କାନାଡ଼ାର ଟରୋଣ୍ଟରେ ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୧୮ ଯାତ୍ରୀ ଆହତ ।

କନକ ବ୍ୟୁରୋ :  ପୁଣି ଏକ ବଡ଼ ବିମାନ ଦୁର୍ଘଟଣା । କାନାଡ଼ା ଟରୋଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣବେଳେ ଓଲଟିଲା ବିମାନ। ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଡେଲ୍ଟା ଏୟାରଲାଇନ୍ସର ବିମାନ ସଂଖ୍ୟା ୪୮୧୯ ଅବତରଣବେଳେ ରନ୍‌ୱେରେ ଦୁର୍ଘଟଣାଗସ୍ତ ହୋଇଛି। ରନ୍‌ଓ୍ବେରେ ଖସି ବିମାନଟି ସମ୍ପୂର୍ଣ୍ଣ ଓଲଟି ପଡିଛି। ଦୁର୍ଘଟଣା ପରେ ବିମାନରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା । ହେଲେ ଉଦ୍ଧାରକାରୀ ଦଳ ତୁରନ୍ତ ନିଆଁକୁ ଆୟତ କରିବା ସହ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ସୁରକ୍ଷାର ସହ ଉଦ୍ଧାର କରିଛନ୍ତି । ବିମାନରେ ୮୦ଜଣ ଲୋକ ଥିଲେ। ୭୬ ଯାତ୍ରୀ ଓ ୪ କ୍ରୁ ମେମ୍ବର ଥିବାବେଳେ ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। ଅବତରଣ ବେଳେ ଭାରସାମ୍ୟ ହରାଇ ବିମାନଟି ଦୁର୍ଘଟଣାଗସ୍ତ ହୋଇଛି । 

କାନାଡ଼ାର ଟରୋଣ୍ଟରେ ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୧୮ ଯାତ୍ରୀ ଆହତ ।

କନକ ବ୍ୟୁରୋ :  ପୁଣି ଏକ ବଡ଼ ବିମାନ ଦୁର୍ଘଟଣା । କାନାଡ଼ା ଟରୋଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣବେଳେ ଓଲଟିଲା ବିମାନ। ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଡେଲ୍ଟା ଏୟାରଲାଇନ୍ସର ବିମାନ ସଂଖ୍ୟା ୪୮୧୯ ଅବତରଣବେଳେ ରନ୍‌ୱେରେ ଦୁର୍ଘଟଣାଗସ୍ତ ହୋଇଛି। ରନ୍‌ଓ୍ବେରେ ଖସି ବିମାନଟି ସମ୍ପୂର୍ଣ୍ଣ ଓଲଟି ପଡିଛି। ଦୁର୍ଘଟଣା ପରେ ବିମାନରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।

ହେଲେ ଉଦ୍ଧାରକାରୀ ଦଳ ତୁରନ୍ତ ନିଆଁକୁ ଆୟତ କରିବା ସହ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ସୁରକ୍ଷାର ସହ ଉଦ୍ଧାର କରିଛନ୍ତି । ବିମାନରେ ୮୦ଜଣ ଲୋକ ଥିଲେ। ୭୬ ଯାତ୍ରୀ ଓ ୪ କ୍ରୁ ମେମ୍ବର ଥିବାବେଳେ ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। ଅବତରଣ ବେଳେ ଭାରସାମ୍ୟ ହରାଇ ବିମାନଟି ଦୁର୍ଘଟଣାଗସ୍ତ ହୋଇଛି ।