କାରଗିଲ୍ ବିଜୟ ଦିବସକୁ ୨୫ ବର୍ଷ; ଯୁଦ୍ଧ ସ୍ମାରକୀରେ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କାରଗିଲ୍ ବିଜୟ ଦିବସକୁ ପୂରିଲା ୨୫ ବର୍ଷ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ଡ୍ରାସ୍ର ଯୁଦ୍ଧ ସ୍ମାରକୀ ପହଞ୍ଚି ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ୧୯୯୯ରେ ଭାରତ-ପାକିସ୍ତାନ ମଧ୍ୟରେ କାରଗିଲ୍ ସେକ୍ଟରରେ ଭୀଷଣ ଯୁଦ୍ଧ ହୋଇଥିଲା । ଜୁଲାଇ ୨୬ ତାରିଖରେ ଭାରତ ସେନା କାରଗିଲରେ ବିଜୟ ତ୍ରିରଙ୍ଗା ଉଡ଼ାଇଥିଲା । ଏହି ଦିନକୁ ସାରା ଦେଶ ପ୍ରତିବର୍ଷ ବିଜୟ ଦିବସ ଭାବେ ପାଳନ କରୁଛି । ଆଜି ୨୫ ବର୍ଷ ପୂର୍ତ୍ତି ବା ରୌପ୍ୟ ଜୟନ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବହୁ ବାହଦୂର ଯବାନଙ୍କ ପରିଜନ ଏବଂ ବୀରତା ପୂରସ୍କାର ବିଜେତା ଏବଂ ବହୁ ବରିଷ୍ଠ ଅଧିକାରୀ ସାମିଲ୍ ହୋଇଛନ୍ତି । #WATCH | Ladakh: Prime Minister Narendra Modi pays tribute to the heroes of the Kargil War at Kargil War Memorial on the occasion of 25th #KargilVijayDiwas2024 pic.twitter.com/one6GAoko3— ANI (@ANI) July 26, 2024୧୯୯୯ରେ ଦୁଇ ମାସ ଚାଲିଥିଲା ଭାରତ-ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢ଼େଇ । ଏହି ଭୟଙ୍କର ଯୁଦ୍ଧରେ ଭାରତର ୫ଶହ ଅଧିକ ବୀର ଯବାନ ଦେଶମାତୃକା ପାଇଁ ପ୍ରାଣବଳୀ ଦେଇଥିଲେ । ପରେ ଭାରତକୁ ମିଳିଥିଲା ଐତିହାସିକ ବିଜୟ । ସାରା
ନୂଆଦିଲ୍ଲୀ: କାରଗିଲ୍ ବିଜୟ ଦିବସକୁ ପୂରିଲା ୨୫ ବର୍ଷ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ଡ୍ରାସ୍ର ଯୁଦ୍ଧ ସ୍ମାରକୀ ପହଞ୍ଚି ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ୧୯୯୯ରେ ଭାରତ-ପାକିସ୍ତାନ ମଧ୍ୟରେ କାରଗିଲ୍ ସେକ୍ଟରରେ ଭୀଷଣ ଯୁଦ୍ଧ ହୋଇଥିଲା । ଜୁଲାଇ ୨୬ ତାରିଖରେ ଭାରତ ସେନା କାରଗିଲରେ ବିଜୟ ତ୍ରିରଙ୍ଗା ଉଡ଼ାଇଥିଲା । ଏହି ଦିନକୁ ସାରା ଦେଶ ପ୍ରତିବର୍ଷ ବିଜୟ ଦିବସ ଭାବେ ପାଳନ କରୁଛି । ଆଜି ୨୫ ବର୍ଷ ପୂର୍ତ୍ତି ବା ରୌପ୍ୟ ଜୟନ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବହୁ ବାହଦୂର ଯବାନଙ୍କ ପରିଜନ ଏବଂ ବୀରତା ପୂରସ୍କାର ବିଜେତା ଏବଂ ବହୁ ବରିଷ୍ଠ ଅଧିକାରୀ ସାମିଲ୍ ହୋଇଛନ୍ତି ।
#WATCH | Ladakh: Prime Minister Narendra Modi pays tribute to the heroes of the Kargil War at Kargil War Memorial on the occasion of 25th #KargilVijayDiwas2024 pic.twitter.com/one6GAoko3— ANI (@ANI) July 26, 2024
୧୯୯୯ରେ ଦୁଇ ମାସ ଚାଲିଥିଲା ଭାରତ-ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢ଼େଇ । ଏହି ଭୟଙ୍କର ଯୁଦ୍ଧରେ ଭାରତର ୫ଶହ ଅଧିକ ବୀର ଯବାନ ଦେଶମାତୃକା ପାଇଁ ପ୍ରାଣବଳୀ ଦେଇଥିଲେ । ପରେ ଭାରତକୁ ମିଳିଥିଲା ଐତିହାସିକ ବିଜୟ । ସାରା ଭାରତ ତଥା ଓଡ଼ିଶା ମାଟିର ଅନେକ ବୀର ଯବାନ ସହିଦ ହୋଇଥିଲେ । ଏହି ବୀର ଯବାନଙ୍କୁ ନେଇ ଭାରତ ବର୍ଷ ଗର୍ବିତ । ପ୍ରିୟ ପରିଜନଙ୍କ ଠାରୁ ଆରମ୍ଭ କରି ଦେଶବାସୀଙ୍କୁ ସେମାନଙ୍କୁ ଝୁରୁଛନ୍ତି । ଭାରତୀୟ ସେନା ପକ୍ଷରୁ ପ୍ରାଣବଳୀ ଦେଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
#WATCH | Ladakh: Prime Minister Narendra Modi pays tribute to the heroes of the Kargil War at Kargil War Memorial on the occasion of 25th #KargilVijayDiwas2024 pic.twitter.com/SEGqvW6ncc— ANI (@ANI) July 26, 2024
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଙ୍କୁନ ଲା ସୁଡ଼ଙ୍ଗ ଯୋଜନାରେ ପ୍ରଥମ ବିସ୍ଫୋରଣ କରିବେ । ପିଏମଓ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁଯାୟୀ, ଲେହର ପାଣିପାଗ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ସୁଡ଼ଙ୍ଗ ନିର୍ମାଣ ହେଲେ ବିଶ୍ବର ସବୁଠାରୁ ଉଚ୍ଚତମ ସୁଡ଼ଙ୍ଗ ହେବ । ଏହି ପ୍ରକଳ୍ପ ୪.୧ କିଲୋମିଟର ଲମ୍ବା ହେବ । ନିମୁ-ପଦୁମ-ଦାରଚା ରୋଡରେ ୧୫, ୮୦୦ ଫୁଟ୍ ଉଚ୍ଚତାରେ ଏହି ପାସ୍ ନିର୍ମାଣ କରାଯାଉଛି ।..