ସୁଲଭ ମୂଲ୍ୟରେ ଭରସାଯୋଗ୍ୟ ୱାଇ-ଫାଇ ସେବା
ଭୁବନେଶ୍ୱର,୩୧।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ୍ (ଏୟାରଟେଲ୍)ର ସେବା ସମ୍ପ୍ରସାରଣ ସହ ଓଡ଼ିଶାର ସମସ୍ତ ୩୦ଟି ଜିଲାରେ ବ୍ରାଣ୍ଡ୍ର ହୋମ୍ ୱାଇ-ଫାଇ ସେବାକୁ ବିସ୍ତାର କରିଛି। ଏପରିକି ଏହି ସମ୍ପ୍ରସାରଣ ଦ୍ୱାରା ରାଜ୍ୟରେ ଅତିରିକ୍ତ ୧ନିୟୁତ ନୂଆ ପରିବାର ସାମିଲ ହୋଇପାରିବେ ବୋଲି କମ୍ପାନୀ ପକ୍ଷରୁ ଆକଳନ କରାଯାଇଛି। ସେହିଭଳି ଏୟାରଟେଲ ୱାଇ-ଫାଇ ଜରିଆରେ ଗ୍ରାହକ କେବଳ ହାଇସ୍ପିଡ୍ ବା ଭରସାଯୋଗ୍ୟ ୱେୟାରଲେସ୍ ଇଣ୍ଟରନେଟ୍ ସେବା ନୁହେଁ ବରଂ […] The post ସୁଲଭ ମୂଲ୍ୟରେ ଭରସାଯୋଗ୍ୟ ୱାଇ-ଫାଇ ସେବା appeared first on Dharitri Odia News.
ଭୁବନେଶ୍ୱର,୩୧।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ୍ (ଏୟାରଟେଲ୍)ର ସେବା ସମ୍ପ୍ରସାରଣ ସହ ଓଡ଼ିଶାର ସମସ୍ତ ୩୦ଟି ଜିଲାରେ ବ୍ରାଣ୍ଡ୍ର ହୋମ୍ ୱାଇ-ଫାଇ ସେବାକୁ ବିସ୍ତାର କରିଛି। ଏପରିକି ଏହି ସମ୍ପ୍ରସାରଣ ଦ୍ୱାରା ରାଜ୍ୟରେ ଅତିରିକ୍ତ ୧ନିୟୁତ ନୂଆ ପରିବାର ସାମିଲ ହୋଇପାରିବେ ବୋଲି କମ୍ପାନୀ ପକ୍ଷରୁ ଆକଳନ କରାଯାଇଛି। ସେହିଭଳି ଏୟାରଟେଲ ୱାଇ-ଫାଇ ଜରିଆରେ ଗ୍ରାହକ କେବଳ ହାଇସ୍ପିଡ୍ ବା ଭରସାଯୋଗ୍ୟ ୱେୟାରଲେସ୍ ଇଣ୍ଟରନେଟ୍ ସେବା ନୁହେଁ ବରଂ ଅସୀମିତ ଷ୍ଟ୍ରିମିଂ, ୨୨ରୁ ଅଧିକ ଓଟିଟିଏସ୍ ସେବା ଏବଂ ୩୫୦ରୁ ଉର୍ଦ୍ଧ୍ୱ ଟିଭି ଚ୍ୟାନେଲ ସମେତ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ। ଏପରିକି ଗ୍ରାହକମାନେ ଏୟାରଟେଲ ଥ୍ୟାଙ୍କସ୍ ଆପ୍ ବ୍ୟବହାର କରି ଅର୍ଡର ଦେବା କିମ୍ବା ୮୧୩୦୧୮୧୩୦୧କୁ କଲ୍ କରି ଏୟାରଟେଲ୍ ୱାଇ-ଫାଇ ବୁକ୍ କରିପାରିବେ।
ଏ ସମ୍ପର୍କରେ ଭାରତୀ ଏୟାରଟେଲର ଓଡ଼ିଶା ସିଓଓ ବାଲାଜୀ ଆର୍ ସିଂହ କହିଛନ୍ତି, ବ୍ରାଣ୍ଡ୍ର ୱାଇ-ଫାଇ ସେବା ବର୍ତ୍ତମାନ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚତ୍ଛି। ଏପରିକି ଏୟାରଟେଲ୍ ୱାଇ-ଫାଇ ଜରିଆରେ ଗ୍ରାହକମାନେ ସୁଲଭ ମୂଲ୍ୟରେ ଭରସାଯୋଗ୍ୟ ହାଇସ୍ପିଡ୍ ଓୟାରଲେସ୍ ୱାଇ-ଫାଇ ସେବା ସମେତ ଅନେକ ମନୋରଞ୍ଜନର ବିକଳ୍ପ ମାସକୁ ପ୍ରାୟ ୬୯୯ ଟଙ୍କାରୁ ଆରମ୍ଭ କରିପାରିବେ।
The post ସୁଲଭ ମୂଲ୍ୟରେ ଭରସାଯୋଗ୍ୟ ୱାଇ-ଫାଇ ସେବା appeared first on Dharitri Odia News.