ଲିଙ୍ଗରାଜ ମନ୍ଦିରରେ ସିଗାରେଟ୍‌ ଟାଣିଲେ

ଭୁବନେଶ୍ୱର,୨୮ା୧୧ (ସୂର୍ଯ୍ୟକାନ୍ତ ବେହେରା): ଲିଙ୍ଗରାଜ ମନ୍ଦିର ପରିସରକୁ ମୋବାଇଲ, ସିଗାରେଟ୍‌ ଭଳି କିଛି ଜିନିଷକୁ ବାରଣ କରାଯାଇଛି। କିନ୍ତୁ ଏହାସତ୍ତ୍ୱେ ମନ୍ଦିର ପରିସରକୁ ମୋବାଇଲ ଯିବା ସହ ସିଗାରେଟ ଯାଉଛି। ମନ୍ଦିରରେ ସୁରକ୍ଷା କର୍ମଚାରୀମାନେ କଡ଼ା ଯାଞ୍ଚ କରୁ ନ ଥିବାରୁ ଏଭଳି ଘଟଣା ବାରମ୍ବାର ହେଉଥିବା ଅଭିଯୋଗ ହେଉଛି। କିଛିଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମନ୍ଦିର ବେଢ଼ା ଭିତରେ ଉଠାଇଥିବା ଫଟୋ ଭାଇରଲ ହେବାପରେ ଏବେ ଜଣେ ଯୁବକ ସିଗାରେଟ ଟାଣିବା ଫଟୋ […] The post ଲିଙ୍ଗରାଜ ମନ୍ଦିରରେ ସିଗାରେଟ୍‌ ଟାଣିଲେ appeared first on Dharitri Odia News.

ଲିଙ୍ଗରାଜ ମନ୍ଦିରରେ ସିଗାରେଟ୍‌ ଟାଣିଲେ

ଭୁବନେଶ୍ୱର,୨୮ା୧୧ (ସୂର୍ଯ୍ୟକାନ୍ତ ବେହେରା): ଲିଙ୍ଗରାଜ ମନ୍ଦିର ପରିସରକୁ ମୋବାଇଲ, ସିଗାରେଟ୍‌ ଭଳି କିଛି ଜିନିଷକୁ ବାରଣ କରାଯାଇଛି। କିନ୍ତୁ ଏହାସତ୍ତ୍ୱେ ମନ୍ଦିର ପରିସରକୁ ମୋବାଇଲ ଯିବା ସହ ସିଗାରେଟ ଯାଉଛି। ମନ୍ଦିରରେ ସୁରକ୍ଷା କର୍ମଚାରୀମାନେ କଡ଼ା ଯାଞ୍ଚ କରୁ ନ ଥିବାରୁ ଏଭଳି ଘଟଣା ବାରମ୍ବାର ହେଉଥିବା ଅଭିଯୋଗ ହେଉଛି। କିଛିଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମନ୍ଦିର ବେଢ଼ା ଭିତରେ ଉଠାଇଥିବା ଫଟୋ ଭାଇରଲ ହେବାପରେ ଏବେ ଜଣେ ଯୁବକ ସିଗାରେଟ ଟାଣିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଫଳରେ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଟୋ ଭାଇରାଲ ହେବାପରେ ଯୁବକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଘଟଣା ସମ୍ପର୍କରେ ତନାଘନା କରାଯିବ ବୋଲି ଭୁବନେଶ୍ୱର ଏଡିଏମ୍‌ କହିଛନ୍ତି। ଯୁବକ ଜଣକ କିଏ, କାହିଁକି ଏଭଳି ଫଟୋ ଉଠାଇଛନ୍ତି ତାହାର ତଦନ୍ତ କରାଯିବ। ପୋଲିସ ସହ ଆଲୋଚନା କରି କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେନେଇ ଆଲୋଚନା ଚାଲିଛି ବୋଲି ଏଡିଏମ୍‌ କହିଛନ୍ତି।
ସୂଚନାନୁସାରେ, ଗତ ସୋମବାର ଦେବୀପ୍ରସାଦ ଦାସ ନାମକ ଜଣେ ଯୁବକ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆଇଡିରେ ଏକ ସିଗାରେଟ ଟାଣୁଥିବାର ଫଟୋ ପୋଷ୍ଟ କରିଥିଲେ। ଯୁବକ ଜଣକ ଶ୍ରୀଲିଙ୍ଗରାଜ ମନ୍ଦିରର ରୋଷଘର ନିକଟରେ ଠିଆ ହୋଇ ସିଗାରେଟ ଟାଣୁଥିବା ଦେଖିବାକୁ ମିଳିଛି। ଫଟୋଟି ଦେଖି ମନ୍ଦିରର ସେବାୟତମାନେ ଯୁବକ ଜଣକ ଆଖପାଖ ଅଞ୍ଚଳର ବୋଲି ଅନୁମାନ କରିଛନ୍ତି।

The post ଲିଙ୍ଗରାଜ ମନ୍ଦିରରେ ସିଗାରେଟ୍‌ ଟାଣିଲେ appeared first on Dharitri Odia News.