କାନାରା ବ୍ୟାଙ୍କର ନୂତନ ଉତ୍ପାଦ
ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍, ମାଇଁ ମନୀ, ରେଡି କ୍ୟାଶ୍ ଏବଂ ୟୁପିଆଇ୧୨୩ ପେ ଏଏସ୍ଆଇ’ର ଆନୁଷ୍ଠାନିକ ଉନ୍ମୋଚନ ବୁଧବାର ଭୁବନେଶ୍ୱର ଠାରେ ହୋଇଯାଇଛି। କାନାରା ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ଗ୍ରାହକ ଅଭିଜ୍ଞତାର ମାନବୃଦ୍ଧି ତଥା ବ୍ୟାଙ୍କିଙ୍ଗ୍ କାର୍ଯ୍ୟକୁ ଅଧିକ ସହଜ ଓ ସରଳ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଉପତ୍ାଦ ଓ ସେବାଗୁଡିକର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କାନାରା […] The post କାନାରା ବ୍ୟାଙ୍କର ନୂତନ ଉତ୍ପାଦ appeared first on Dharitri Odia News.
ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍, ମାଇଁ ମନୀ, ରେଡି କ୍ୟାଶ୍ ଏବଂ ୟୁପିଆଇ୧୨୩ ପେ ଏଏସ୍ଆଇ’ର ଆନୁଷ୍ଠାନିକ ଉନ୍ମୋଚନ ବୁଧବାର ଭୁବନେଶ୍ୱର ଠାରେ ହୋଇଯାଇଛି। କାନାରା ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ଗ୍ରାହକ ଅଭିଜ୍ଞତାର ମାନବୃଦ୍ଧି ତଥା ବ୍ୟାଙ୍କିଙ୍ଗ୍ କାର୍ଯ୍ୟକୁ ଅଧିକ ସହଜ ଓ ସରଳ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଉପତ୍ାଦ ଓ ସେବାଗୁଡିକର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କାନାରା ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭବେନ୍ଦ୍ର କୁମାର ଉପରୋକ୍ତ ନୂତନ ଉତ୍ପାଦର ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଥିଲେ। କାନାରା ବ୍ୟାଙ୍କର ରାଜ୍ୟ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଟିପିଏ ସ୍ବାସ୍ଥ୍ୟ ବୀମା ମାଧ୍ୟମରେ ନୂତନ ଉପତ୍ାଦଗୁଡ଼ିକର ପ୍ରମୁଖ ବିଶେଷତ୍ୱ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲାବେଳେ ବ୍ୟାଙ୍କର ନୂତନ ଉପତ୍ାଦ ଅଫରଗୁଡିକ ବ୍ୟାଙ୍କିଙ୍ଗ୍ ଶିଳ୍ପରେ ନୂତନ ମାନଦଣ୍ଡ ବୃଦ୍ଧି କରିବା ସହ ନୂତନତା ଓ ଗ୍ରାହକ କୈନ୍ଦ୍ରିକତା ପ୍ରତି ଉତ୍ସର୍ଗୀକୃତତାକୁ ସୁନିଶ୍ଚିତ କରୁଛି। ଉଲ୍ଲେଖଯୋଗ୍ୟ, କାନାରା ହିଲ୍ରେ ୫ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି, ୨୪ ଘଣ୍ଟିଆ ଡିଜିଟାଲ ପ୍ରସେସିଂ ସେବା ଓ ୩୬ ମାସିଆ ପରିଶୋଧ ସମୟ ଉପଲବ୍ଧ ଥିବାବେଳେ କାନାରା ଆଞ୍ଜେଲରେ କାର୍ଡ ଥିବା ଦେୟମୁକ୍ତ ସ୍ବାସ୍ଥ୍ୟ ପରୀକ୍ଷା ସେବା, ଦେୟ ମୁକ୍ତ ପ୍ଲାଟିନମ୍ ରୂପେ କାର୍ଡ, ଜିରୋ ବାଲାନ୍ସ ଆଦିରେ ବ୍ୟାଙ୍କିଙ୍ଗ୍ ସେବା ଓ ମାଗଣା ଏସ୍ଏମ୍ଏସ୍ ସେବା ଆଦି ଉପଲବ୍ଧ ରହିଛି।
The post କାନାରା ବ୍ୟାଙ୍କର ନୂତନ ଉତ୍ପାଦ appeared first on Dharitri Odia News.