କାର୍-ବାଇକ୍ ମୁହାଁମୁହିଁ ଧକ୍କା : ଚାଲିଗଲା ଦୁଇ ଜଣଙ୍କ ଜୀବନ
ନୂଆପଲମ ହାଟ: କାର୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଯେଉଁ ଦୁର୍ଘଟଣାରେ ଦୁଇଜଣଙ୍କର ଜୀବନ ଯାଇଛି। ଘଟଣାରୁ ପ୍ରକାଶ ଯେ ମଙ୍ଗଳବାର ଅପରାହ୍ନରେ ୫ଟା ସମୟରେ ବ୍ରହ୍ମପୁରରୁ ଜଣେ ବ୍ୟକ୍ତି ନିଜ ପୁଅର ମାନସିକ ଚୁଟି ପକାଇବାକୁ କାକଟପୁର ମଙ୍ଗଳା ମନ୍ଦିରକୁ ଆସିଥିଲେ। ନିଜ ପୁଅର ମୁଣ୍ଡନ ପରେ କାର ଓଡ଼ି ୩୩ ଏଇ ୬୫୬୯ ଗାଡି ଯୋଗେ ପରିବାର ଲୋକ ସହ ଘରକୁ ଫେରୁଥିବା ବେଳେ ଯୋଗେଶ୍ଵରପୁର ଆଳୁଦଣ୍ଡାପାଟଣା ମଧ୍ୟରେ ଥିବା ଅଣ୍ଡର କନଭେଟ ଠାରେ ଆଳୁଦଣ୍ଡାପାଟଣାପଟୁ […]

ନୂଆପଲମ ହାଟ: କାର୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଯେଉଁ ଦୁର୍ଘଟଣାରେ ଦୁଇଜଣଙ୍କର ଜୀବନ ଯାଇଛି। ଘଟଣାରୁ ପ୍ରକାଶ ଯେ ମଙ୍ଗଳବାର ଅପରାହ୍ନରେ ୫ଟା ସମୟରେ ବ୍ରହ୍ମପୁରରୁ ଜଣେ ବ୍ୟକ୍ତି ନିଜ ପୁଅର ମାନସିକ ଚୁଟି ପକାଇବାକୁ କାକଟପୁର ମଙ୍ଗଳା ମନ୍ଦିରକୁ ଆସିଥିଲେ। ନିଜ ପୁଅର ମୁଣ୍ଡନ ପରେ କାର ଓଡ଼ି ୩୩ ଏଇ ୬୫୬୯ ଗାଡି ଯୋଗେ ପରିବାର ଲୋକ ସହ ଘରକୁ ଫେରୁଥିବା ବେଳେ ଯୋଗେଶ୍ଵରପୁର ଆଳୁଦଣ୍ଡାପାଟଣା ମଧ୍ୟରେ ଥିବା ଅଣ୍ଡର କନଭେଟ ଠାରେ ଆଳୁଦଣ୍ଡାପାଟଣାପଟୁ ଆସୁଥିବା ବାଇକି ଓଡ଼ି ୦୨ ସି ଡବ୍ଲୁ ୫୯୬୨ ଦ୍ରୁତ ଗତିରେ ଆସି କାରର ସାଇଡ ବନେଟ୍ରେ ଧକ୍କା ହୋଇଥିଲା।
ଏହି ଦୁର୍ଘଟଣା ପରେ ବାଇକ ଚାଳକଙ୍କ ସହ ବାଇକ୍ରେ ବସିଥିବା ବ୍ୟକ୍ତି କିଛି ଦୂର ଛିଟିକି ପଡ଼ି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକମାନେ ଦୁଇ ଜଣକୁ ଉଦ୍ଧାର କରି ନିକଟସ୍ଥ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକ ଦୁଇ ଜଣଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନାଚୁଣି ଥାନା ଅନ୍ତର୍ଗତ ଗମ୍ଭାରୀପଦା ପଞ୍ଚୁଗାଁର ସୌମ୍ୟ ପ୍ରଧାନ ( ୨୪ ), ଅନ୍ୟ ଜଣେ ଲକି ମହାପାତ୍ର ( ୧୬ ) ବୋଲି ଜଣାପଡିଛି । ଦୁର୍ଘଟଣା ଖବର ଶୁଣି ନୟାହାଟ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକି କାରକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡିଛି।