କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର

ଏକ କାର୍‌ ଏବଂ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ୍‌ ଚାଳକ ଗୁରୁତର ହୋଇଛନ୍ତି।

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଭେଲୋରା ଛକ ନିକଟରେ ଗତ ରାତିରେ ଏକ ଦୁର୍ଘଟଣା ଘଟି ଜଣେ ଗୁରୁତର ହୋଇଛନ୍ତି। ଏକ କାର୍‌ ଏବଂ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ୍‌ ଚାଳକ ଗୁରୁତର ହୋଇଛନ୍ତି। ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ଗତ ରାତିରେ ଟ୍ରକ୍‌ଟି ଜଳେଶ୍ୱର ଅଭିମୁଖେ ଯାଉଥିବା ବେଳେ କାର୍‌ଟି ବାଲେଶ୍ୱର ଅଭିମୁଖେ ଯାଉଥିଲା। ଭେଲୋରା ଛକ ନିକଟରେ ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା। କାର୍‌ରେ ପ୍ରାୟ ୪ ଜଣ ଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଚାଳକ ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ରାସ୍ତାରେ ବହୁ ସଂଖ୍ୟାରେ ଗାଡ଼ିଗୁଡ଼ିକ ଜାମ୍‌  ହୋଇ ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ବସ୍ତା ପୁଲିସ ପହଞ୍ଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।