କାମ ସାରି ଘରକୁ ଫେରୁଥିଲେ, ହାଇଓ୍ୱା ଧକ୍କାରେ ଚାଲିଗଲା ବାବୁଲାଙ୍କ ଜୀବନ

ଜଗତସିଂହପୁର ୧୪।୦୩ : ହାଇଓ୍ୱା ଧକ୍କାରେ ଜଣେ ଯୁବକ ମୃତ । ଜଗତସିଂହପୁର ସହର ହାଟ ବଜାର ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ବଙ୍ଗାଳି ସାହି ଗାଁର ବାବୁଲା ଗାଆଣ ବୋଲି ଜଣାପଡିଛି । ସେପଟେ କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ପକ୍ଷରୁ ଚାଲିଛି ରାସ୍ତାରୋକ ।  ଖବର ଅନୁଯାୟୀ, ବାବୁଲା ଗାଆଣ କାମ ସାରି ଘରକୁ ଫେରୁଥିଲେ । ସେ ଚାଲି ଚାଲି ଆସିବା ସମୟରେ ଏକ ବାଲି ବୋଝେଇ ହାଓ୍ୱା ଧକ୍କା ଦେଇଥିଲା । ଯାହାଫଳରେ ବାବୁଲା ଛିଟିକି ପଡିଥିଲେ । ଏପିରିକି ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦେଖାଦେଇଛି ଉତ୍ତେଜନା । ସ୍ଥାନୀୟ ଲୋକଙ୍କ ପକ୍ଷରୁ ହାଟବଜାର ନିକଟରେ ଜଗତସିଂହପୁର-ଆଳି ପିଙ୍ଗଳ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଏବଂ ଥାନା ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ଏବେ ଯାଏଁ ରାସ୍ତା ଅବରୋଧ ହଟିନାହିଁ ।    

କାମ ସାରି ଘରକୁ ଫେରୁଥିଲେ, ହାଇଓ୍ୱା ଧକ୍କାରେ ଚାଲିଗଲା ବାବୁଲାଙ୍କ ଜୀବନ

ଜଗତସିଂହପୁର ୧୪।୦୩ : ହାଇଓ୍ୱା ଧକ୍କାରେ ଜଣେ ଯୁବକ ମୃତ । ଜଗତସିଂହପୁର ସହର ହାଟ ବଜାର ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ବଙ୍ଗାଳି ସାହି ଗାଁର ବାବୁଲା ଗାଆଣ ବୋଲି ଜଣାପଡିଛି । ସେପଟେ କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ପକ୍ଷରୁ ଚାଲିଛି ରାସ୍ତାରୋକ ।  

ଖବର ଅନୁଯାୟୀ, ବାବୁଲା ଗାଆଣ କାମ ସାରି ଘରକୁ ଫେରୁଥିଲେ । ସେ ଚାଲି ଚାଲି ଆସିବା ସମୟରେ ଏକ ବାଲି ବୋଝେଇ ହାଓ୍ୱା ଧକ୍କା ଦେଇଥିଲା । ଯାହାଫଳରେ ବାବୁଲା ଛିଟିକି ପଡିଥିଲେ । ଏପିରିକି ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦେଖାଦେଇଛି ଉତ୍ତେଜନା । ସ୍ଥାନୀୟ ଲୋକଙ୍କ ପକ୍ଷରୁ ହାଟବଜାର ନିକଟରେ ଜଗତସିଂହପୁର-ଆଳି ପିଙ୍ଗଳ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଏବଂ ଥାନା ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ଏବେ ଯାଏଁ ରାସ୍ତା ଅବରୋଧ ହଟିନାହିଁ ।