ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, କାର୍‌ ଉପରେ ଓଲଟିଲା ଟ୍ରଲର

କଟକ: ବାଲିକୁଦା ଛକରେ ମାଲ୍ ବୋଝେଇ ଟ୍ରଲର ଓଲଟିଲା କାର୍‌ ଉପରେ । ଶନିବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଭୁବନେଶ୍ୱର ପଟୁ ଆସୁଥିବା ଟ୍ରଲରଟି ଭାରସାମ୍ୟ ହରାଇ କଟକ ପଟୁ ଯାଉଥିବା କାର୍‌ ଉପରେ ଓଲଟି ପଡ଼ିଥିଲା। ଯାହା ଫଳରେ ଟ୍ରକ୍ ଭିତରେ ଥିବା ସମସ୍ତ ବସ୍ତା ଗୁଡ଼ିକ କାର ଉପରେ ଲଦି ହୋଇ ପଡ଼ିଥିଲା। ଆଉ ଚାପି ହୋଇଯାଇଥିଲେ କାର୍‌ରେ ଥିବା ଲୋକେ।ହେଲେ ସୌଭାଗ୍ୟବଶତଃ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଏହାପରେ କାର୍‌ଟିରେ ନିଆଁ ଲାଗିଯାଇଥିଲା। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ଜଣାପଡ଼ିଛି। 

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, କାର୍‌ ଉପରେ ଓଲଟିଲା ଟ୍ରଲର

କଟକ: ବାଲିକୁଦା ଛକରେ ମାଲ୍ ବୋଝେଇ ଟ୍ରଲର ଓଲଟିଲା କାର୍‌ ଉପରେ । ଶନିବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଭୁବନେଶ୍ୱର ପଟୁ ଆସୁଥିବା ଟ୍ରଲରଟି ଭାରସାମ୍ୟ ହରାଇ କଟକ ପଟୁ ଯାଉଥିବା କାର୍‌ ଉପରେ ଓଲଟି ପଡ଼ିଥିଲା। ଯାହା ଫଳରେ ଟ୍ରକ୍ ଭିତରେ ଥିବା ସମସ୍ତ ବସ୍ତା ଗୁଡ଼ିକ କାର ଉପରେ ଲଦି ହୋଇ ପଡ଼ିଥିଲା। ଆଉ ଚାପି ହୋଇଯାଇଥିଲେ କାର୍‌ରେ ଥିବା ଲୋକେ।

ହେଲେ ସୌଭାଗ୍ୟବଶତଃ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଏହାପରେ କାର୍‌ଟିରେ ନିଆଁ ଲାଗିଯାଇଥିଲା। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ଜଣାପଡ଼ିଛି।