୫ ଦିନର ଶିଶୁପୁତ୍ର ଉଦ୍ଧାର

ବ୍ରହ୍ମପୁର,୩୧।୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ଶୁକ୍ରବାର ଏକ ୫ ଦିନର ଶିଶୁପୁତ୍ର ଉଦ୍ଧାର ହୋଇଛି। ବାଳାଶ୍ରମ ବାହାରେ ରହିଥିବା ଶିଶୁ ରଖିବା ସ୍ଥଳୀରେ ଶୁକ୍ରବାର ସକାଳେ କେହି ଜଣେ ଶିଶୁଟିକୁ ରଖି ଚାଲି ଯାଇଥିଲେ। ବାଳାଶ୍ରମ କର୍ମଚାରୀ ଶିଶୁଟିକୁ ଉଦ୍ଧାର କରି ସ୍ବତନ୍ତ୍ର ପୋଷ୍ୟ ସନ୍ତାନ(ସା)କୁ ହସ୍ତାନ୍ତର କରିଥିଲେ। ଏହାପରେ ଶିଶୁଟିକୁ ମଙ୍ଗଳ ସମିତିରେ ହାଜର କରାଯାଇ ତାହାର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏମ୍‌କେସିଜିର ଏସଏନସିୟୁ ଭର୍ତ୍ତି କରାଯାଇଥିଲା। ଶିଶୁଟି ବର୍ତ୍ତମାନ ସୁସ୍ଥ […] The post ୫ ଦିନର ଶିଶୁପୁତ୍ର ଉଦ୍ଧାର appeared first on Dharitri Odia News.

୫ ଦିନର ଶିଶୁପୁତ୍ର ଉଦ୍ଧାର

ବ୍ରହ୍ମପୁର,୩୧।୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ଶୁକ୍ରବାର ଏକ ୫ ଦିନର ଶିଶୁପୁତ୍ର ଉଦ୍ଧାର ହୋଇଛି। ବାଳାଶ୍ରମ ବାହାରେ ରହିଥିବା ଶିଶୁ ରଖିବା ସ୍ଥଳୀରେ ଶୁକ୍ରବାର ସକାଳେ କେହି ଜଣେ ଶିଶୁଟିକୁ ରଖି ଚାଲି ଯାଇଥିଲେ।

ବାଳାଶ୍ରମ କର୍ମଚାରୀ ଶିଶୁଟିକୁ ଉଦ୍ଧାର କରି ସ୍ବତନ୍ତ୍ର ପୋଷ୍ୟ ସନ୍ତାନ(ସା)କୁ ହସ୍ତାନ୍ତର କରିଥିଲେ। ଏହାପରେ ଶିଶୁଟିକୁ ମଙ୍ଗଳ ସମିତିରେ ହାଜର କରାଯାଇ ତାହାର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏମ୍‌କେସିଜିର ଏସଏନସିୟୁ ଭର୍ତ୍ତି କରାଯାଇଥିଲା। ଶିଶୁଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି।

ଶିଶୁଟିକୁ କେହି ଜନ୍ମଦେବା ପରେ ତାକୁ ସେଠାରେ ଛାଡ଼ି ଚାଲିଯାଇଥିବା ସନ୍ଦେହ କରାଯାଉଛି। କିଏ ଏବଂ କାହିଁକି ଶିଶୁଟିକୁ ବାଳାଶ୍ରମରେ ଛାଡ଼ି ଚାଲିଯାଇଛି ତାହା ଜଣାପଡିନାହିଁ ।

The post ୫ ଦିନର ଶିଶୁପୁତ୍ର ଉଦ୍ଧାର appeared first on Dharitri Odia News.