ପଞ୍ଚୁଦଣ୍ଡ ପାଇଁ ଅଣ୍ଟା ଭିଡ଼ିଲେ ଯୁବ ଗୋଷ୍ଠୀ: ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ
ଦାରିଙ୍ଗବାଡି,୩।୪ (ଅରୁଣ ସାହୁ):ଚୈତ୍ର ପର୍ବ ଦଣ୍ଡଯାତ୍ରା ପାଇଁ ଏବେ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି। ଦାରିଙ୍ଗବାଡି ରେ ୩ ଦିନ ଧରି ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗାଜଲବାଡି ପଞ୍ଚାୟତ ଖଜୁରୀପଲିର ଦଣ୍ଡନାଚ ଚାଲିବାକୁ ରହିଥିବାବେଳେ ଗୁରୁବାର ଲଷ୍ମୀବଜାରରେ ଏହି ଯାତ୍ରା ଅନୁଷ୍ଠିତ ହେଉଛି। ଫଳରେ ଦାରିଙ୍ଗବାଡିର ଚଲଚଞ୍ଚଳ ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ସେହିପରି ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତରେ ରହିଥିବା କାଳୀ ମନ୍ଦିର ରେ ରୀତିନୀତି ଅନୁସାରେ ଦଣ୍ଡ ଉଠିବା ପରେ ଅଞ୍ଚଳ […] The post ପଞ୍ଚୁଦଣ୍ଡ ପାଇଁ ଅଣ୍ଟା ଭିଡ଼ିଲେ ଯୁବ ଗୋଷ୍ଠୀ: ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ appeared first on Dharitri Odia News.
ଦାରିଙ୍ଗବାଡି,୩।୪ (ଅରୁଣ ସାହୁ):ଚୈତ୍ର ପର୍ବ ଦଣ୍ଡଯାତ୍ରା ପାଇଁ ଏବେ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି। ଦାରିଙ୍ଗବାଡି ରେ ୩ ଦିନ ଧରି ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗାଜଲବାଡି ପଞ୍ଚାୟତ ଖଜୁରୀପଲିର ଦଣ୍ଡନାଚ ଚାଲିବାକୁ ରହିଥିବାବେଳେ ଗୁରୁବାର ଲଷ୍ମୀବଜାରରେ ଏହି ଯାତ୍ରା ଅନୁଷ୍ଠିତ ହେଉଛି। ଫଳରେ ଦାରିଙ୍ଗବାଡିର ଚଲଚଞ୍ଚଳ ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ସେହିପରି ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତରେ ରହିଥିବା କାଳୀ ମନ୍ଦିର ରେ ରୀତିନୀତି ଅନୁସାରେ ଦଣ୍ଡ ଉଠିବା ପରେ ଅଞ୍ଚଳ ଉତ୍ସବମୁଖର ହୋଇଛି।
ଉକ୍ତ ବ୍ଲକ ସିମନବାଡି ଠାରେ ଆସନ୍ତା ମଙ୍ଗଳବାର ତୃତୀୟ ବାର୍ଷିକ ପଞ୍ଚୁଦଣ୍ଡ ମିଳନ ହେବାକୁ ରହିଥିବାରୁ ସିମନବାଡି ଅଞ୍ଚଳବାସୀ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ବିଶେଷ କରି ଗତ ୩ ବର୍ଷ ହେଲା ଏହି ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମକୁ ସଫଳ କରିବାରେ କାର୍ଯ୍ୟକରୁଛନ୍ତି। ପଞ୍ଚୁଦଣ୍ଡ ମିଳନ କମିଟିର ସଭାପତି ଅରୁଣ ସାହୁଙ୍କ ତତ୍ୱାବଧାନରେ ସରୋଜ ସାହୁ ଓରଫ ଲିଟୁ ବିନୋଦ ସାହୁ, ଚିତ୍ତରଞ୍ଜନ ପ୍ରଧାନ, ବାଥଲାମ ନାୟକ, ବଳରାମ ସାହୁ, ସନାତନ ଦଳବେହେରା, ବରୁଣ ବେହେରା,ରାଜେଶ ସାହୁ ଓରଫ ପଠାନ,ସନ୍ତୋଷ ପାତ୍ର, ଚିଣ୍ଟୁ ସାହୁ, ପିଣ୍ଟୁ ସାହୁ,ବରୁଣ ପାତ୍ର, ଅଶୋକ ବେହେରା, ଚିତ୍ତରଞ୍ଜନ ସାହୁ, ନିଲୁ ସୁବୁଦ୍ଧି, ଜିତେନ୍ଦ୍ର ସାହୁ, ଦିଲୀପ ବେହେରା, କେ. ମନବୋଧ ନାୟକ, ଆଲୋକ ସାହୁ,ବିକାଶ ନାୟକ ଙ୍କ ସମେତ ସମସ୍ତ ଗ୍ରାମବାସୀ, ବୁଦ୍ଧିଜୀବୀ ବଣିକ ସଙ୍ଘ, ବୋଲବମ ସଙ୍ଘ ପୂଜା କମିଟି ଏହି କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତୀ ଚଳାଇଛନ୍ତି ଏହି ଅବସରରେ ଜିଲାର ଗୁଞ୍ଜିବାଡି, ଡାଉଙ୍ଗିଆ,କେଲେମାହା, ଡାମିଗୁଡା ଏବଂ ଗ୍ରୀନବାଡିର ଦଣ୍ଡୁଆମାନେ ପହଞ୍ଚି ସିମନବାଡିରେ ଦଣ୍ଡଯାତ୍ରା ଓ ଦଣ୍ଡ ମିଳନ ରେ ସାମିଲ ହେବେ ବୋଲି କମିଟି ପକ୍ଷରୁ କୁହାଯାଇଛି ସେମାନଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ବରଣ ପୂଜା କରି ଦଣ୍ଡ ପତାକା ଗ୍ରାମକୁ ଅଣାଯାଇଥିବା ଓ ଏଥିପାଇଁ ଆବଶ୍ୟକ ବ୍ୟାପକ ବ୍ୟବସ୍ଥା କରାଯାଉଛି।
The post ପଞ୍ଚୁଦଣ୍ଡ ପାଇଁ ଅଣ୍ଟା ଭିଡ଼ିଲେ ଯୁବ ଗୋଷ୍ଠୀ: ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ appeared first on Dharitri Odia News.