କାନ୍ଦୁଛନ୍ତି ଏଲିନା ଦାଶ, କାନ୍ଦି କାନ୍ଦି ନବୀନଙ୍କୁ…

ଭୁବନେଶ୍ୱର,୭।୬: ଅଭିନୟରୁ ରାଜନୀତିକୁ ଏଣ୍ଟ୍ରି ମାରିଥିବା ଏଲିନା ଦାଶ କାନ୍ଦୁଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ଭାଇରାଲ ଭିଡିଓରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କୁ ସାର୍‌ ବୋଲି ସମ୍ବୋଧନ କରୁଛନ୍ତି। ଆଉ ସେ ଛଳ ଛଳ ଆଖିରେ କହୁଛନ୍ତି, ସାର୍‌, ୨୫ ବର୍ଷ ଯାତ୍ରାରେ ପ୍ରଥମର ପାଇଁ ଆପଣଙ୍କ ପରାଜୟ ଦେଖିବାକୁ ମିଳିଛି। ଏଥିରେ ଆପଣଙ୍କର କିଛି ଭୁଲ ନାହିଁ। କିଛି କୁଚକ୍ରୀ ଲୋକଙ୍କ ପାଇଁ […] The post କାନ୍ଦୁଛନ୍ତି ଏଲିନା ଦାଶ, କାନ୍ଦି କାନ୍ଦି ନବୀନଙ୍କୁ… appeared first on Dharitri Odia News.

କାନ୍ଦୁଛନ୍ତି ଏଲିନା ଦାଶ, କାନ୍ଦି କାନ୍ଦି ନବୀନଙ୍କୁ…

ଭୁବନେଶ୍ୱର,୭।୬: ଅଭିନୟରୁ ରାଜନୀତିକୁ ଏଣ୍ଟ୍ରି ମାରିଥିବା ଏଲିନା ଦାଶ କାନ୍ଦୁଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ଭାଇରାଲ ଭିଡିଓରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କୁ ସାର୍‌ ବୋଲି ସମ୍ବୋଧନ କରୁଛନ୍ତି। ଆଉ ସେ ଛଳ ଛଳ ଆଖିରେ କହୁଛନ୍ତି, ସାର୍‌, ୨୫ ବର୍ଷ ଯାତ୍ରାରେ ପ୍ରଥମର ପାଇଁ ଆପଣଙ୍କ ପରାଜୟ ଦେଖିବାକୁ ମିଳିଛି। ଏଥିରେ ଆପଣଙ୍କର କିଛି ଭୁଲ ନାହିଁ। କିଛି କୁଚକ୍ରୀ ଲୋକଙ୍କ ପାଇଁ ଆଜି ଦଳ ବୁଡିଛି। ମୋ’ ବାପା ଯେଉଁଦିନ ଯାଇଥିଲେ, ତା’ପର ଦିନ ମୋତେ ଯେମିତି ଲାଗୁଥିଲା, ଆଜି ଆପଣଙ୍କ ଇସ୍ତଫା ଭିଡିଓ ଦେଖି ମୋତେ ଆହୁରି ବେଶୀ କଷ୍ଟ ଦେଉଛି। ବିଜେଡି ହାରିଗଲା ବୋଲି ମୋତେ କଷ୍ଟ ହେଉନି, ୨୫ ବର୍ଷରେ ଅନ୍ୟ ଦଳମାନେ ହାରୁଥିଲେ। ସେମାନେ କ୍ଷମତାରେ ନ ଥାଇ ମଧ୍ୟ ଦଳ ପାଇଁ କାମ କରୁଥିଲେ। ଆଜି ଆମ ପାଇଁ ସେହି ପରିସ୍ଥିତି ଆସିଛି। ଆଉ ଆମେ ତାକୁ ବହୁ ଭଲରେ ଗ୍ରହଣ କରୁଛୁ। କିନ୍ତୁ ଆପଣ ରାତି ପାହିଲେ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି, ତେଣୁ ମୁଁ କଣ, ସାରା ବିଶ୍ୱରେ ବସବାସ କରୁଥିବା ପ୍ରତିଟି ଓ ଆଣଙ୍କ ପାଇଁ ଆଜି କାନ୍ଦୁଛନ୍ତି ବୋଲି ଏଲିନା କହିଛନ୍ତି।

ସେ ଆହୁରି କହିଛନ୍ତି, ସାର୍‌- ଆପଣ ଅପ୍ରତିଦ୍ୱନ୍ଦ୍ୱୀ। ଆପଣଙ୍କ ସହିତ କାହାକୁ ତୁଳନା କରାଯାଇପାରିବ ନାହିଁ। ଆମେ ସବୁ ବେଳେ ଚାହିଁଥିଲୁ, ଆପଣ ସବୁଦିନ ଓ ମୁଖ୍ୟମନ୍ତ୍ରୀ ହୋଇ ରୁହନ୍ତୁ। ଆଜି କେବଳ ବିଜେଡି କର୍ମୀ ନୁହେଁ, ଅନ୍ୟ ଦଳର ପ୍ରତ୍ୟେକ ନେତା ଓ କର୍ମୀ କେଉଁଠି ନା କେଉଁଠି ଆପଣଙ୍କ ପାଇଁ ମନ ଦୁଃଖ କରୁଛନ୍ତି ବୋଲି ଏଲିନା କହୁଥିବା ଭିଡିଓରେ ଦେଖିବାକୁ ମିଳିଛି।

 

The post କାନ୍ଦୁଛନ୍ତି ଏଲିନା ଦାଶ, କାନ୍ଦି କାନ୍ଦି ନବୀନଙ୍କୁ… appeared first on Dharitri Odia News.