କାରକୁ ଧକ୍କା ଦେଇ ବ୍ରିଜ୍‌ରୁ ତଳକୁ ଖସିଲା ଟ୍ରକ୍ : ଜଣେ ମୃତ, ୪ ଗୁରୁତର

କଟକ: କାରକୁ ଧକ୍କା ଦେଇ ବ୍ରିଜ୍‌ରୁ ତଳକୁ ଖସିଲା ଟ୍ରକ୍।  କଟକ ତ୍ରିଶୁଳିଆ କୁଆଖିଆ ନଦୀ ପୋଲ ଉପରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣାରେ ଆହତ ହୋଇଥିବା ୪ ଗୁରୁତରଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହି କାରରେ କିଛି ସିରିଏଲ କଳାକାର ଥିବା ଜଣାପଡିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ […]

କାରକୁ ଧକ୍କା ଦେଇ ବ୍ରିଜ୍‌ରୁ ତଳକୁ ଖସିଲା ଟ୍ରକ୍ : ଜଣେ ମୃତ, ୪ ଗୁରୁତର

କଟକ: କାରକୁ ଧକ୍କା ଦେଇ ବ୍ରିଜ୍‌ରୁ ତଳକୁ ଖସିଲା ଟ୍ରକ୍।  କଟକ ତ୍ରିଶୁଳିଆ କୁଆଖିଆ ନଦୀ ପୋଲ ଉପରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣାରେ ଆହତ ହୋଇଥିବା ୪ ଗୁରୁତରଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହି କାରରେ କିଛି ସିରିଏଲ କଳାକାର ଥିବା ଜଣାପଡିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।