ପୋଲିସ ବିଭାଗରେ ଓଡ଼ିଶାରୁ ୧୯ ଜଣଙ୍କୁ ପଦକ
ଭୁବନେଶ୍ୱର,୨୬ା୧(ସୂର୍ଯ୍ୟକାନ୍ତ ବେହେରା): ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଶନିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସାହାସିକତା, ଉଲ୍ଲେଖନୀୟ କାର୍ଯ୍ୟ ଓ ବିଶିଷ୍ଟ ସେବା ପାଇଁ ବିଭିନ୍ନ ସେବା ବର୍ଗରେ ପଦକ ଘୋଷଣା କରାଯାଇଛି। ପୋଲିସ ସେବା ବର୍ଗରେ ଓଡ଼ିଶାରୁ ମୋଟ ୧୯ ଜଣ ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ବିଶିଷ୍ଟ ସେବା ସେବା ପାଇଁ ଦୁଇ ପୋଲିସ ଅଧିକାରୀ ରାଷ୍ଟ୍ରପତି ପଦକ ପାଇବେ। ସେମାନେ ହେଲେ ଏସ୍ପି ସରୋଜ କୁମାର ସାମଲ ଓ କନ୍ଷ୍ଟେବଳ ସତ୍ୟବାଦୀ ମଲ୍ଲିକ। ସେହିପରି […] The post ପୋଲିସ ବିଭାଗରେ ଓଡ଼ିଶାରୁ ୧୯ ଜଣଙ୍କୁ ପଦକ appeared first on Dharitri Odia News.
ଭୁବନେଶ୍ୱର,୨୬ା୧(ସୂର୍ଯ୍ୟକାନ୍ତ ବେହେରା): ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଶନିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସାହାସିକତା, ଉଲ୍ଲେଖନୀୟ କାର୍ଯ୍ୟ ଓ ବିଶିଷ୍ଟ ସେବା ପାଇଁ ବିଭିନ୍ନ ସେବା ବର୍ଗରେ ପଦକ ଘୋଷଣା କରାଯାଇଛି। ପୋଲିସ ସେବା ବର୍ଗରେ ଓଡ଼ିଶାରୁ ମୋଟ ୧୯ ଜଣ ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ବିଶିଷ୍ଟ ସେବା ସେବା ପାଇଁ ଦୁଇ ପୋଲିସ ଅଧିକାରୀ ରାଷ୍ଟ୍ରପତି ପଦକ ପାଇବେ। ସେମାନେ ହେଲେ ଏସ୍ପି ସରୋଜ କୁମାର ସାମଲ ଓ କନ୍ଷ୍ଟେବଳ ସତ୍ୟବାଦୀ ମଲ୍ଲିକ। ସେହିପରି ସାହାସିକତା ପାଇଁ ପଦକ ପାଇବାକୁ ମନୋନୀତ ୬ଜଣ ହେଲେ ଏସ୍ଆଇ ଗିରୀଶ ଚନ୍ଦ୍ର ମାଝୀ, ହାବିଲଦାର ପବିତ୍ର କୁମାର ସାହୁ ଓ ଉମେଶ ମୁଣ୍ଡା, କନ୍ଷ୍ଟେବଳ ପୀତାମ୍ବର ସତନାମୀ ଓ କବି ଚନ୍ଦ୍ର ରାଉତ ଏବଂ ସୁଶାନ୍ତ କୁମାର ସାଗର। ଉଲ୍ଲେଖନୀୟ ସେବା ପାଇଁ ପଦକ ପାଇଁ ମନୋନୀତ ୧୧ଜଣ ପୋଲିସ ଅଫିସର ହେଲେ ସବ-ଇନ୍ସପେକ୍ଟର ଏସ୍କେ ଅବଦୁଲ ଫୟାଜ,ଏଏସ୍ଆଇ ଶରତ ଚନ୍ଦ୍ର ବେହେରା, ଏଏସ୍ଆଇ ତେଜ ବାହାଦୁର ଗୁରୁଙ୍ଗ, କନ୍ଷ୍ଟେବଳ ପରିତୋଷ ମଣ୍ଡଳ, ମହମ୍ମଦ ତୋଷିପ ରବାନୀ, ତ୍ରିଲୋଚନ ବୁଦ୍ଧିଆ, ନରେଶ କୁମାର ଚୌଧୁରୀ ଏବଂ ହାବିଲଦାର ଅତୁଲ କୁମାର ବିଶ୍ୱାଳ, ମନୋଜ କୁମାର ଜେନା ଓ ଦେବ ପ୍ରସାଦ ମହାନ୍ତି। ତେବେ ପଦକ ପାଇବାକୁ ମନୋନୀତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ପୋଲିସ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
The post ପୋଲିସ ବିଭାଗରେ ଓଡ଼ିଶାରୁ ୧୯ ଜଣଙ୍କୁ ପଦକ appeared first on Dharitri Odia News.