କାମ ସରିଲାନି ହୋଇଗଲା ଉଦଘାଟନ । ମଟର ଲଗାଇ ଟଙ୍କା ନ ପାଇବାରୁ ମିଶନ ଶକ୍ତି ଗୃହରେ ତାଲା ପକାଇଲେ ଠିକାଦାର

କନକ ବ୍ୟୁରୋ : ଉଦଘାଟନର ଚାରି ମାସ ପରେ ବ୍ଲକ ମିଶନ ଶକ୍ତି ଭବନରେ ତାଲା ପକାଇଲେ ଠିକାଦାର। ଏକମାସ ହେବ ବାହାରେ କାମ କରୁଛନ୍ତି ମିଶନ ଶକ୍ତି ଅଧିକାରୀ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ପରିସରରେ ପଚାଶ ଲକ୍ଷ ବ୍ୟୟରେ ବ୍ୟୟ କରି ପୂର୍ତ୍ତ ବିଭାଗ ଦ୍ୱାରା ଏହି ମିଶନ ଶକ୍ତି ଭବନ ନିର୍ମାଣ କରଯାଇଥିଲା।  ମିଶନ ଶକ୍ତି ଭବନଟି ମାର୍ଚ୍ଚ ମାସ ୧୩ ତାରିଖ ଦିନ ବ୍ଲକ ପ୍ରଶାସନ ପକ୍ଷରୁ ଉଦଘାଟନ ସରିଯାଇଛି । ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ବୈଠକ ହେଉଥିଲା। ହେଲେ ଠିକାଦାର ପାଣି ମଟର ଲଗାଇବା ସହ ମୁଖ୍ୟ ଫାଟକରେ ଏକ ତାଲା ପକାଇଦେଇଥିବାରୁ ଅନେକ ସମସ୍ୟା ଉପୁଜିଛି।