କାମିୟାଙ୍କୁ ନ୍ୟାଶନାଲ କ୍ରିଏଟର୍ସ ଆଓ୍ବାର୍ଡ ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୟୁଟ୍ୟୁବର କାମିୟା ଜାନିଙ୍କୁ ପ୍ରଥମ ନ୍ୟାଶନାଲ କ୍ରିଏଟର୍ସ ଆଓ୍ବାର୍ଡ ଦେଇଛନ୍ତି। ୩୨ ବର୍ଷୀୟା କାମିୟା ହେଉଛନ୍ତି, ସେହି ୟୁଟ୍ୟୁବର, ଯାହାଙ୍କ ପୁରୀ ଶ୍ରୀମନ୍ଦିରରେ ପ୍ରବେଶକୁ ନେଇ କିଛି ମାସ ତଳେ ବିବାଦ ସୃଷ୍ଟି ହୋଇଥିଲା। ଭାଜପା ତାଙ୍କୁ ଜଣେ ଗୋମାଂସ ଭକ୍ଷକ ବୋଲି ଅଭିହିତ କରି ଓଡ଼ିଶାର ଶାସକ ବିଜେଡିକୁ ଟାର୍ଗେଟ କରିଥିଲା। ତେବେ କାମିୟା ବିଫ୍ ଖାଆନ୍ତି ନାହିଁ ବୋଲି ପରବର୍ତ୍ତୀ ସମୟରେ ଏକ ଭିଡିଓ ଜାରି କରି […] The post କାମିୟାଙ୍କୁ ନ୍ୟାଶନାଲ କ୍ରିଏଟର୍ସ ଆଓ୍ବାର୍ଡ ଦେଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୟୁଟ୍ୟୁବର କାମିୟା ଜାନିଙ୍କୁ ପ୍ରଥମ ନ୍ୟାଶନାଲ କ୍ରିଏଟର୍ସ ଆଓ୍ବାର୍ଡ ଦେଇଛନ୍ତି। ୩୨ ବର୍ଷୀୟା କାମିୟା ହେଉଛନ୍ତି, ସେହି ୟୁଟ୍ୟୁବର, ଯାହାଙ୍କ ପୁରୀ ଶ୍ରୀମନ୍ଦିରରେ ପ୍ରବେଶକୁ ନେଇ କିଛି ମାସ ତଳେ ବିବାଦ ସୃଷ୍ଟି ହୋଇଥିଲା। ଭାଜପା ତାଙ୍କୁ ଜଣେ ଗୋମାଂସ ଭକ୍ଷକ ବୋଲି ଅଭିହିତ କରି ଓଡ଼ିଶାର ଶାସକ ବିଜେଡିକୁ ଟାର୍ଗେଟ କରିଥିଲା। ତେବେ କାମିୟା ବିଫ୍ ଖାଆନ୍ତି ନାହିଁ ବୋଲି ପରବର୍ତ୍ତୀ ସମୟରେ ଏକ ଭିଡିଓ ଜାରି କରି ସଫେଇ ଦେଇଥିଲେ।
୧୯୮୮ରେ ମୁମ୍ବାଇରେ ଜନ୍ମିତ କାମିୟା ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ବେଷ୍ଟ୍ ଟ୍ରାଭେଲ କ୍ରିଏଟର ଆଓ୍ବାର୍ଡ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଦେଶବ୍ୟାପୀ ମନ୍ଦିର ପ୍ରତିଷ୍ଠା କରିଥିବାରୁ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସାମାଜିକ ପରିବର୍ତ୍ତନ, ପରିବେଶ, ଶିକ୍ଷା ଓ ଗେମିଂ ଭଳି କ୍ଷେତ୍ରରେ ସୃଜନଶୀଳତାକୁ ସକାରାମତ୍କ ରୂପ ଦେବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଭାରତୀୟଙ୍କୁ ସ୍ବୀକୃତି ପ୍ରଦାନ ପାଇଁ ଏହି ପୁରସ୍କାର ଆରମ୍ଭ କରାଯାଇଛି। ୨୦ଟି ବର୍ଗରେ ୧.୫ ଲକ୍ଷ ନାମାଙ୍କନ କରାଯାଇଥିଲା। ଡିଜିଟାଲ କ୍ରିଏଟର୍ସ ବର୍ଗରେ ୧୦ ଲକ୍ଷ ଭୋଟ ପଡ଼ିଥିଲା। ଏହା ପରେ ୩ ଅନ୍ତର୍ଜାତୀୟ କ୍ରିଏଟରଙ୍କ ସମେତ ୨୩ ଜଣଙ୍କୁ ବିଜେତା ଭାବେ ଚୟନ କରାଯାଇଥିଲା।
The post କାମିୟାଙ୍କୁ ନ୍ୟାଶନାଲ କ୍ରିଏଟର୍ସ ଆଓ୍ବାର୍ଡ ଦେଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.