ଶ୍ରୀମନ୍ଦିରରେ ଦୁଇ ସେବାୟତ ହାତାହାତି
ପୁରୀ, ୧୩ା୩(ଅଜିତ୍ ମହାନ୍ତି)- ଶ୍ରୀମନ୍ଦିରରେ ବୁଧବାର ସକାଳେ ଦୁଇଜଣ ସେବାୟତ ପାଳିକୁ ନେଇ ହାତାହାତି ହୋଇଛନ୍ତି। ଶ୍ରୀମନ୍ଦିର ପରିସରସ୍ଥ ବିମଳାଙ୍କ ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନା ଅନୁଯାୟୀ, ପାଳି ଖଟିବାକୁ ନେଇ ସେବାୟତ ଶ୍ୟାମ ପଣ୍ଡା ଓ ନରସିଂହ ପଣ୍ଡାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପ୍ରଥମେ ଉଭୟଙ୍କ ମଧ୍ୟରେ ବଚସା ଓ ପରେ ମାରପିଟ୍ ହୋଇଥିଲା। ଦୁହେଁ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ଉଭୟ […] The post ଶ୍ରୀମନ୍ଦିରରେ ଦୁଇ ସେବାୟତ ହାତାହାତି appeared first on Dharitri Odia News.
ପୁରୀ, ୧୩ା୩(ଅଜିତ୍ ମହାନ୍ତି)- ଶ୍ରୀମନ୍ଦିରରେ ବୁଧବାର ସକାଳେ ଦୁଇଜଣ ସେବାୟତ ପାଳିକୁ ନେଇ ହାତାହାତି ହୋଇଛନ୍ତି। ଶ୍ରୀମନ୍ଦିର ପରିସରସ୍ଥ ବିମଳାଙ୍କ ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସୂଚନା ଅନୁଯାୟୀ, ପାଳି ଖଟିବାକୁ ନେଇ ସେବାୟତ ଶ୍ୟାମ ପଣ୍ଡା ଓ ନରସିଂହ ପଣ୍ଡାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପ୍ରଥମେ ଉଭୟଙ୍କ ମଧ୍ୟରେ ବଚସା ଓ ପରେ ମାରପିଟ୍ ହୋଇଥିଲା। ଦୁହେଁ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ଉଭୟ ଆହତ ହୋଇଥିବା ଜଣାପଡ଼ିଛି। ଶ୍ୟାମଙ୍କ ଆଖି ଓ ଛାତିରେ କ୍ଷତ ସୃଷ୍ଟି ହୋଇଛି। ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମାର୍ପିଟ୍ ନେଇ ଖବର ପାଇବା ପରେ ପୋଲିସ ଉଭୟ ସେବାୟତଙ୍କୁ ପ୍ରଥମେ ସିଂହଦ୍ୱାର ଥାନାକୁ ଆଣି ପଚରାଉଚରା କରିଥିଲା। ପରେ ଦୁହିଁଙ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା। ଅପରପକ୍ଷରେ ଉଭୟ ସେବାୟତଙ୍କ ପକ୍ଷରୁ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏ ନେଇ ୨୭/୨୪ ଏବଂ ୨୮/୧୪ ରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି। ପୋଲିସ ପକ୍ଷରୁ ଉଭୟ ସେବାୟତଙ୍କୁ ନୋଟିସ୍ ଜାରି କରାଯାଇଥିବା ନେଇ ସିଂହଦ୍ୱାର ଥାନା ଅଧିକାରିଣୀ ଶ୍ୱେତପଦ୍ମା ଦାଶ ସୂଚନା ଦେଇଛନ୍ତି।
The post ଶ୍ରୀମନ୍ଦିରରେ ଦୁଇ ସେବାୟତ ହାତାହାତି appeared first on Dharitri Odia News.