କାମାକ୍ଷାନଗରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ରୁ ଅଧିକ ବାଇକ
ଢେଙ୍କାନାଳ: କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ଅନେକ ସାମଗ୍ରୀ ଓ ଯାନବାହନ ଜଳିଯାଇଛି। ନିଆଁ ଲାଗି ୫ରୁ ଅଧିକ ବାଇକ ସମ୍ପୂର୍ଣ୍ଣ ଜଳି ଯାଇଛି। ଅବକାରୀ ବିଭାଗ ଦ୍ବାରା ଜବତ ଗାଡ଼ି, ସ୍ପିରିଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଏହ ଅଗ୍ନିକାଣ୍ଡରେ ଜଳି ଯାଇଛି। ନିଆଁ ଲିଭାଇବା ପାଇଁ କାମାକ୍ଷାନଗରରେ ଥିବା ୨ଟି ଦମକଳ ବାହିନୀ ନିୟୋଜିତ ହୋଇଥିବା ଜଣାପଡ଼ିଛି।