କାନାରା ଏଚ୍ଏସ୍ବିସି ଲାଇଫ୍ ଇନ୍ସ୍ୟୁରାନ୍ସର ଭାଇସ୍ ପ୍ରେସିଡେଣ୍ଟ ବିକାଶ କୁମାର ଗୁପ୍ତା ‘ୱେଲ୍ଥ ଆଣ୍ଡ୍ ଲିଗାସି ପ୍ଲାନିଂ’ ଉପରେ ଉପସ୍ଥାପନା ଦେଇଥିବା ସହ ବରିଷ୍ଠ ପ୍ରବନ୍ଧକ (ମାର୍କେଟିଂ) ସୁମନ ଝା ‘କାନାରା ବେତନ ପ୍ୟାକେଜ’ ଉପରେ ଉପସ୍ଥାପନା ଦେଇଥିଲେ। ଏହି ବୈଠକରେ ପ୍ରଦାନ କରାଯାଇଥିବା ଉପସ୍ଥାପନାଗୁଡିକୁ ଲାଭଦାୟକ ମନେକରି କର୍ପୋରେଟ/ଏମ୍ଏସ୍ଏମ୍ଇ ଗ୍ରାହକମାନେ ପ୍ରଶଂସା କରିଥିଲେ। ଭୁବନେଶ୍ୱର ଅଞ୍ଚଳର ଉପମହାପ୍ରବନ୍ଧକ ନେତ୍ରମୋହନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
The post କାନାର ବ୍ୟାଙ୍କର କର୍ପୋରେଟ ମିଟ୍ appeared first on Dharitri Odia News.