ଏକ୍ସ ୟୁଜର୍ସଙ୍କୁ ବଡ଼ ଝଟ୍‌କା: ଏଣିକି ସାଧାରଣ ୟୁଜର୍ସ ବ୍ୟବହାର କରିପାରିବେନି ଏହି ଫିଚର୍‌

କାଲିଫର୍ନିଆ,୨୩।୬: ଏଲନ ମସ୍କ ଏକ୍ସର ଦାୟିତ୍ୱ ନେବା ପରେ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ସଂପୂର୍ଣ୍ଣ ବଦଳି ଯାଇଛି। ନାମ, ଲୋଗୋ, ଡୋମେନ ଠାରୁ ଫିଚର୍‌ ପର୍ଯ୍ୟନ୍ତ ଅନେକ ଜିନିଷ ଏଥିରେ ନୂଆ। ଏବେ ଏକ୍ସ ବିଷୟରେ ଏକ ବଡ ଘୋଷଣା କରାଯାଇଛି। ସାଧାରଣ ୟୁଜର୍ସଙ୍କ ପାଇଁ ମସ୍କ ଏକ୍ସର ଏକ ଫିଚର ବନ୍ଦ କରିବାକୁ ଯାଉଛନ୍ତି। ଏକ୍ସର ପ୍ଲାଟଫର୍ମରେ ଥିବା ସମସ୍ତ ୟୁଜର୍ସଙ୍କୁ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇ ଦିଆଯାଉଛି, କିନ୍ତୁ ବର୍ତ୍ତମାନ ଏଥିରେ ଏକ ବଡ […] The post ଏକ୍ସ ୟୁଜର୍ସଙ୍କୁ ବଡ଼ ଝଟ୍‌କା: ଏଣିକି ସାଧାରଣ ୟୁଜର୍ସ ବ୍ୟବହାର କରିପାରିବେନି ଏହି ଫିଚର୍‌ appeared first on Dharitri Odia News.

ଏକ୍ସ ୟୁଜର୍ସଙ୍କୁ ବଡ଼ ଝଟ୍‌କା: ଏଣିକି ସାଧାରଣ ୟୁଜର୍ସ ବ୍ୟବହାର କରିପାରିବେନି ଏହି ଫିଚର୍‌

କାଲିଫର୍ନିଆ,୨୩।୬: ଏଲନ ମସ୍କ ଏକ୍ସର ଦାୟିତ୍ୱ ନେବା ପରେ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ସଂପୂର୍ଣ୍ଣ ବଦଳି ଯାଇଛି। ନାମ, ଲୋଗୋ, ଡୋମେନ ଠାରୁ ଫିଚର୍‌ ପର୍ଯ୍ୟନ୍ତ ଅନେକ ଜିନିଷ ଏଥିରେ ନୂଆ। ଏବେ ଏକ୍ସ ବିଷୟରେ ଏକ ବଡ ଘୋଷଣା କରାଯାଇଛି। ସାଧାରଣ ୟୁଜର୍ସଙ୍କ ପାଇଁ ମସ୍କ ଏକ୍ସର ଏକ ଫିଚର ବନ୍ଦ କରିବାକୁ ଯାଉଛନ୍ତି।
ଏକ୍ସର ପ୍ଲାଟଫର୍ମରେ ଥିବା ସମସ୍ତ ୟୁଜର୍ସଙ୍କୁ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇ ଦିଆଯାଉଛି, କିନ୍ତୁ ବର୍ତ୍ତମାନ ଏଥିରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଏକ୍ସ ଦ୍ୱାରା ଏହା ଘୋଷଣା କରାଯାଇଛି ଯେ, ଖୁବ୍‌ଶୀଘ୍ର ଏକ୍ସର ଲାଇଭଷ୍ଟ୍ରିମିଂ ସୁବିଧା କେବଳ ପ୍ରିମିୟମ ସଦସ୍ୟଙ୍କ ପାଇଁ ଉପଲବ୍ଧ ହେବ।
ଏକ୍ସ ଖୁବ୍‌ଶୀଘ୍ର ଏହି ପରିବର୍ତ୍ତନକୁ କାର୍ଯ୍ୟକାରୀ କରିପାରେ। ଏହା ପରେ ସାଧାରଣ ୟୁଜର୍ସମାନେ ମାଗଣାରେ ଏକ୍ସରେ ଲାଇଭଷ୍ଟ୍ରିମ କରିବାକୁ ସକ୍ଷମ ହେବେ ନାହିଁ। ଯଦି ଜଣେ ଲାଇଭ ଷ୍ଟ୍ରିମ କରିବାକୁ ଚାହିଁବେ, ତେବେ ଏଥିପାଇଁ ଏକ ସବସ୍କ୍ରିପସନ ନେବାକୁ ପଡିବ। ଏହି ପରିବର୍ତ୍ତନ କେବେ କାର୍ଯ୍ୟକାରୀ ହେବ ସେନେଇ ଏକ୍ସ ଦ୍ୱାରା ନିଶ୍ଚିତ କରାଯାଇ ନାହିଁ।ି
ଯଦି ଜଣେ ଏକ୍ସରେ ଲାଇଭ ଷ୍ଟ୍ରିମିଂ ପାଇଁ ଏକ ପ୍ରିମିୟମ ସବସ୍କ୍ରିପସନ ନେବାକୁ ଯୋଜନା କରୁଛନ୍ତି, ତେବେ ଭାରତରେ ଏକ୍ସର ପ୍ରିମିୟମ ସବସ୍କ୍ରିପସନ ୱେବ ପାଇଁ ମାସକୁ ୨୧୫ ଟଙ୍କା ରୁ ଆରମ୍ଭ ହୋଇଥାଏ। ଏକ୍ସର ପ୍ରିମିୟମ ଯୋଜନାଗୁଡିକର ମୂଲ୍ୟ ୧୧୩୩ ଟଙ୍କା ପର୍ଯ୍ୟନ୍ତ ଯାଏ।

The post ଏକ୍ସ ୟୁଜର୍ସଙ୍କୁ ବଡ଼ ଝଟ୍‌କା: ଏଣିକି ସାଧାରଣ ୟୁଜର୍ସ ବ୍ୟବହାର କରିପାରିବେନି ଏହି ଫିଚର୍‌ appeared first on Dharitri Odia News.