କାନ୍ଦି କାନ୍ଦି ଏମିତି କହିଦେଲେ ସୌମ୍ୟାଶ୍ରୀଙ୍କ ବାପା: ରାଷ୍ଟ୍ରପତି, ରାଜ୍ୟ ସରକାର …

ଭୁବନେଶ୍ୱର,୧୫।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଶେଷରେ ଆଖିବୁଜିଛନ୍ତି। ସୌମ୍ୟାଶ୍ରୀଙ୍କ ପଳାସିଆ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗାଁ ଝିଅକୁ ଅଶ୍ରୁଳ ବିଦାୟ ଦେଇଥିଲେ ହଜାର ହଜାର ଲୋକ। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାରେ କଂଗ୍ରେସ ଏବଂ ବିଜେଡି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଏହାକୁ ନେଇ ମୁହଁ ଖୋଲିଛନ୍ତି ସୌମ୍ୟାଶ୍ରୀଙ୍କ ବାପା। ସେ ଭାବପ୍ରବଣ ହୋଇ କହିଛନ୍ତି, […] The post କାନ୍ଦି କାନ୍ଦି ଏମିତି କହିଦେଲେ ସୌମ୍ୟାଶ୍ରୀଙ୍କ ବାପା: ରାଷ୍ଟ୍ରପତି, ରାଜ୍ୟ ସରକାର … appeared first on Dharitri Odia News.

କାନ୍ଦି କାନ୍ଦି ଏମିତି କହିଦେଲେ ସୌମ୍ୟାଶ୍ରୀଙ୍କ ବାପା: ରାଷ୍ଟ୍ରପତି, ରାଜ୍ୟ ସରକାର …

ଭୁବନେଶ୍ୱର,୧୫।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଶେଷରେ ଆଖିବୁଜିଛନ୍ତି। ସୌମ୍ୟାଶ୍ରୀଙ୍କ ପଳାସିଆ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗାଁ ଝିଅକୁ ଅଶ୍ରୁଳ ବିଦାୟ ଦେଇଥିଲେ ହଜାର ହଜାର ଲୋକ। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାରେ କଂଗ୍ରେସ ଏବଂ ବିଜେଡି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଏହାକୁ ନେଇ ମୁହଁ ଖୋଲିଛନ୍ତି ସୌମ୍ୟାଶ୍ରୀଙ୍କ ବାପା।

ସେ ଭାବପ୍ରବଣ ହୋଇ କହିଛନ୍ତି, ମୋ ଝିଅକୁ ନେଇ ରାଜନୀତି ନ କରିବାକୁ ଅପିଲ କଲେ ସୌମ୍ୟାଶ୍ରୀଙ୍କ ବାପା ମୋ ଝିଅ ଚାଲିଯାଇଛି, ତେଣୁ ତାକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ। ସରକାର ଘଟଣାକୁ ନେଇ ସମ୍ବେଦନଶୀଳ ଅଛନ୍ତି, କିଛି ଦାବି ପୂରଣ କରିଛନ୍ତି। ଆଉ କିଛି ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଗତକାଲି ରାଷ୍ଟ୍ରପତି ୧୦ ମିନିଟ ମୋ ସହ ଆଲୋଚନା କରିଥିଲେ। ଝିଅ ବଞ୍ଚିବା ପାଇଁ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥନା କରିଥିଲେ। ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ମୁଁ ଲଢ଼େଇ ଜାରି ରଖିବି।

ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ସୋମବାର ରାତି ୧୧ଟା ୪୬ମିନିଟରେ ମୃତ୍ୟୁ ଘଟିଛି। ସୌମ୍ୟାଶ୍ରୀଙ୍କ ମରଶରୀର ପହଞ୍ଚିବା ପୂର୍ବରୁ କାନ୍ଦ ବୋବାଳିରେ ଫାଟିଛି ଗାଁ। ବାହୁନି ହେଉଛନ୍ତି ପରିବାର ଓ ଜ୍ଞାତି କୁଟୁମ୍ବ ସୌମ୍ୟାଶ୍ରୀଙ୍କ ଏକାଧିକ ପ୍ରତିଭାକୁ ଝୁରୁଛନ୍ତି ଅଞ୍ଚଳବାସୀ। ଭୁବନେଶ୍ବର ଏମ୍ସରେ ପୋଷ୍ଟମର୍ଟମ ପରେ ସୌମ୍ୟଶ୍ରୀଙ୍କ ମରଶରୀରକୁ ଭୋଗରାଇ ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବ୍ୟକ୍ତିଗତ ‘X’ ଆକାଉଣ୍ଟରେ ସମ୍ପୃକ୍ତା ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି।

The post କାନ୍ଦି କାନ୍ଦି ଏମିତି କହିଦେଲେ ସୌମ୍ୟାଶ୍ରୀଙ୍କ ବାପା: ରାଷ୍ଟ୍ରପତି, ରାଜ୍ୟ ସରକାର … appeared first on Dharitri Odia News.