ବିଶ଼୍ବରେ ସବୁଠାରୁ ଅଧିକ ଦରମା, ଜାଣନ୍ତୁ କେତେ ଟଙ୍କା ?
ନୂଆଦିଲ୍ଲୀ, ୧୩।୬: ବିଶ଼୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦରମା ପ୍ୟାକେଜ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କର ପ୍ୟାକେଜ ଏତେ ଟଙ୍କାର ଥିଲା ଯେ ଆମେରିକୀୟ କୋର୍ଟଙ୍କୁ ମଧ୍ୟ ଏଥିରେ ରୋକ୍ ଲଗାଇବାକୁ ପଡ଼ିଥିଲା । ହେଲେ ୬ ବର୍ଷ ପରେ ସେ ପୁଣି ମାଟା ଅଙ୍କର ଦରମା ନେବାକୁ ଯାଉଛନ୍ତି। ବୈଦ୍ୟୁତିକ ଯାନ ଉତ୍ପାଦନକାରୀ କମ୍ପାନୀ ଟେସଲାର ସେୟାର ହୋଲ୍ଡର୍ସମାନେ ଏଲନ ମସ୍କଙ୍କର ବାର୍ଷିକ ପ୍ୟାକେଜ ୫୬ ବିଲିୟନ ଡ଼ଲାର୍ ଅର୍ଥାତ […] The post ବିଶ଼୍ବରେ ସବୁଠାରୁ ଅଧିକ ଦରମା, ଜାଣନ୍ତୁ କେତେ ଟଙ୍କା ? appeared first on Dharitri Odia News.
ନୂଆଦିଲ୍ଲୀ, ୧୩।୬: ବିଶ଼୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦରମା ପ୍ୟାକେଜ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କର ପ୍ୟାକେଜ ଏତେ ଟଙ୍କାର ଥିଲା ଯେ ଆମେରିକୀୟ କୋର୍ଟଙ୍କୁ ମଧ୍ୟ ଏଥିରେ ରୋକ୍ ଲଗାଇବାକୁ ପଡ଼ିଥିଲା । ହେଲେ ୬ ବର୍ଷ ପରେ ସେ ପୁଣି ମାଟା ଅଙ୍କର ଦରମା ନେବାକୁ ଯାଉଛନ୍ତି। ବୈଦ୍ୟୁତିକ ଯାନ ଉତ୍ପାଦନକାରୀ କମ୍ପାନୀ ଟେସଲାର ସେୟାର ହୋଲ୍ଡର୍ସମାନେ ଏଲନ ମସ୍କଙ୍କର ବାର୍ଷିକ ପ୍ୟାକେଜ ୫୬ ବିଲିୟନ ଡ଼ଲାର୍ ଅର୍ଥାତ ପ୍ରାୟ ୪.୬୪ ଲକ୍ଷ କୋଟି ଟଙ୍କା ନେଇ ଅନୁମୋଦନ କରିଛନ୍ତି। ଆମେରିକାର କର୍ପୋରେଟ ଇତିହାସରେ ଜଣେ ସିଇଓଙ୍କ ପାଇଁ ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଦରମା ପ୍ୟାକେଜ ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ, ଏଲନ ମସ୍କ ନିଜେ ଟୱିଟ କରି ସେୟାର ହୋଲ୍ଡରମାନଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି। ବୁଧବାର ଅନୁଷ୍ଠିତ ବୈଠକରେ ସେୟାର ହୋଲ୍ଡରମାନେ ଏହି ପ୍ୟାକେଜକୁ ଅନୁମୋଦନ କରିଛନ୍ତି ଏବଂ ଗୁରୁବାର ଅନୁଷ୍ଠିତ ବୈଠକରେ ଏହା ଘୋଷଣା କରାଯିବ। ଯଦିଓ କମ୍ପାନୀର କିଛି ସେୟାର ହୋଲ୍ଡର ଏହାକୁ ବିରୋଧ କରିଛନ୍ତି । ୨୦୧୮ ମସିହାରେ ଏଲନ ମସ୍କଙ୍କୁ ଏହି ପ୍ୟାକେଜ ଦେବା ପାଇଁ ଏକ ପ୍ରସ୍ତାବ ଦିଆଯାଇଥିଲା।କିନ୍ତୁ କିଛି ସେୟାର ହୋଲ୍ଡରଙ୍କ ବିରୋଧ ପରେ ଡେଲାୱେର୍ କୋର୍ଟର ବିଚାରପତି ଏହା ଉପରେ ରୋକ୍ ଲଗାଇଥିଲେ । ତେବେ, ଏଥର ଅଧିକାଂଶ ସେୟାର ହୋଲ୍ଡର ସେମାନଙ୍କ ସମ୍ମତି ଦେଇଛନ୍ତି। ଏହି ପ୍ୟାକେଜର ମୂଲ୍ୟ ହେଉଛି ୫୬ ବିଲିୟନ ଡଲାର । କାରଣ ୨୦୧୮ରେ ଟେସଲାର ବଜାର ମୂଲ୍ୟ ୫୯.୧ ବିଲିୟନ ଡ଼ଲାର ଥିଲା । ଯାହା ଆଜି ୫୭୦ ବିଲିୟନ ଡ଼ଲାରରେ ପରିଣତ ହୋଇଛି ।
The post ବିଶ଼୍ବରେ ସବୁଠାରୁ ଅଧିକ ଦରମା, ଜାଣନ୍ତୁ କେତେ ଟଙ୍କା ? appeared first on Dharitri Odia News.