ଖବର ପ୍ରକାଶ ପରେ ମରାମତି ହେଲା ରାସ୍ତା, ପିଚୁରେ ମୋରମ ପଡୁଥିବାରୁ ଅସନ୍ତୋଷ
କେନ୍ଦୁଝର,୨୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ରିଜର୍ଭ ପୋଲିସ ଓ ପରେଡ୍ ପଡିଆ (ଷ୍ଟାଡିୟମ) ରାସ୍ତାକୁ ପ୍ରଶାସନ ମରାମତି କରିଛି। ଧରିତ୍ରୀରେ ୨୫ ତାରିଖରେ ‘ରିଜର୍ଭ ପୋଲିସ ଓ ଷ୍ଟାଡିୟମ ରାସ୍ତା ବିପର୍ଯ୍ୟସ୍ତ’ ଶୀର୍ଷକ ଖବର ପାଇବା ପରେ ରାସ୍ତା ମରାମତି କାମ ହୋଇଛି। ବର୍ଷା ଯୋଗୁ ବଡ଼ବଡ଼ ଖାଲ ସୃଷ୍ଟି ହୋଇ ଯାତାୟାତରେ ବ୍ୟାହତ ସୃଷ୍ଟି କରୁଥିବା ବେଳେ ବର୍ଷା ପାଣି ଜମି ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଥିଲା। ଅନେକ ଏହି ଖାଲଖମାରେ ପଡ଼ି ଆହତ […] The post ଖବର ପ୍ରକାଶ ପରେ ମରାମତି ହେଲା ରାସ୍ତା, ପିଚୁରେ ମୋରମ ପଡୁଥିବାରୁ ଅସନ୍ତୋଷ appeared first on Dharitri Odia News.
କେନ୍ଦୁଝର,୨୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ରିଜର୍ଭ ପୋଲିସ ଓ ପରେଡ୍ ପଡିଆ (ଷ୍ଟାଡିୟମ) ରାସ୍ତାକୁ ପ୍ରଶାସନ ମରାମତି କରିଛି। ଧରିତ୍ରୀରେ ୨୫ ତାରିଖରେ ‘ରିଜର୍ଭ ପୋଲିସ ଓ ଷ୍ଟାଡିୟମ ରାସ୍ତା ବିପର୍ଯ୍ୟସ୍ତ’ ଶୀର୍ଷକ ଖବର ପାଇବା ପରେ ରାସ୍ତା ମରାମତି କାମ ହୋଇଛି। ବର୍ଷା ଯୋଗୁ ବଡ଼ବଡ଼ ଖାଲ ସୃଷ୍ଟି ହୋଇ ଯାତାୟାତରେ ବ୍ୟାହତ ସୃଷ୍ଟି କରୁଥିବା ବେଳେ ବର୍ଷା ପାଣି ଜମି ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଥିଲା। ଅନେକ ଏହି ଖାଲଖମାରେ ପଡ଼ି ଆହତ ହୋଇଥିବା ବେଳେ ଗାଡ଼ି ଭାଙ୍ଗୁଥିବାରୁ ଅସନ୍ତୋଷ ଦେଖା ଦେଇଥିଲେ ହେଁ କାହାରି ନଜର ପଡୁ ନ ଥିଲା। ପୋଲିସ କର୍ମଚାରୀମାନେ ଯିବା ଆସିବାରେ ବହୁ ଅସୁବିଧା ଭୋଗୁଥିଲେ। ଏପରିକି ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ମଧ୍ୟ ଅତିଥି ତଥା ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରିଥିଲା। ଖବର ପ୍ରକାଶ ପାଇବା ପରେ ମରାମତି କାମ ଆରମ୍ଭ ହୋଇଥିଲେ ହେଁ ପିଚୁ ରାସ୍ତାରେ ମୋରମ ମାଟି ପକାଇ ରାସ୍ତା ମରାମତି କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ବର୍ଷରେ କାଦୁଅ ହୋଇ ଅଧିକ ବିପଦ ପୂର୍ଣ୍ଣ ହୋଇ ପଡିବା ସହ ପୁଣି ଖାଲଖମା ହୋଇପଡ଼ିଛି। ଅନ୍ୟପକ୍ଷରେ ପିଚୁ ରାସ୍ତାରେ ପିଚୁ ଚିପ୍ସ ଓ ମେଟାଲ ବଦଳରେ ମୋରମ ପକାଇ କିଭଳି ମରାମତି କରାଯାଉଛି ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
The post ଖବର ପ୍ରକାଶ ପରେ ମରାମତି ହେଲା ରାସ୍ତା, ପିଚୁରେ ମୋରମ ପଡୁଥିବାରୁ ଅସନ୍ତୋଷ appeared first on Dharitri Odia News.