କାନ୍ଥତଳେ ଚାପିହୋଇ ଚାଲିଗଲା ୨ ବର୍ଷର ଶିଶୁ କନ୍ୟାଙ୍କ ଜୀବନ
ପାଟଣା,୨୭।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତର ବାରତଣିଆ ଗ୍ରାମର ଅଘଟଣ ଘଟିଛି। କାନ୍ଥ ତଳେ ଚାପି ହୋଇ ୨ ବର୍ଷ ଝିଅର ଜୀବନ ଯାଇଛି। ଗ୍ରାମର ଚିତରଞ୍ଜନ ମୁଣ୍ଡା ଏବଂ ତାଙ୍କ ୨ ଝିଅ ବନିତା, ଶୁଭଲକ୍ଷ୍ମି ଓ ସ୍ତ୍ରୀ ରଜନୀ ଗୁରୁବାର ବିଳମ୍ବିତ ରାତିରେ ଶୋଇଥିଲେ। ଲଗାଣ ବର୍ଷା ଯୋଗୁ ଘର କାନ୍ଥ ସେମାନଙ୍କ ଉପରେ ଖସି ପଡିଥିଲା। ଫଳରେ କାନ୍ଥ ତଳେ ପରିବାର୪ ସଦସ୍ୟ ଚାପି ହୋଇ […] The post କାନ୍ଥତଳେ ଚାପିହୋଇ ଚାଲିଗଲା ୨ ବର୍ଷର ଶିଶୁ କନ୍ୟାଙ୍କ ଜୀବନ appeared first on Dharitri Odia News.
ପାଟଣା,୨୭।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତର ବାରତଣିଆ ଗ୍ରାମର ଅଘଟଣ ଘଟିଛି। କାନ୍ଥ ତଳେ ଚାପି ହୋଇ ୨ ବର୍ଷ ଝିଅର ଜୀବନ ଯାଇଛି।
ଗ୍ରାମର ଚିତରଞ୍ଜନ ମୁଣ୍ଡା ଏବଂ ତାଙ୍କ ୨ ଝିଅ ବନିତା, ଶୁଭଲକ୍ଷ୍ମି ଓ ସ୍ତ୍ରୀ ରଜନୀ ଗୁରୁବାର ବିଳମ୍ବିତ ରାତିରେ ଶୋଇଥିଲେ। ଲଗାଣ ବର୍ଷା ଯୋଗୁ ଘର କାନ୍ଥ ସେମାନଙ୍କ ଉପରେ ଖସି ପଡିଥିଲା। ଫଳରେ କାନ୍ଥ ତଳେ ପରିବାର୪ ସଦସ୍ୟ ଚାପି ହୋଇ ରହିଥିଲେ। ଗାଁ ଲୋକେ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ଝିଅ ଶୁଭଲକ୍ଷ୍ମୀ (୨)ଙ୍କ ମୃତ୍ୟୁ ଘଟିଛି। ଚିତରଞ୍ଜନ ସ୍ତ୍ରୀ ରଜନୀ ଓ ଝିଅ ବନିତା ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। କେନ୍ଦୁଝରରେ ଶିଶୁକନ୍ୟାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପାଟଣା ଥାନା ଅଧିକାରୀ ଉଦୟ ବୀର କୁଲୁ କହିଛନ୍ତି।
ଘଟଣାସ୍ଥଳରେ ସାହାରପଡା ତହସିଲଦାର ପରମାନନ୍ଦ ଖଣ୍ଡେଇ ପରିଦର୍ଶନ କରି ଘଟଣାର ତଦନ୍ତ କରି ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
The post କାନ୍ଥତଳେ ଚାପିହୋଇ ଚାଲିଗଲା ୨ ବର୍ଷର ଶିଶୁ କନ୍ୟାଙ୍କ ଜୀବନ appeared first on Dharitri Odia News.