କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବବଧୂଙ୍କ ଜୀବନ ଦୀପ

ଯାଜପୁର: କାନ୍ଥରୁ ଲିଭିନି ବାହା ଚିତା । ଲେଖାଯାଇଛି ଶ୍ରୀକାନ୍ତ ସହ କିରନ । ମାତ୍ର ମାସେ ତଳେ ହୋଇଥିଲା ବିବାହ । ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ କରିଥିଲେ ବିବାହ । ହାତରେ ମେହେନ୍ଦୀ, ପାଦରେ ଅଳତା, ସିନ୍ଥିରେ ସିନ୍ଦୂର ପିନ୍ଧି ବେଦୀରେ ସାତ ଘେରା ନେଇ ସାତ ଜନ୍ମ ପାଇଁ ଜୀବନସାଥି ରୂପେ ପାଇ ନବବଧୂ ସାଜି ଆସିଥିଲେ ଶାଶୂଘର । କେତେ କଣ ସ୍ୱପ୍ନ ଦେଖିଥିଲେ, କେତେ କଣ ଆଶା […] The post କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବବଧୂଙ୍କ ଜୀବନ ଦୀପ appeared first on KNews Odisha.

କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବବଧୂଙ୍କ ଜୀବନ ଦୀପ

ଯାଜପୁର: କାନ୍ଥରୁ ଲିଭିନି ବାହା ଚିତା । ଲେଖାଯାଇଛି ଶ୍ରୀକାନ୍ତ ସହ କିରନ । ମାତ୍ର ମାସେ ତଳେ ହୋଇଥିଲା ବିବାହ । ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ କରିଥିଲେ ବିବାହ । ହାତରେ ମେହେନ୍ଦୀ, ପାଦରେ ଅଳତା, ସିନ୍ଥିରେ ସିନ୍ଦୂର ପିନ୍ଧି ବେଦୀରେ ସାତ ଘେରା ନେଇ ସାତ ଜନ୍ମ ପାଇଁ ଜୀବନସାଥି ରୂପେ ପାଇ ନବବଧୂ ସାଜି ଆସିଥିଲେ ଶାଶୂଘର । କେତେ କଣ ସ୍ୱପ୍ନ ଦେଖିଥିଲେ, କେତେ କଣ ଆଶା ବାନ୍ଧିଥିଲେ । ହେଲେ ସବୁ କିଛି ହୋଇଗଲା ଅନ୍ଧକାର । ବାହାଘରର ମାସେ ନ ପୂରୁଣୁ ଘର ଭିତରୁ ମିଳିଲା ନବ ବଧୂଙ୍କ ମୃତଦେହ ।

ହେଲେ ହଠାତ ଏମିତି କଣ ହେଲା କିରଣଙ୍କର ? କିଏ ମାରି ଦେଲା ନା ସେ ନିଜେ ମରିଗଲେ? ଏବେ ଏଇ ପ୍ରଶ୍ନ ସମସ୍ତଙ୍କ ମନରେ । ହେଲେ କିରଣଙ୍କ ବାପଘର ଲୋକ ସିଧାସଳଖ କହୁଛନ୍ତି, ଆମ ଝିଅକୁ ମାରି ଦେଇଛନ୍ତି । ଖୁବ୍ ଧୁମ୍ ଧାମ୍ ରେ ସରିଥିଲା ବିବାହ । କିନ୍ତୁ ତିଷ୍ଠିଲାନି । ବିବାହର ମାସକରେ ସରିଗଲା କିରଣଙ୍କ ଜୀବନ ଯାତ୍ରା । ତେବେ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପଟୁଣିଆ ପଞ୍ଚାୟତ ଶଙ୍ଖ ଗ୍ରାମରେ ।

ସୂଚନା ମୁତାବକ, ଧର୍ମଶାଳା ଥାନା ଅଭୟପୁର ପଞ୍ଚାୟତ ଅଚ୍ୟୁତପୁର ଗ୍ରାମର ହରିହର ବାରିକଙ୍କ ଝିଅ କିରନପ୍ରଭାଙ୍କ ସହ ପଟୁଣିଆ ପଞ୍ଚାୟତ ଶଙ୍ଖ ଗ୍ରାମର ନଟବର ଜେନାଙ୍କ ପୁଅ ଶ୍ରୀକାନ୍ତଙ୍କ ପ୍ରେମ ସମ୍ପର୍କ ଥିଲା । ଗତ ମାସ ଜୁନ ୪ ତାରିଖରେ ଚଣ୍ଡିଖୋଲ ସ୍ଥିତ ମହାବିନାୟକ ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା । ତେବେ ବିବାହ ସମୟରେ ଜାତିଆଣ ପ୍ରସଙ୍ଗକୁ ନେଇ ଉଭୟ ପରିବାର ମଧ୍ୟରେ ମନୋମାଳିନ୍ୟ ରହିଥିଲା । ତେବେ ଗତକାଲି ହଠାତ ଘର ଭିତରେ କିରନପ୍ରଭାଙ୍କ ମୃତଦେହ ଦେଖିବାକୁ ପାଇଥିଲେ ଶାଶୂଘର ଲୋକେ ।

ଯାହାପରେ ଏନେଇ ତୁରନ୍ତ ଝିଅ ଘରକୁ ଖବର ଦିଆଯାଇଥିଲା । ଖବର ପାଇ କିରନପ୍ରଭାଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ଝିଅକୁ ହତ୍ୟା କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏନେଇ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଯୌତୁକ ପାଇଁ ଝିଅକୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଜବତ କରିଛି । ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି ।

ଏଥିସହ ସ୍ୱାମୀ ଶ୍ରୀକାନ୍ତକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ କିରନପ୍ରଭା ଜୀବନ ହାରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ପୋଲିସର ତଦନ୍ତ ଓ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ଅନ୍ୟପକ୍ଷରେ ଦୀର୍ଘ ୫ ବର୍ଷ ଧରି ଫୋନରେ ଗଢି ଉଠିଥିବା ପ୍ରେମ ସମ୍ପର୍କ ବିବାହରେ ପରିଣତ ହେବା ପରେ ଉଭୟଙ୍କ ମଧ୍ୟରେ ଏପରି କ’ଣ ଘଟଣା ଘଟିଲା ଏବଂ କିରନପ୍ରଭାଙ୍କର ଜୀବନ ଗଲା ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନାନା ଚର୍ଚ୍ଚା ଆଲୋଚନା ଜୋର ଧରିଛି ।

ମନରେ ଅସୁମାରୀ ସ୍ୱପ୍ନ ସଜେଇ ଶ୍ରୀକାନ୍ତଙ୍କ ସହ କରିଥିଲେ ପ୍ରେମ ବିବାହ । ହେଲେ ଅଚାନକ ଏ କଣ ଘଟିଗଲା? ସତରେ ଭଗବାନ କ’ଣ କିରନଙ୍କ ଭାଗ୍ୟରେ ଏଇଆ ଲେଖିଥିଲେ ? ଏଭଳି ଘଟଣା ପରେ ସମସ୍ତେ ଯେମିତି ସ୍ଥାଣୁ ପାଲଟି ଯାଇଛନ୍ତି । ସାଂସାରିକ ଜୀବନ ଆରମ୍ଭ ହେଉ ହେଉ ଭୁଶୁଡ଼ି ପଡ଼ିଛି ଏକ ହସଖୁସିର ସଂସାର । କିରନଙ୍କୁ ଝୁରୁଛନ୍ତି ପରିବାର ଆତ୍ମୀୟ ସ୍ଵଜନ । ଏଇ କିଛି ଦିନ ତଳେ ଝିଅରୁ ବଧୂ ସାଜିଥିଲେ, ହେଲେ ଦାମ୍ପତ୍ୟ ଜୀବନ ଆରମ୍ଭ କରୁଥିବା ଲିଭିଗଲା ତାଙ୍କ ଜୀବନ ଦୀପ । ତେବେ ସତରେ ଯଦି କିଛି ଅପରାଧ ହୋଇଛି ତେବେ ଦୋଷୀକୁ ଦଣ୍ଡ ଦିଆଯିବା ନିହାତି ଦରକାର ।

Also read: ରହସ୍ୟ ଘେରରେ ବୈଜୟନ୍ତିଙ୍କ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

The post କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବବଧୂଙ୍କ ଜୀବନ ଦୀପ appeared first on KNews Odisha.