ରାଜ୍ୟରେ କାୟା ମେଲାଇ ଚାଲିଛି ହଇଜା; ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟରେ ଏବେ କାୟା ମେଲାଇ ଚାଲିଛି ହଇଜା। ଲୋକଙ୍କ ଜୀବନ ସଙ୍କଟରେ। ହେଲେ ରାଜ୍ୟ ସରକାର ଯେତିକି ଗମ୍ଭୀରତାର ସହ ସଂକ୍ରମଣ ରୋକିବାକୁ ପଦକ୍ଷେପ ନେବା କଥା ତାହା ଦେଖିବାକୁ ମିଳୁନି। ଆଜି ସୋସିଆଲ ମିଡିଆ ଏକସରେ ଏପରି ଉଦବେଗ ପ୍ରକାଶ କରି କହିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାଡ଼ାବାନ୍ତି ସଂକ୍ରମଣ ଏବେ ଜିଲ୍ଲା ପରେ ଜିଲ୍ଲାକୁ ବ୍ୟାପିଚାଲିଛି। ଦୀର୍ଘ ବର୍ଷ ଧରି ଏପରି ଅବସ୍ଥା ଦେଖିବାକୁ ମିଳିନଥିଲା। […]

ରାଜ୍ୟରେ କାୟା ମେଲାଇ ଚାଲିଛି ହଇଜା; ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
naveen babu

ଭୁବନେଶ୍ବର: ରାଜ୍ୟରେ ଏବେ କାୟା ମେଲାଇ ଚାଲିଛି ହଇଜା। ଲୋକଙ୍କ ଜୀବନ ସଙ୍କଟରେ। ହେଲେ ରାଜ୍ୟ ସରକାର ଯେତିକି ଗମ୍ଭୀରତାର ସହ ସଂକ୍ରମଣ ରୋକିବାକୁ ପଦକ୍ଷେପ ନେବା କଥା ତାହା ଦେଖିବାକୁ ମିଳୁନି। ଆଜି ସୋସିଆଲ ମିଡିଆ ଏକସରେ ଏପରି ଉଦବେଗ ପ୍ରକାଶ କରି କହିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାଡ଼ାବାନ୍ତି ସଂକ୍ରମଣ ଏବେ ଜିଲ୍ଲା ପରେ ଜିଲ୍ଲାକୁ ବ୍ୟାପିଚାଲିଛି। ଦୀର୍ଘ ବର୍ଷ ଧରି ଏପରି ଅବସ୍ଥା ଦେଖିବାକୁ ମିଳିନଥିଲା। ଲୋକଙ୍କୁ ଜୀବନକୁ ସଂକଟରେ ପକାଇଲାଣି ହଇଜା। ମୃତ୍ୟୁ ସଂଖ୍ୟା ୧୪କୁ ପହଞ୍ଚିଥିବା ନବୀନ ତାଙ୍କ ଏକ୍ସସରେ ଜଣାଇଛନ୍ତି। ରାଜ୍ୟରେ ହଇଜା ବ୍ୟାପୁଥିବାବେଳେ ରାଜ୍ୟ ସରକାର ଏହାକୁ ହାଲୁକା ଭାବେ ନେବା ସମସ୍ତଙ୍କୁ ଚକିତ ଓ ବିଚଳିତ କରିଛି। ଲୋକଙ୍କୁ ଜୀବନକୁ ଆଉ ବିପଦକୁ ନ ଠେଲି ସରକାର ସଜାଗ ହୁଅନ୍ତୁ ନବୀନ ପରାମର୍ଶ ଦେଇଛନ୍ତି। ଏହାସହିତ ହଇଜାର ପ୍ରକୋପକୁ ରୋକିବା ପାଇଁ ଦୃଡ଼ ପଦକ୍ଷେପ ନେବାକୁ ସେ ଆହ୍ବାନ କରିଛନ୍ତି।