ବାଡ଼େଇ ବାଡ଼େଇ ବଲ୍ ଚୋପା ଛଡ଼େଇ ଦେଲେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟର

ହାଇଦ୍ରାବାଦ,୨୭।୩: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସରେ ସବୁଠୁ ବଡ଼ ସ୍କୋର କରିଛି ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ)। ବୁଧବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ବ୍ୟାଟର ଝଡ଼ ସୃଷ୍ଟି କରିଥିଲେ। ଏହା ପରେ ଆଇପିଏଲ୍ ଇତିହାସରେ ସନରାଇଜର୍ସ ଦଳ ୨୭୮ ରନ୍ ର ସବୁଠାରୁ ବଡ ଟାର୍ଗେଟ୍ ଧାର୍ଯ୍ୟ କରିଛି। ଏହି ମ୍ୟାଚରେ ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିତି ବୋଲିଂ କରିବାକୁ ନିଷ୍ପତି […] The post ବାଡ଼େଇ ବାଡ଼େଇ ବଲ୍ ଚୋପା ଛଡ଼େଇ ଦେଲେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟର appeared first on Dharitri Odia News.

ବାଡ଼େଇ ବାଡ଼େଇ ବଲ୍ ଚୋପା ଛଡ଼େଇ ଦେଲେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟର

ହାଇଦ୍ରାବାଦ,୨୭।୩: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସରେ ସବୁଠୁ ବଡ଼ ସ୍କୋର କରିଛି ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ)। ବୁଧବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ବ୍ୟାଟର ଝଡ଼ ସୃଷ୍ଟି କରିଥିଲେ। ଏହା ପରେ ଆଇପିଏଲ୍ ଇତିହାସରେ ସନରାଇଜର୍ସ ଦଳ ୨୭୮ ରନ୍ ର ସବୁଠାରୁ ବଡ ଟାର୍ଗେଟ୍ ଧାର୍ଯ୍ୟ କରିଛି।

ଏହି ମ୍ୟାଚରେ ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ପ୍ରଥମେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ଦଳ ୩ ୱିକେଟ୍ ହରାଇ ୨୭୭ ରନ୍ ସଂଗ୍ରହ କରିଛି। ଆଇପିଏଲ ଇତିହାସରେ ଏହା ହେଉଛି ସବୁଠାରୁ ବଡ ସ୍କୋର। ଏହା ସହିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ର ୧୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ୨୩ ଏପ୍ରିଲ ୨୦୧୩ ରେ ପୁଣେ ୱାରିୟର୍ସ ବିପକ୍ଷରେ ୫ ଟି ୱିକେଟ୍ ହରାଇ ଆରସିବି ୨୬୩ ରନ୍ ସଂଗ୍ରହ କରିଥିଲା। ଯେଉଁଥିରେ କ୍ରିସ୍ ଗେଲ୍ ୬୬ ବଲରେ ୧୭୫ ରନ୍ ର ଚମତ୍କାର ଇନିଂସ ଖେଳିଥିଲେ।

ତେବେ ମ୍ୟାଚର ୧୯ ତମ ଓଭରରେ ବ୍ୟାଟରଙ୍କ ଝଡ଼ରେ ବଲ ଅବସ୍ଥା ଖରାପ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ବୁମରା ବୋଲିଂ କରୁଥିବା ବେଳେ ତାଙ୍କର ଚତୁର୍ଥ ଏବଂ ପଞ୍ଚମ ବଲରେ କ୍ଳାସନ ଲଗାତାର ଦୁଇଟି ଚୌକା ମାରିଥିଲେ, ଏହାପରେ ବଲ ଉପରେ ଥିବା ଥ୍ରେଡିଂ(ଚମଡ଼ା) ଉପୁଡିଯାଇଥିଲା।

The post ବାଡ଼େଇ ବାଡ଼େଇ ବଲ୍ ଚୋପା ଛଡ଼େଇ ଦେଲେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟର appeared first on Dharitri Odia News.