ନାବାଳିକା ଦୁଷ୍କର୍ମୀକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

ମୟୂରଭଞ୍ଜ: ମୟୂରଭଞ୍ଜ ଆଡ଼ ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ସନ୍ତୋଷ କୁମାର ନାୟକ ଶନିବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ପୂର୍ବକ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି। ଏହା ସହିତ ୫ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ବର୍ଷ ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଆସାମୀ ଜଣକ ହେଲା ବଡ଼ସାହି ଥାନା ଅନ୍ତର୍ଗତ ଦେଉଳିଆ ପଞ୍ଚାୟତର […]

ନାବାଳିକା ଦୁଷ୍କର୍ମୀକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ
prisoners dancing and smoking inside jail

ମୟୂରଭଞ୍ଜ: ମୟୂରଭଞ୍ଜ ଆଡ଼ ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ସନ୍ତୋଷ କୁମାର ନାୟକ ଶନିବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ପୂର୍ବକ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି। ଏହା ସହିତ ୫ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ବର୍ଷ ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଆସାମୀ ଜଣକ ହେଲା ବଡ଼ସାହି ଥାନା ଅନ୍ତର୍ଗତ ଦେଉଳିଆ ପଞ୍ଚାୟତର ନୂଆ ସାହିର କମଳ ଲୋଚନ ସିଂ ଓରଫ ଛୋଟା(୩୫)।

ଘଟଣାରୁ ପ୍ରକାଶ ଯେ, ଜୈନିକା ନାବାଳିକା ଜଣକ ଗତ ୧୫/୦୧/୨୦୧୯ରେ ଘରେ ଏକୁଟିଆ ଥିବା ବେଳେ କମଳ ଲୋଚନ ସିଂହ ବିସ୍କୁଟ କିଣିଦେବାକୁ କହି ନେଇ ଯାଇଥିଲେ। ତେବେ ଘର ନିକଟସ୍ଥ ଜଙ୍ଗଲକୁ ନେଇ ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇଥିଲେ। ଏଥିପରେ ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପିଡିତାର ବୟାନ ରେକର୍ଡ କରିବା ପରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମସ୍ତ ସାକ୍ଷୀଙ୍କ ବୟାନ, ନଥିପତ୍ର ଓ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଜର୍ଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଏଥି ସହିତ ପିଡିତା ନାବାଳିକାକୁ ୬ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାକୁ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ।