ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ଉତ୍ତର କୋରିଆରେ ଯୁବକଙ୍କୁ ମୃତ୍ୟୁଦଣ୍ଡ
ପ୍ୟାଙ୍ଗୋୟାଙ୍ଗୋ, ୩୦।୬: ଉତ୍ତର କୋରିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ(୨୨) ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ତାଙ୍କୁ ଗତ ୨୦୨୨ରେ ସର୍ବସମ୍ମୁଖରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା। ରବିବାର ଦକ୍ଷିଣ କୋରିଆର ଏକୀକରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ ମାନବାଧିକାର ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଏହି ରିପୋର୍ଟ ଅନୁଯାୟୀ ଉତ୍ତର କୋରିଆର ଦକ୍ଷିଣ ହ୍ବାଙ୍ଗହା ପ୍ରଦେଶର ଏହି ଯୁବକ ଦକ୍ଷିଣ କୋରିଆର ୭୦ରୁ ଅଧିକ ଗୀତ ଶୁଣିବା ସହ ୩ଟି […] The post ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ଉତ୍ତର କୋରିଆରେ ଯୁବକଙ୍କୁ ମୃତ୍ୟୁଦଣ୍ଡ appeared first on Dharitri Odia News.
ପ୍ୟାଙ୍ଗୋୟାଙ୍ଗୋ, ୩୦।୬: ଉତ୍ତର କୋରିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ(୨୨) ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ତାଙ୍କୁ ଗତ ୨୦୨୨ରେ ସର୍ବସମ୍ମୁଖରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା। ରବିବାର ଦକ୍ଷିଣ କୋରିଆର ଏକୀକରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ ମାନବାଧିକାର ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଏହି ରିପୋର୍ଟ ଅନୁଯାୟୀ ଉତ୍ତର କୋରିଆର ଦକ୍ଷିଣ ହ୍ବାଙ୍ଗହା ପ୍ରଦେଶର ଏହି ଯୁବକ ଦକ୍ଷିଣ କୋରିଆର ୭୦ରୁ ଅଧିକ ଗୀତ ଶୁଣିବା ସହ ୩ଟି ଫିଲ୍ମ ଦେଖିଥିଲେ। ଏହାସହ ସେ ଏହି ସମସ୍ତ ଗୀତ ଓ ଫିଲ୍ମକୁ ଶେୟାର କରିଥିଲେ। ତେବେ ଉତ୍ତରକୋରିଆର ଆଇନରେ ପ୍ରତିକ୍ରିୟାବାଦୀ ସଂସ୍କୃତି ଓ ବିଚାରଧାରା ପ୍ରତି ପ୍ରତିବନ୍ଧ ଲଗାଯାଇଥିବାରୁ ଏହି ଯୁବକଜଣକ ଦେଶର ଆଇନକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ବିଭିନ୍ନ ବିଦେଶୀ ସଂସ୍କୃତି ଓ ସୂଚନା ପ୍ରବାହକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଉତ୍ତର କୋରିଆ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ପୃକ୍ତ ଯୁବକଙ୍କୁ ସର୍ବସମ୍ମୁଖରେ ଫାଶୀ ଦିଆଯାଇ ଏହି ଚରମ ପଦକ୍ଷେପ ନିଆଯାଇଥିଲା ବୋଲି ଦକ୍ଷିଣ କୋରିଆ ଦାବି କରିଛି।
The post ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ଉତ୍ତର କୋରିଆରେ ଯୁବକଙ୍କୁ ମୃତ୍ୟୁଦଣ୍ଡ appeared first on Dharitri Odia News.